ପ୍ରଥମ ସ୍କ୍ରିନ୍‌ ଟେଷ୍ଟରେ ବିଫଳ ହୋଇଥିଲେ ଏହି ସଫଳ କଳାକାର

ବଲିଉଡ୍‌ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଅମରେଶ ପୁରୀ। ଜୁନ୍‌ ୨୨, ୧୯୩୨ରେ ପଞ୍ଜାବର ନବାଶହରରେ ଜନ୍ମଗ୍ରହଣ କରିଥିବା ଅମରେଶଙ୍କର ଆଜି ହେଉଛି ୮୮ତମ ଜନ୍ମ ବାର୍ଷିକୀ। ସେ ୪ ଭଉଣୀଭାଇ ଥିଲେ। ବଡ଼ ଭାଇ ମଦ ପୁରୀ ଏବଂ ଚମନ ପୁରୀ ଉଭୟ ଫିଲ୍ମ କଳାକାର ଥିଲେ। ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ମୁଗେମ୍ବୁ ଚରିତ୍ର ଅମରେଶଙ୍କୁ ବେଶ୍‌ ସଫଳତା ଆଣିଦେଇଥିଲା। କେବଳ ବଲିଉଡ୍‌ ନୁହେଁ ସେ ହଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଥିଲେ। ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା:
-ଅମରେଶ ପୁରୀ ଅଭିନେତା-ଗାୟକ କେ. ସେହଗଲଙ୍କ ସମ୍ପର୍କୀୟ ଭାଇ।
-ପ୍ରଥମ ସ୍କ୍ରିନ ଟେଷ୍ଟରେ ଅମରେଶ ବିଫଳ ହୋଇଥିଲେ। ସେତେବେଳେ ସେ ଶ୍ରମ ଏବଂ ନିଯୁକ୍ତି କର୍ମଚାରୀ ଭାବେ ରାଜ୍ୟ ବୀମା କରପୋରେଶନ ମନ୍ତ୍ରାଳୟରେ କାମ କରୁଥିଲେ।
– ଚାକିରି କରିବା ସହ ସେ ପୃଥ୍ବୀ ଥିଏଟରରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। -୧୯୭୯ରେ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
-୧୯୮୦ରେ ରିଲିଜ୍‌ ଫିଲ୍ମ ‘ହମ୍‌ ପାଞ୍ଚ’ରେ ଖଳନାୟକ ଚରିତ୍ରରେ ଅଭିନୟ କରି ସେ ପରିଚିତ ହୋଇଥିଲେ।
-ଅଭିନୟ କ୍ୟାରିୟରରେ ସେ ୪୦୦ ଫିଲ୍ମରେ କାମ କରିଛନ୍ତି।
-ବଲିଉଡ୍‌ ସହ ସେ ହଲିଉଡ୍‌ ଫିଲ୍ମ ଦେଖିବାକୁ ମଧ୍ୟ ପସନ୍ଦ କରୁଥିଲେ। ଅମରେଶ ରିଚର୍ଡ ଏଟନବରେଙ୍କ ଫିଲ୍ମ ‘ଗାନ୍ଧୀ(୧୯୮୨)ରେ କାମ କରିଥିଲେ।
-ଜାନୁଆରୀ ୧୨, ୨୦୦୫ରେ କ୍ୟାନ୍ସର ରୋଗରେ ପୀଡିତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ୍‌ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

ପୁଣି ଇତିହାସ ରଚିଲା ‘ଆରଆରଆର’

ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ପୁଣି ବିଶ୍ୱସ୍ତରରେ ଲୋକ୍ରପିୟତା ହାସଲ କରିଛି। ନିକଟରେ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର...

ଭାଇରାଲ ହେଉଛି ଅନୁପମଙ୍କ ଟୁଇଟର

ମୁମ୍ବାଇ: ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ର ପ୍ରଶଂସା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଦର୍ଶକ ହୁଅନ୍ତୁ ଅବା କ୍ରିଟିକ୍ସ, ରିଲିଜ ପରଠାରୁ ‘ଦ...

ସ୍ବାମୀଙ୍କୁ ଜେଲ୍‌ ପଠାଇବାର ଦୁଇଦିନ ପରେ ଏମିତି କହିଲେ ଅଭିନେତ୍ରୀ

ଅଭିନେତ୍ରୀ ପୁନମ ପାଣ୍ଡେ ନିଜ ବୋଲ୍ଡ ଅନ୍ଦାଜକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ପୁନମ ଏବଂ ବିବାଦ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି। କିଛି...

ଏଥର ରଜରେ..

ଚଳିତବର୍ଷ ରଜରେ ଦୁଇଟି ସିନେମା-‘ତୁ ମୋ ଲଭ୍‌ ଷ୍ଟୋରି-୨’ ଏବଂ ‘ଗୋଲମାଲ୍‌ ଲଭ୍‌’ ପରଦା ଉପରକୁ ଆସୁଛି। ଖାସ୍‌ କଥା ହେଲା ଏହି ଫିଲ୍ମଦ୍ୱୟ ଗୋଟିଏ...

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଫଟୋ କ୍ଲିପ୍‌

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଭିଡିଓ ଏବଂ...

ବିବାହର ଠିକ୍‌ ପୂର୍ବରୁ ଭାଙ୍ଗିଥିଲେ ନିର୍ବନ୍ଧ ! ବିବାଦ ଭିତରେ ‘ଭାବି ଜି ଘର ପେ ହୈ’ ଶୋ’ ଛାଡ଼ିଥିଲେ ଏହି ଅଭିନେତ୍ରୀ

ବମ୍ବେ: ‘ଭାବି ଜି ଘର ପେ ହେ’ ଶୋ’ରେ ଅଙ୍ଗୁରୀ ଭାବି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ।...

ରାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ତାଙ୍କ ବୟାନୁ ନେଇ ପ୍ରାୟ ସବୁବେଳେ ସେ ହେଡଲାଇନରେ ରହିଥାଆନ୍ତି। କଙ୍ଗନା କୌଣସି...

Advertisement
Archives

Model This Week