Posted inଫୁରସତ

ପ୍ରଥମ ରୋଜଗାର; ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ବାଳମୁକୁନ୍ଦ ଦାସ

ଶିକ୍ଷକ, ଲେଖକ ତଥା ସାମାଜିକ କର୍ମୀ ବାଳମୁକୁନ୍ଦ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-
ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ଭୀମପୁର ଗାଁରେ ମୋର ଜନ୍ମ। ଚାକିରି କ୍ଷେତ୍ରରେ ବାପାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହେଉଥିବାରୁ ମୋର ପାଠପଢ଼ା ମଧ୍ୟ ଭିନ୍ନ ଭିନ୍ନ ବିଦ୍ୟାଳୟରେ ହୋଇଥିଲା। ତେବେ ଗଞ୍ଜାମ ଜିଲା ସୁରଙ୍ଗିଗଡ଼ ନିକଟସ୍ଥ ଶ୍ୟାମସୁନ୍ଦର ବିଦ୍ୟାପୀଠରୁ ୧୯୭୪ରେ ମାଟ୍ରିକ୍‌ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପଢିଲି। ସେଠାରୁ ଇତିହାସ ଅନର୍ସରେ ବି.ଏ. ପାସ୍‌ କରିବା ପରେ ବାଣପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଚାକିରି ପାଇଗଲି। ଦିନେ ଏହି ବିଦ୍ୟାଳୟ ଅବିଭକ୍ତ ପୁରୀ ଜିଲାର ଏକ ସୁନାମଧନ୍ୟ ବିଦ୍ୟାଳୟ ଭାବେ ପରିଚିତ ଥିଲା, ଯେଉଁଠାରେ ନିଆଖୁଣ୍ଟା ଗୋଦାବରୀଶ ମହାପାତ୍ର, ପ୍ରେମିକ କବି ମାୟାଧର ମାନସିଂହ, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଭାରତର ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର ଆଦି ଶିକ୍ଷାଗ୍ରହଣ କରିଥିଲେ। ସେଭଳି ଏକ ସୁନାମଧନ୍ୟ ବିଦ୍ୟାଳୟରେ ଶିକ୍ଷକତା କରିବାର ସୁଯୋଗ ମିଳିବାରୁ ନିଜକୁ ଧନ୍ୟ ମନେ କରିବା ସହ ଶେଷ ପର୍ଯ୍ୟନ୍ତ ସେହି ସ୍କୁଲରେ ରହି କାମ କରିବାକୁ ମନେ ମନେ ନିଷ୍ପତ୍ତି ନେଲି। ତେବେ ମୁଁ ଚାକିରି କରିବା ସମୟରେ ଏହି ବିଦ୍ୟାଳୟଟି ପରିଚାଳନା କମିଟି ଦ୍ୱାରା ପରିଚାଳିତ ହେଉଥିଲା। ତେଣୁ ଦରମା ମିଳିବାରେ ଟିକେ ବିଳମ୍ବ ହେଲା। ୧୯୮୦ରେ ଚାକିରିରେ ଜଏନ୍‌ କରିଥିଲେ ହେଁ ଦରମା ମିଳିଲା ବେଳକୁ ୧୯୮୪ ମସିହା ହୋଇଯାଇଥିଲା। ଏହି ଚାରିବର୍ଷ ଘରୁ ପଇସା ଆଣି ଚଳୁଥିଲି। ମାସିକ ୩୧୫ ଟଙ୍କା ହିସାବରେ ଚାରି ବର୍ଷ ପରେ ଯେବେ ଦରମା ପାଇଲି, ସେତେବେଳକୁ ବାପା ଆଉ ଇହଧାମରେ ନ ଥିଲେ। ତେଣୁ ଦରମା ଟଙ୍କା ନେଇ ବୋଉ ହାତରେ ଦେଲି। ୧୯୯୨ରେ ଏହି ସ୍କୁଲ୍‌ ସରକାରୀ ମାନ୍ୟତା ପାଇଲା। ଆଉ ୨୦୧୧ରେ ମୋତେ ଇନ୍‌ଚାର୍ଜ ହେଡ୍‌ମାଷ୍ଟର ଭାବେ ଦାୟିତ୍ୱ ମିଳିଲା। ୨୦୧୭ରେ ଆମ ସ୍କୁଲ ନିକଟରେ ଥିବା ବାଳକ ଉଚ୍ଚ ବିଦ୍ୟାଳୟ ସହ ମିଶି ବାଣପୁର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ ହେଲା। ତା’ପରେ ପୁଣି ମୁଁ ସହକାରୀ ଶିକ୍ଷକ ହୋଇ ପିଲାଙ୍କୁ ଶିକ୍ଷାଦାନ ଦେଲି। ଆଉ ଶେଷରେ ଏହି ପଦବୀରେ ଥାଇ ୨୦୧୯ ମସିହା ଏପ୍ରିଲ୍‌ରେ ଚାକିରିରୁ ଅବସର ନେଲି। କିନ୍ତୁ ତା’ପୂର୍ବରୁ ୨୦୧୭ରେ ଖୋର୍ଦ୍ଧା ଜିଲାପାଳଙ୍କଠାରୁ ଓ ୨୦୧୮ରେ ସମାଜ ଅନୁଷ୍ଠାନ ତରଫରୁ କୃତି ଶିକ୍ଷକ ଭାବେ ପୁରସ୍କାର ପାଇସାରିଥିଲି। ଶିକ୍ଷକତା ବାଦ୍‌ ଲେଖାଲେଖିରେ ବି ରୁଚିଥିଲା। ଖାସ୍‌ କରି ଶିଶୁ କବିତା, ଆଧୁନିକ କବିତା, ସାମାଜିକ ମୂଲ୍ୟବୋଧ ଓ ସମସ୍ୟା ସମ୍ବଳିତ ଗପ ତଥା ସଂସ୍କୃତି, ଐତିହ୍ୟ, ଧର୍ମ, ପରମ୍ପରା, ଯାନିଯାତ୍ରା, ପର୍ବପର୍ବାଣି ସମ୍ପର୍କିତ ବିଭିନ୍ନ ଗବେଷଣାତ୍ମକ ଲେଖା ଲେଖିବାକୁ ଭଲ ପାଉଥିଲି। ୟା’ ଭିତରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ୩୦ରୁ ଊର୍ଦ୍ଧ୍ୱ ଶିଶୁ କବିତା, ୨୦ରୁ ଊର୍ଦ୍ଧ୍ୱ ଆଧୁନିକ କବିତା ତଥା ଅନେକ ଗପ ଓ ଗବେଷଣାତ୍ମକ ଲେଖାମାନ ପ୍ରକାଶ ପାଇସାରିଲାଣି। ତା’ସହିତ ‘ଘଣ୍ଟଶିଳା’ ପତ୍ରିକାର ସମ୍ପାଦନା ବି ମୁଁ କରିଛି। ସ୍କୁଲ୍‌ରେ ପାଠ ପଢାଉଥିବାବେଳେ ପିଲାମାନଙ୍କୁ ନେଇ ‘କଳିକା’ ନାମରେ ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲି। ଓ୍ବାଲ୍‌ ମାଗାଜିନ୍‌ ବି ବାହାର କରୁଥିଲି। ଆଉ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ଲେଖାଠାରୁ ଆରମ୍ଭ କରି ନିର୍ଦ୍ଦେଶନା ଦେବା ଇତ୍ୟାଦି କଥା ମୋତେ ହିଁ ବୁଝିବାକୁ ପଡୁଥିଲା। ଆଉ ଏବେ ‘ଭିନ୍ନ ପୃଥିବୀ’ ନାମରେ ନିଜର ଏକ ନାଟକ ସଂସ୍ଥା ମୋର ଅଛି। ବିଭିନ୍ନ ସାମାଜିକ ଘଟଣାବଳୀ ଉପରେ ଆଧାର କରି ଏହି ସଂସ୍ଥା ତରଫରୁ ୟା’ଭିତରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମଞ୍ଚ ନାଟକ ଓ ୨୫ରୁ ଊର୍ଦ୍ଧ୍ୱ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ସାରିଲାଣି। ଏହାସହିତ ଏବେ ମୁଁ ଶାଳିଆ ସାଂସ୍କୃତିକ ପରିଷଦ ଓ ଚିଲିକା ସାହିତ୍ୟ ସମାଜର ସଭାପତି ଦାୟିତ୍ୱ ତୁଲାଇବା ସହ ବାଣପୁର ମହୋତ୍ସବ କମିଟି, ପାଇକ ବିଦ୍ରୋହ ସ୍ମାରକ ସମିତି, ମା’ ଭଗବତୀ ସାଂସ୍କୃତିକ ପରିଷଦ, ଶ୍ରୀ ରଙ୍କନାଥ ଉନ୍ନୟନ ପରିଷଦର ସମ୍ପାଦକ ଅଛି। ସେହିପରି ବାଣପୁର ପଞ୍ଚୁଦୋଳ ଯାତ୍ରା କମିଟିର ସାଂସ୍କୃତିକ ବିଭାଗର ଆବାହକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଅଛି। ଏହାଛଡ଼ା ନେହେରୁ ସେବା ସଂଘର ଜଣେ ସଭ୍ୟ ଭାବେ ବାଣପୁରରେ ଥିବା ଅନାଥ ଓ ଅବହେଳିତ ପିଲାମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ ନିଜର ଚେଷ୍ଟା ଜାରି ରଖିଛି। ଏ ସମସ୍ତ ଉଲ୍ଲେଖନୀୟ କାମ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri