ପ୍ରଦୀପଙ୍କ ଶିବ ଓ ସାବିତ୍ରୀ

ପ୍ରଦୀପ ବେହେରା ଏକାଧାରରେ ଜଣେ ନାଟ୍ୟକାର ଆଉ ନିର୍ଦ୍ଦେଶକ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ତାଙ୍କ ରଚିତ ତଥା ନିର୍ଦ୍ଦେଶିତ ନାଟକଗୁଡ଼ିକ ଚର୍ଚ୍ଚାରେ ରହିବ ବୋଲି ଦର୍ଶକମାନେ ମତବ୍ୟକ୍ତ କରୁଛନ୍ତି। ତାଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’, ‘ଲକ୍ଷେ ଶିବ ପୂଜି ପାଇଛି ତତେ’, ‘ଆପଣମାନେ ଖୁସି ତ’ ଏବଂ ‘ଲକ୍ଷେ ପୁଅ ନଷ୍ଟ ତୋରି ପାଇଁ’। ପ୍ରଥମ ତିନୋଟି ନାଟକକୁ ସେ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚଳିତ ଖଣ୍ଡଗିରି ଯାତ୍ରା ମେଳା ପାଇଁ ଏହି ନାଟ୍ୟକାର-ନିର୍ଦ୍ଦେଶକ ମୁଖ୍ୟତଃ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ଏବଂ ‘ଲକ୍ଷେ ଶିବ ପୂଜି ପାଇଛି ତତେ’କୁ ନେଇ ଆଶାବାଦୀ ଅଛନ୍ତି। ସ୍ବାମୀକୁ ଦେବତା ଭଳି ଭଲ ପାଉଥିବା ଜଣେ ସାବିତ୍ରୀ (ପତ୍ନୀ) ଏମିତି ଏକ ପରିସ୍ଥିତିରେ ପଡୁଛି ଯେ, ସେ ତା’ର ସ୍ବାମୀକୁ ଆଉ ଜଣକୁ ଦେଇଦେବା ପାଇଁ ବାଧ୍ୟ ହେଉଛି। ନିଜ ଛାତିରେ ପଥର ରଖି ସେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ଏଭଳି ଭୟଙ୍କର ତ୍ୟାଗ କରୁଛି। ଏପରି ଏକ ସମ୍ବେଦନଶୀଳ କାହାଣୀକୁ ନେଇ ରଚିତ ହୋଇଛି ନାଟକ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’। ସେହିଭଳି ସ୍ବାମୀ, ସ୍ତ୍ରୀ ଓ ପୁଅ ମଧ୍ୟରେ ରହିଥିବା ସମ୍ପର୍କର ଏକ ନିଚ୍ଛକ କାହାଣୀ ହେଉଛି ‘ଲକ୍ଷେ ଶିବ ପୂଜି ପାଇଛି ତତେ’। ଶିବଙ୍କ କୃପାରୁ ସ୍ବାମୀ ସ୍ତ୍ରୀ ପରସ୍ପରକୁ ପାଇଛନ୍ତି। ପୁଣି ଶିବଙ୍କୁ ପୂଜି ସେମାନେ ପୁଅଟିଏ ପାଇଛନ୍ତି। ହେଲେ ସେହି ପୁଅ କ’ଣ ବାପମା’ଙ୍କ ସେବା, ତ୍ୟାଗର ମୂଲ୍ୟ ବୁଝୁଛି। ଅବହେଳିତ ହୋଇ ବି କ’ଣ ସ୍ବାମୀ ସ୍ତ୍ରୀ ପରସ୍ପରର ହାତ ଛାଡ଼ି ଦେଉଛନ୍ତି। ଏମିତି ଅନେକ ପ୍ରଶ୍ନର ଉତ୍ତର ହେଉଛି ପ୍ରଦୀପ ବେହେରାଙ୍କ ରଚିତ ନିର୍ଦ୍ଦେଶିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନା କୈଫ୍‌ଙ୍କ ଫଟୋକୁ ଜୁମ୍‌ କରି ଦେଖିଥାନ୍ତି ଏହି ଅଭିନେତା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଥିବା କ୍ୟାଟ୍‌ ଆଜି ଯାହା କିଛି ହାସଲ କରିଛନ୍ତି...

‘ରାଧେ’ ପାଇଁ ପ୍ରଶଂସକ ପାଗଳ: ରିଲିଜ୍‌ ହେଉ ହେଉ କ୍ରାସ୍‌ ହେଲା ସର୍ଭର

ବମ୍ବେ: ଶେଷ ହୋଇଛି ଦୀର୍ଘଦିନର ଅପେକ୍ଷା। ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘ରାଧେ’। ଟ୍ରେଲର ରିଲିଜ ପରଠାରୁ ପ୍ରଶଂସକଙ୍କ ମନରେ...

‘ଗଙ୍ଗୁବାଈ କାଠିୟାଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ବି-ଟାଉନର ସବୁ କଳାକାରଙ୍କ ସ୍ବପ୍ନ, ଜୀବନରେ ଥରେ...

‘ବାଗି ୩’ ରିଲିଜ୍‌ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍‌ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ...

‘ପଠାନ୍‌’ ପାଇଁ ୧୦୦ କୋଟି ଚାର୍ଜ କରିଛନ୍ତି ଶାହାରୁଖ

ବମ୍ବେ: ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’। ଦୀର୍ଘ ୪ ବର୍ଷ ଧରି ବଡ ପରଦାରୁ ଦୂରରେ ଥିବାରୁ ପ୍ରଶଂସକମାନେ...

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।...

ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...

ବଡ଼ ପରଦାକୁ ଫେରିବା ଲାଗି ଆମିରଙ୍କ ପ୍ରସ୍ତୁତି…

ମୁମ୍ବାଇ : ଆମିର ଖାନଙ୍କ ଲାଲ ସିଂ ଚଢ଼ାର ବକ୍ସ ଅଫିସ ବିପର୍ଯ୍ୟୟରୁ ସୁଧୁରିଛନ୍ତି। କିଛି ସମୟ ବିରତି ନେବା ପରେ ଆମିର ବର୍ତ୍ତମାନ ପରବର୍ତ୍ତୀ...

Advertisement
Archives

Model This Week