Posted inଫୁରସତ

ପ୍ରଥମ ରୋଜଗାର; ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ବାଳମୁକୁନ୍ଦ ଦାସ

ଶିକ୍ଷକ, ଲେଖକ ତଥା ସାମାଜିକ କର୍ମୀ ବାଳମୁକୁନ୍ଦ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-
ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ଭୀମପୁର ଗାଁରେ ମୋର ଜନ୍ମ। ଚାକିରି କ୍ଷେତ୍ରରେ ବାପାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହେଉଥିବାରୁ ମୋର ପାଠପଢ଼ା ମଧ୍ୟ ଭିନ୍ନ ଭିନ୍ନ ବିଦ୍ୟାଳୟରେ ହୋଇଥିଲା। ତେବେ ଗଞ୍ଜାମ ଜିଲା ସୁରଙ୍ଗିଗଡ଼ ନିକଟସ୍ଥ ଶ୍ୟାମସୁନ୍ଦର ବିଦ୍ୟାପୀଠରୁ ୧୯୭୪ରେ ମାଟ୍ରିକ୍‌ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପଢିଲି। ସେଠାରୁ ଇତିହାସ ଅନର୍ସରେ ବି.ଏ. ପାସ୍‌ କରିବା ପରେ ବାଣପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଚାକିରି ପାଇଗଲି। ଦିନେ ଏହି ବିଦ୍ୟାଳୟ ଅବିଭକ୍ତ ପୁରୀ ଜିଲାର ଏକ ସୁନାମଧନ୍ୟ ବିଦ୍ୟାଳୟ ଭାବେ ପରିଚିତ ଥିଲା, ଯେଉଁଠାରେ ନିଆଖୁଣ୍ଟା ଗୋଦାବରୀଶ ମହାପାତ୍ର, ପ୍ରେମିକ କବି ମାୟାଧର ମାନସିଂହ, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଭାରତର ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର ଆଦି ଶିକ୍ଷାଗ୍ରହଣ କରିଥିଲେ। ସେଭଳି ଏକ ସୁନାମଧନ୍ୟ ବିଦ୍ୟାଳୟରେ ଶିକ୍ଷକତା କରିବାର ସୁଯୋଗ ମିଳିବାରୁ ନିଜକୁ ଧନ୍ୟ ମନେ କରିବା ସହ ଶେଷ ପର୍ଯ୍ୟନ୍ତ ସେହି ସ୍କୁଲରେ ରହି କାମ କରିବାକୁ ମନେ ମନେ ନିଷ୍ପତ୍ତି ନେଲି। ତେବେ ମୁଁ ଚାକିରି କରିବା ସମୟରେ ଏହି ବିଦ୍ୟାଳୟଟି ପରିଚାଳନା କମିଟି ଦ୍ୱାରା ପରିଚାଳିତ ହେଉଥିଲା। ତେଣୁ ଦରମା ମିଳିବାରେ ଟିକେ ବିଳମ୍ବ ହେଲା। ୧୯୮୦ରେ ଚାକିରିରେ ଜଏନ୍‌ କରିଥିଲେ ହେଁ ଦରମା ମିଳିଲା ବେଳକୁ ୧୯୮୪ ମସିହା ହୋଇଯାଇଥିଲା। ଏହି ଚାରିବର୍ଷ ଘରୁ ପଇସା ଆଣି ଚଳୁଥିଲି। ମାସିକ ୩୧୫ ଟଙ୍କା ହିସାବରେ ଚାରି ବର୍ଷ ପରେ ଯେବେ ଦରମା ପାଇଲି, ସେତେବେଳକୁ ବାପା ଆଉ ଇହଧାମରେ ନ ଥିଲେ। ତେଣୁ ଦରମା ଟଙ୍କା ନେଇ ବୋଉ ହାତରେ ଦେଲି। ୧୯୯୨ରେ ଏହି ସ୍କୁଲ୍‌ ସରକାରୀ ମାନ୍ୟତା ପାଇଲା। ଆଉ ୨୦୧୧ରେ ମୋତେ ଇନ୍‌ଚାର୍ଜ ହେଡ୍‌ମାଷ୍ଟର ଭାବେ ଦାୟିତ୍ୱ ମିଳିଲା। ୨୦୧୭ରେ ଆମ ସ୍କୁଲ ନିକଟରେ ଥିବା ବାଳକ ଉଚ୍ଚ ବିଦ୍ୟାଳୟ ସହ ମିଶି ବାଣପୁର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ ହେଲା। ତା’ପରେ ପୁଣି ମୁଁ ସହକାରୀ ଶିକ୍ଷକ ହୋଇ ପିଲାଙ୍କୁ ଶିକ୍ଷାଦାନ ଦେଲି। ଆଉ ଶେଷରେ ଏହି ପଦବୀରେ ଥାଇ ୨୦୧୯ ମସିହା ଏପ୍ରିଲ୍‌ରେ ଚାକିରିରୁ ଅବସର ନେଲି। କିନ୍ତୁ ତା’ପୂର୍ବରୁ ୨୦୧୭ରେ ଖୋର୍ଦ୍ଧା ଜିଲାପାଳଙ୍କଠାରୁ ଓ ୨୦୧୮ରେ ସମାଜ ଅନୁଷ୍ଠାନ ତରଫରୁ କୃତି ଶିକ୍ଷକ ଭାବେ ପୁରସ୍କାର ପାଇସାରିଥିଲି। ଶିକ୍ଷକତା ବାଦ୍‌ ଲେଖାଲେଖିରେ ବି ରୁଚିଥିଲା। ଖାସ୍‌ କରି ଶିଶୁ କବିତା, ଆଧୁନିକ କବିତା, ସାମାଜିକ ମୂଲ୍ୟବୋଧ ଓ ସମସ୍ୟା ସମ୍ବଳିତ ଗପ ତଥା ସଂସ୍କୃତି, ଐତିହ୍ୟ, ଧର୍ମ, ପରମ୍ପରା, ଯାନିଯାତ୍ରା, ପର୍ବପର୍ବାଣି ସମ୍ପର୍କିତ ବିଭିନ୍ନ ଗବେଷଣାତ୍ମକ ଲେଖା ଲେଖିବାକୁ ଭଲ ପାଉଥିଲି। ୟା’ ଭିତରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ୩୦ରୁ ଊର୍ଦ୍ଧ୍ୱ ଶିଶୁ କବିତା, ୨୦ରୁ ଊର୍ଦ୍ଧ୍ୱ ଆଧୁନିକ କବିତା ତଥା ଅନେକ ଗପ ଓ ଗବେଷଣାତ୍ମକ ଲେଖାମାନ ପ୍ରକାଶ ପାଇସାରିଲାଣି। ତା’ସହିତ ‘ଘଣ୍ଟଶିଳା’ ପତ୍ରିକାର ସମ୍ପାଦନା ବି ମୁଁ କରିଛି। ସ୍କୁଲ୍‌ରେ ପାଠ ପଢାଉଥିବାବେଳେ ପିଲାମାନଙ୍କୁ ନେଇ ‘କଳିକା’ ନାମରେ ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲି। ଓ୍ବାଲ୍‌ ମାଗାଜିନ୍‌ ବି ବାହାର କରୁଥିଲି। ଆଉ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ଲେଖାଠାରୁ ଆରମ୍ଭ କରି ନିର୍ଦ୍ଦେଶନା ଦେବା ଇତ୍ୟାଦି କଥା ମୋତେ ହିଁ ବୁଝିବାକୁ ପଡୁଥିଲା। ଆଉ ଏବେ ‘ଭିନ୍ନ ପୃଥିବୀ’ ନାମରେ ନିଜର ଏକ ନାଟକ ସଂସ୍ଥା ମୋର ଅଛି। ବିଭିନ୍ନ ସାମାଜିକ ଘଟଣାବଳୀ ଉପରେ ଆଧାର କରି ଏହି ସଂସ୍ଥା ତରଫରୁ ୟା’ଭିତରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମଞ୍ଚ ନାଟକ ଓ ୨୫ରୁ ଊର୍ଦ୍ଧ୍ୱ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ସାରିଲାଣି। ଏହାସହିତ ଏବେ ମୁଁ ଶାଳିଆ ସାଂସ୍କୃତିକ ପରିଷଦ ଓ ଚିଲିକା ସାହିତ୍ୟ ସମାଜର ସଭାପତି ଦାୟିତ୍ୱ ତୁଲାଇବା ସହ ବାଣପୁର ମହୋତ୍ସବ କମିଟି, ପାଇକ ବିଦ୍ରୋହ ସ୍ମାରକ ସମିତି, ମା’ ଭଗବତୀ ସାଂସ୍କୃତିକ ପରିଷଦ, ଶ୍ରୀ ରଙ୍କନାଥ ଉନ୍ନୟନ ପରିଷଦର ସମ୍ପାଦକ ଅଛି। ସେହିପରି ବାଣପୁର ପଞ୍ଚୁଦୋଳ ଯାତ୍ରା କମିଟିର ସାଂସ୍କୃତିକ ବିଭାଗର ଆବାହକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଅଛି। ଏହାଛଡ଼ା ନେହେରୁ ସେବା ସଂଘର ଜଣେ ସଭ୍ୟ ଭାବେ ବାଣପୁରରେ ଥିବା ଅନାଥ ଓ ଅବହେଳିତ ପିଲାମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ ନିଜର ଚେଷ୍ଟା ଜାରି ରଖିଛି। ଏ ସମସ୍ତ ଉଲ୍ଲେଖନୀୟ କାମ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri