ପ୍ରଦର୍ଶନକାରୀଙ୍କୁ ସମର୍ଥନ କଲେ ଟ୍ରମ୍ପ୍‌ଙ୍କ ଝିଅ ଟିଫ୍‌ନି

ଓ୍ବାଶିଂଟନ, ୪।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ବଢ଼ିବାରେ ଲାଗିଛି। ମିନିଆପଲିସ ସହରରେ ହୋଇଥିବା ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ଦେଶର ବହୁ ସହରରେ ଜାରି ରହିଛି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଘରେ ଫାଟ ସୃଷ୍ଟିି ହୋଇଛି। ଟ୍ରମ୍ପ୍‌ଙ୍କ ଝିଅ ଟିଫ୍‌ନି ଟ୍ରମ୍ପ୍‌ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି। ଏନେଇ ଇନଷ୍ଟାଗ୍ରାମ୍‌ରେ ଏକ ବ୍ଲାକ୍‌ ସ୍କ୍ରିନ୍‌ ପୋଷ୍ଟ କରିଛନ୍ତି। ଏହା ସହିତ ସେ ବ୍ଲକ୍‌ଆଉଟ୍‌ ଟ୍ୟୁଜ୍‌ଡେ,ଜଷ୍ଟିସ୍‌ ଫର୍‌ ଜର୍ଜ ଫ୍ଲୋୟଡ୍‌ ଟ୍ୟାଗ୍‌ରେ ଲେଖଛନ୍ତି ଯେ, ଆମେ ଏକୁଟିଆ କମ୍‌ ହାସଲ କରିବା, କିନ୍ତୁ ଏକାଠି ହେଲେ ବହୁ କିଛି ହାସଲ କରିପାରିବା। ଟ୍ରମ୍ପ୍‌ ଦ୍ୱିତୀୟ ସ୍ତ୍ରୀ ଟିଫ୍‌ନିଙ୍କ ମା ମାର୍ଲା ମେପଲ୍ସ୍‌ ମଧ୍ୟ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରି ବ୍ଲାକ୍‌ ସ୍କ୍ରିନ୍‌ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ଭାରତୀୟଙ୍କୁ ମୁକ୍ତକଲା ଇରାନ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ହର୍ମୁଜ୍‌ ପ୍ରଣାଳୀରେ ପାନାମାର ଏକ ତୈଳବାହୀ ଜାହାଜକୁ ଇରାନ ଗତ ୧୩ ତାରିଖରେ ଜବତ କରିଥିବାବେଳେ ସେଥିରେ ଥିବା ୧୨ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ...

ଆଲବାନିଆରେ ଭୂମିକମ୍ପ: ୪୯ ମୃତ

ଟିରାନା,୩୦ା୧୧(ଏଏଫ୍‌ପି): ଆଲବାନିଆ ଭୂମିକମ୍ପରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫୦ ଆହତ ହୋଇଛନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆଲବାନିଆରେ...

ମଝି ଆକାଶରେ ୟୁକ୍ରେନ୍‌ର ବୋଇଙ୍ଗ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୮୦ ଯାତ୍ରୀ କରୁଥିଲେ ଯାତ୍ରା

ତେହେରାନ୍‌,୮।୧: ଆମେରିକା ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତେହେରାନ୍‌ ନିକଟରେ ମଝି ଆକାଶରେ ୭୯୦୦ ଫୁଟ ଉପରେ ୟୁକ୍ରେନ୍‌ର ଏକ ଯାତ୍ରୀବାହୀ ବୋଇଙ୍ଗ୍‌-୭୩୭ ବିମାନ...

ମହିଳାଙ୍କ ଅଧିକାର ଛଡାଇ ନେଲା ତାଲିବାନ

କାବୁଲ,୨୦ ।୯: ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ପାଖାପାଖି ୧ ମାସ ହେବାକୁ ଯାଉଛି । ହେଲେ ଏହାରି ଭିତରେ ତାଲିବାନ ଦେଇଥିବା କଥା ରଖିନାହିଁ ।...

ନୀରବ ମୋଦିଙ୍କ ଭାଇଙ୍କ ନାଁରେ ସାଂଘାତିକ ଅଭିଯୋଗ

ନ୍ୟୁୟର୍କ,୨୦।୧୨: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀ...

ଜାପାନରେ ଘୂର୍ଣ୍ଣିଝଡ଼ ପରେ ଆସିଲା ଭୂକମ୍ପ: ୭୦ ଲକ୍ଷ ଲୋକ ସ୍ଥାନାନ୍ତର

ଟୋକିଓ,୧୩।୧୦: ଜାପାନରେ ଆସିଥିବା ଘୂର୍ଣ୍ଣିଝଡ଼ରେ ଏପର୍ଯ୍ୟନ୍ତ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି।...

ସରକାରରେ ରହିବେ ମହିଳା

କାବୁଲ,୨।୯: ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ତାଲିବାନ୍‌ ଅପେକ୍ଷା କରିଥିଲା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନକୁ। ୩୧ ଡେଡ୍‌ଲାଇନ ସୁଦ୍ଧା ବିଦେଶୀ ସାମରିକ ମେଣ୍ଟ ଆଫଗାନିସ୍ତାନରୁ...

ଜୁଆଖେଳକୁ ନେଇ ଗୁଳି: ୪ ନିହତ

ନ୍ୟୁୟର୍କ, ୧୩ା୧୦ : ନ୍ୟୁୟର୍କର ବ୍ରୁକଲିନ୍‌ସ୍ଥିତ ୭୪ ଉଟିକା ଆଭେନ୍ୟୁଠାରେ ଶନିବାର ସକାଳେ ଗୁଳିକାଣ୍ଡ ଘଟିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ...

Advertisement


Archives

Model This Week