Posted inଖେଳ

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌
ବ୍ୟାଙ୍ଗକକ୍‌,୨୨।୧- କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ଏଚ୍‌.ଏସ୍‌. ପ୍ରଣୟ ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଶ୍ରୀକାନ୍ତଙ୍କୁ ଇଣ୍ଡୋନେସିଆର ହିରେନ ରୁଷ୍ଟାଭିଟୋ, ବର୍ମାଙ୍କୁ ମାଲେସିଆର ଲି ଜି ଜିଆ ଓ ପ୍ରଣୟଙ୍କୁ ମାଲେସିଆର ଲିଉ ଡାରେନ ପରାସ୍ତ କରିଛନ୍ତି। ୪୮ ମିନିଟ୍‌ ଧରି ଚାଲିଥିବା ମୁକାବିଲାରେ ୫ମ ସିଡ୍‌ ଶ୍ରୀକାନ୍ତ ୨୧-୧୨, ୧୪-୨୧, ୧୧-୨୧ ଗେମ୍‌ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ଯୋଗୁ ତାଙ୍କ ଅଲିମ୍ପିକ୍ସ ଯୋଗ୍ୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଶ୍ରୀକାନ୍ତ ଏବେ ୨୩ତମ ସ୍ଥାନରେ ଥିବାବେଳେ ଆସନ୍ତା ଏପ୍ରିଲ ୨୬ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅନ୍ତିମ ତାରିଖ। ଏଥିପୂର୍ବରୁ ସେ ଇଣ୍ଡୋନେସିଆ ମାଷ୍ଟର୍ସ ଓ ମାଲେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ବର୍ମା ୧୬-୨୧, ୧୫-୨୧ ଗେମ୍‌ରେ ମ୍ୟାଚ୍‌ ହାରିଛନ୍ତି। କିନ୍ତୁ ପ୍ରଣୟ ଜୋରଦାର ଲଢ଼େଇ କରିଥିଲେ। ପ୍ରଥମ ଗେମ୍‌ (୧୭-୨୧)ରେ ହାରିବା ପରେ ଦ୍ୱିତୀୟ ଗେମ୍‌କୁ ୨୨-୨୦ରେ ଜିତି ମ୍ୟାଚ୍‌କୁ ଫେରିଥିଲେ। କିନ୍ତୁ ତୃତୀୟ ତଥା ଅନ୍ତିମ ଗେମରେ ୧୯-୨୧ ବ୍ୟବଧାନରେ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ ତିଆରି କଲେ ଶାଶ୍ୱତ

ଭୁବନେଶ୍ୱର,୨୨।୭(ସ୍ପୋଟର୍‌ସ ବ୍ୟୁରୋ): ପୁରୀର କୁମ୍ଭପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ବତନ୍ତ୍ର ଉପାୟରେ ଅଲିମ୍ପିକ୍ସ ଲୋଗୋ ତିଆରି କରିଛନ୍ତି। ଶୁକ୍ରବାରଠାରୁ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ...

ପାକିସ୍ତାନ ଲାଗି କର ବା ମର ସ୍ଥିତି

ଲିଡ୍ସ,୨୯।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ପାକିସ୍ତାନ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ଆରମ୍ଭରୁ ୩ଟି...

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ...

ଆଇଓସି ସଦସ୍ୟ ଭାବେ ବାତ୍ରା ନିର୍ବାଚିତ

ଲାଉସାନେ, ୨୭ା୬ (ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।...

୧୪.୨୫ କୋଟି: ନିଜ ମୂଲ୍ୟକୁ ଏଭଳି ପରିଶୋଧ କରୁଛନ୍ତି ଆର୍‌ସିବିର ଏହି ବ୍ୟାଟ୍ସମ୍ୟାନ୍‌; ପଞ୍ଚମ ଥର ପାଇଁ…

ଦୁବାଇ,୯।୧୦: ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଶ୍ରୀକର ଭରତ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ର ରୋମାଞ୍ଚକ...

ମୁମ୍ବାଇରେ ଏକାଠି ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି

ମୁମ୍ବାଇ, ୨୫।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କ୍ୱାରାଣ୍ଟାଇନ୍‌ ଔପଚାରିକତା ପୂରଣ ପାଇଁ ଦିଲ୍ଲୀ...

ବାପା ହେଲେ କ୍ରିକେଟର

ନୂଆଦିଲ୍ଲୀ,୧୫।୭: ଟିମ୍‌ ଇଣ୍ଡିଆ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ରବିନ ଉଥପ୍ପା ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଶୀତଲ ଗୁରୁବାର...

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଆଗତ ସ୍ବାର୍ଥଜନିତ ମାମଲାର ଶୁଣାଣି ଶନିବାର ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅମ୍ବୁଡ୍‌ସମ୍ୟାନ ଜଷ୍ଟିସ ଡି.କେ.ଜୈନ...

Advertisement
Archives

Model This Week