Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ

ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗାଁରେ ମୋର ଜନ୍ମ। ମୋତେ ଯେତେବେଳେ ମାତ୍ର ୬ ମାସ ହୋଇଥିଲା ବାପାଙ୍କର ଅକାଳ ବିୟୋଗ ହେଲା। ଭାଇଭଗାରିଙ୍କର ଅଣଦେଖା, ନାନା ଲୋକଙ୍କ ନାନା କଥା ଶୁଣି ଶୁଣି ବୋଉ ତା’ ମନୋବଳକୁ ଦୃଢ଼ କରିବା ସହ ମୋତେ ମଣିଷ କରିବାକୁ ଅଣ୍ଟା ଭିଡ଼ିଲା। ବାପଘରୁ ଆଣିଥିବା ସୁନାରୁପା ବିକି, ପର ଘରେ ପାଇଟି କରି ସେ ମୋ ମୁହଁରେ ଆହାର ଦେଲା, ଆଉ ମୋତେ ପାଠ ପଢାଇଲା। ଏମିତିରେ ଗାଁ ସ୍କୁଲ୍‌ରୁ ୭ମ ପାସ୍‌ କରିବା ପରେ ମାମୁଘରେ ରହି ପଢିଲି। ମାମୁଘର ନିକଟସ୍ଥ କଳାପଥର ଧଳାପଥର ହାଇସ୍କୁଲ୍‌ରୁ ୧୯୬୬ରେ ଏକାଦଶ ପାସ୍‌ କରିବା ପରେ ଗଡ଼ତରା ଘରୋଇ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମାସିକ ଚାଳିଶ ଟଙ୍କା ପାଉଣାରେ ମୁଁ ମୋର ଚାକିରି ଜୀବନ ଆରମ୍ଭ କରିଥିଲି। ପ୍ରଥମ ମାସର ଦରମା ବୋଉ ହାତରେ ଦେବାରୁ ସେ ବହୁତ ଖୁସି ହେଲା। ଦୁଇଟଙ୍କାରେ ନଡିଆଟିଏ କିଣି ଗାଁ ଇଷ୍ଟ ଦେବତା ଶ୍ରୀ ବାଲୁଙ୍କେଶ୍ୱରଙ୍କ ପାଖରେ ଭୋଗ କରି ମୋର ମଙ୍ଗଳ କାମନା କଲା। ଏହି ବିଦ୍ୟାଳୟରେ ୫ ବର୍ଷ ଶିକ୍ଷକତା କରିବା ପରେ କଟକସ୍ଥିତ ରାଧାନାଥ ଟ୍ରେନିଂ ସ୍କୁଲ୍‌ରେ ସିଟି କଲି। ସିଟି ପାସ୍‌ କରି ୧୯୭୪ରେ ଭୁବନେଶ୍ୱର ବ୍ଲକ୍‌ ଚନ୍ଦକା ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଭାବେ ଯୋଗ ଦେଲି। ୧୯୭୯ରେ ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ଭୁଆଶୁଣି ପାଟଣା ପ୍ରାଥମିକ ବିଦ୍ୟାଳୟକୁ ମୋର ବଦଳି ହେଲା। ଏହିପରି ଆହୁରି କେତେକ ବିଦ୍ୟାଳୟକୁ ବଦଳି ହୋଇ ଯିବା ପରେ ଶେଷରେ ପ୍ରଧାନ ଶିକ୍ଷକ ପଦବୀରେ ଥାଇ ବେଗୁନିଆ ସମିତି ପ୍ରାଥମିକ ବିଦ୍ୟାଳୟରୁ ୨୦୦୬ରେ ଚାକିରିରୁ ଅବସର ନେଇଥିଲି। ତେବେ ଶିକ୍ଷକତା ସହିତ ଘରୋଇ ଭବେ ଆଇ.ଏ., ବି.ଏ. ଓ ବି.ଇଡି. ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲି। ତା’ଛଡ଼ା ଚାକିରି କାଳ ଭିତରେ ସରକାରଙ୍କ ତରଫରୁ କେତେଥର କଣ୍ଢେଇ ମାଧ୍ୟମରେ ଶିକ୍ଷା, ସଂସ୍କୃତି ସୁରକ୍ଷା, ସର୍ବଶିକ୍ଷା ଅଭିଯାନ(ସମନ୍ବୟ, ଉଦୟ ୧ ଓ ୨ ଭାଗ, ସହଯୋଗ, ଉନ୍ମେଷ ୧,୨,୩ ଓ ୪ ଭାଗ, ଭୂମିକା, ସାମର୍ଥ୍ୟ, ସୃଜନ, ସଂଯୋଗୀ ୧ ଓ ୨ ଭାଗ, ମୀନା, ଜାଗୃତି ଇତ୍ୟାଦି)ର ଟ୍ରେନିଂ ମଧ୍ୟ ନେଇଥିଲି। କେବଳ ଟ୍ରେନିଂ ନେଉଥିଲି ତାହା ନୁହେଁ ଅନେକ ଥର ଜିଲା ତଥା ବ୍ଲକ୍‌ସ୍ତରୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏ ନେଇ ତାଲିମ ବି ଦେଇଥିଲି। ସେହିପରି ୨୫ରୁ ଊର୍ଦ୍ଧ୍ୱ ବିଭିନ୍ନ ସ୍ମରଣିକାର ସମ୍ପାଦନା ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲି। ଯେଉଁଥିପାଇଁ ୨୦୦୫ରେ ମୋତେ ଆଦର୍ଶ ଶିକ୍ଷକ ଭାବେ ରାଜ୍ୟପାଳ ପୁରସ୍କାର ମିଳିଥିଲା। ତେବେ ଶିକ୍ଷକତା ଜୀବନ ବାଦ୍‌ ବିଭିନ୍ନ ସଚେତନତା ଧର୍ମୀ (ଯେମିତିକି ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ, ନିଶା ନିବାରଣ, ଏଡ୍‌ସ, କନ୍ୟାଭ୍ରୂଣ ସୁରକ୍ଷା, ଗୋସମ୍ପଦର ସୁରକ୍ଷା, ପିତାମାତାଙ୍କୁ ଅବହେଳା ନ କରିବା ଆଦି ସମ୍ବନ୍ଧରେ) ଲେଖା ଲେଖିବାରେ ମୋର ବିଶେଷ ରୁଚି ଥିଲା। ୟା’ଭିତରେ ପ୍ରାୟ ୨୦ ଖଣ୍ଡ ସଚେତନତା ଧର୍ମୀ ପୁସ୍ତକ ମୋର ପ୍ରକାଶ ପାଇସାରିଲାଣି, ଯାହାକୁ ମୁଁ ବିଭିନ୍ନ ସଭାସମିତିରେ ଯୋଗ ଦେବାକୁ ଗଲାବେଳେ ଲୋକମାନଙ୍କୁ ମାଗଣାରେ ବାଣ୍ଟି ଥାଏ। ଲେଖାଲେଖି ସହିତ ଗଛ ଲଗାଇବା ଓ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ସୃଷ୍ଟି କରାଇବା ଦିଗରେ ବି ମୋର ଅନେକ ଭୂମିକା ରହିଛି। ଯେଉଁଥିପାଇଁ ୨୦୦୮ରେ ମୋତେ ପ୍ରକୃତିବନ୍ଧୁ ପୁରସ୍କାର ବି ମିଳିସାରିଛି। ସେହିପରି ୟା’ଭିତରେ ଜଣେ କବି, ଶିକ୍ଷାବିତ୍‌ ଓ ସମାଜସେବୀ ଭାବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ଦ୍ୱାରା ମଧ୍ୟ ସମ୍ବର୍ଦ୍ଧିତ ତଥା ସମ୍ମାନିତ ହୋଇସାରିଛି।
-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri