ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍‌’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍‌ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ରେ ପୂଜା ବେଦୀଙ୍କ ଝିଅ ଆଲୟା ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଯାଇଛନ୍ତି।
ଏକ ସାକ୍ଷାତକାରରେ ଆଲୟା କହିଛନ୍ତି, ମୋତେ ଲୋକଙ୍କ ପ୍ରଶଂସା ବହୁତ ଖୁସି ଦେଇଛି। ନିତିନ୍‌ କକ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଲଣ୍ଡନର ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମକୁ ପୂଜା ଏଣ୍ଟରଟେନ୍‌ମେଣ୍ଟରେ ପ୍ରସ୍ତୁତ କରାଯାଇଥିଲା। ୩୧ ଜାନୁୟାରୀରେ ରିଲିଜ୍‌ ହୋଇଥିବା ଫିଲ୍ମଟି ଭାରତରେ ଗୋଟିଏ ସପ୍ତାହରେ ପ୍ରାୟ ୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହା ପରଠାରୁ ଆଲୟାଙ୍କ ନିକଟକୁ ଅଫର ଉପରେ ଅଫର ଆସୁଛି। ତେଣୁ କେଉଁ ଫିଲ୍ମରେ ଅଭିନୟ କରିବେ ସେ ସମ୍ପର୍କରେ କିଛି ନିଷ୍ପତ୍ତି ନେଇନାହାନ୍ତି। ଏବେ ସିନା ଆଲୟାଙ୍କ ନିକଟକୁ ଏତେ ଅଫର ଆସୁଛି ମାତ୍ର ପ୍ରଥମ ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ବହୁ କଷ୍ଟକର ଥିଲା। ଯେତେବେଳେ ଦର୍ଶକେ ତାଙ୍କୁ ପସନ୍ଦ କରୁ ନ ଥିଲେ ସେ ନିରାଶ ହୋଇପଡୁଥିଲେ। ତେଣୁ ସେ ଚିନ୍ତା କଲେ ଯଦି ଜଣେ ପ୍ରଯୋଜକ ଗୋଟିଏ ଗୋଟିଏ ଫିଲ୍ମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି ସେ କାହିଁକି ଅଭିନୟ କରି ପରିଶ୍ରମର ମୂଲ୍ୟ ଉଠାଇ ନ ପାରିବେ। ତା’ ପରେ କାମରେ ଧ୍ୟାନ ଦେଲେ। ଯାହାର ଉଦାହରଣ ‘ଜଓ୍ବାନୀ ଜାନେମନ୍‌’। ଫିଲ୍ମଟି ତାଙ୍କୁ ବହୁତ ସଫଳତା ଆଣିଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ଟର ନୁହେଁ ବରଂ ଲେଖକ ହେଉଛନ୍ତି ଶ୍ରଦ୍ଧାଙ୍କ ବୟ ଫ୍ରେଣ୍ଡ ରାହୁଲ ମୋଦି

ମୁମ୍ବାଇ: ବଲିଉଡ ବିୟୁଟି ଶ୍ରଦ୍ଧା କପୁର ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା। ଆଜିକାଲି ଶ୍ରଦ୍ଧା ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ...

ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ଙ୍କ ସହ ଦାଣ୍ଡିଆ ଖେଳିଲେ ଧୋନୀ

ଜାମନଗର,୩।୩: ବଲିଉଡ ବ୍ୟତୀତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ଓ୍ବେଡିଂ ପାଇଁ ଜାମନଗରରେ ଅନେକ କ୍ରିକେଟର୍‌ ମଧ୍ୟ ଅଛନ୍ତି। ଅନନ୍ତ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର...

ଅନନ୍ତ ଅମ୍ବାନୀଙ୍କ ମହଙ୍ଗା ଘଡ଼ି ଦେଖି ଚମକି ପଡିଲେ ଜୁକରବର୍ଗ

ମୁମ୍ବାଇ: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗତ କିଛି ଦିନ ହେବ ଗୁଜୁରାଟର...

ଡେଟିଂର ୧୦ ବର୍ଷ ପରେ ପ୍ରେମିକଙ୍କ ହାତ ଧରିଲେ ସୁରଭି

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ପ୍ରେମିକ କରନ ଶର୍ମାଙ୍କ ହାତ ଧରିଛନ୍ତି ସେ। ଉଭୟ ପରସ୍ପରକୁ...

ଝଲକ୍‌ ଜିତିଲେ ବିହାର ଝିଅ ମନିଷା

ବମ୍ବେ: ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଯା’ର ୧୧ତମ ସିଜନ୍‌। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ...

ଫୁଟ୍‌ବଲର ହେବାକୁ ଚାହୁଁଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗର ଶ୍ରଫ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ର ଏହି...

ରାହୁଲ ମୋଦି କିଏ? ଯାହାଙ୍କ ସହ ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଛନ୍ତି ଶ୍ରଦ୍ଧା କପୁର…

ବମ୍ବେ: ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର। ଏବେ ସେ ଅମ୍ବାନୀ ପରିବାରର ଅତିଥି ସାଜି ଅନନ୍ତଙ୍କ ବିବାହରେ ଯୋଗ...

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

ମୁମ୍ବାଇ: ଲୋକ ସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri