Posted inଖେଳ

ପ୍ରଥମ ଦେଖାରେ ବ୍ରଡଙ୍କୁ ସୁନ୍ଦରୀ ତରୁଣୀ ଭାବିଥିଲେ ଆଣ୍ଡରସନ

ଲଣ୍ଡନ,୨୩।୫(ପି.ଟି.)- ନିଜ ନୂଆ ବହି ‘ବୋଲ. ସ୍ଲିପ୍‌. ରିପିଟ୍‌’ରେ ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ମଜାଦାର କଥା ଉଲ୍ଲେଖ କରିଛନ୍ତି। ସାଥୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଥମ ଦେଖାରେ ସେ ଅଲଗା ଭାବିଥିଲେ। ସେ ବ୍ରଡଙ୍କୁ ଜଣେ ସୁନ୍ଦରୀ ତରୁଣୀ ଭାବିନେଇଥିଲେ। ବ୍ରଡଙ୍କ ନୀଳ ଆଖି, ସୁନେଲୀ କେଶ ଓ ସୁନ୍ଦର ଚେହେରା ଆଣ୍ଡରସନଙ୍କୁ ଭ୍ରମରେ ପକାଇଥିଲା।
୩୬ ବର୍ଷୀୟ ଆଣ୍ଡରସନ ଏପର୍ଯ୍ୟନ୍ତ ୧୪୮ଟି ଟେଷ୍ଟ ଖେଳି ୫୭୫ଟି ଉଇକେଟ ହାସଲ କରି ଇଂଲଣ୍ଡର ସଫଳତମ ଟେଷ୍ଟ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେହିପରି ଏକ ଟିମ୍‌ ବୈଠକରେ କୋଚ୍‌ ଆଣ୍ଡି ଫ୍ଲାଓ୍ବାର କିଛି କହୁଥିବା ବେଳେ ଅଫ୍‌ ସ୍ପିନର ଗ୍ରେମ୍‌ ସ୍ବାନ ଜୋରରେ ପାଡିବା କଥା ମଧ୍ୟ ସେ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।
ଏତେ ଜୋରରେ ଓ ଶବ୍ଦରେ କୌଣସି ବ୍ୟକ୍ତି ପାଡିବାର ମୁଁ ପୂର୍ବରୁ କେବେ ଶୁଣି ନ ଥିଲି। ଫଳରେ ପ୍ଲାଓ୍ବାର ସ୍ବାନଙ୍କ ଆଡକୁ ଅନାଇଥିଲେ ଓ ସ୍ବାନ ଅବଶ୍ୟ ଏଥିପାଇଁ ସରି କହିଥିଲେ। ଏହା ମୋ ନିୟନ୍ତ୍ରଣରେ ନ ଥିଲା ବୋଲି ସ୍ବାନ କହିଥିଲେ।
ବ୍ରଡ ଓ ମୁଁ ୧,୦୦୦ ଉଇକେଟ ହାସଲ କରିଛୁ। ଆମ ଦୁହିଙ୍କ ବୋଲିଂ କୌଶଳ ଭିନ୍ନ। ତେଣୁ ଆମ ଭିତରେ ପ୍ରତିଯୋଗିତା ହୋଇ ନ ଥାଏ। ଆମ ଦୁହିଙ୍କ ଯୋଡି ବେଶ୍‌ ସଫଳ ଥିଲା। ବୋଲିଂ କଲାବେଳେ ଆମ ପରସ୍ପରର ପରାମର୍ଶ ନେଉଥିଲୁ। କଣ କରିବାକୁ ହେବ ଓ କ’ଣ ନ କରିବାକୁ ହେବ ସେ ନେଇ ଆଲୋଚନା କରୁଥିଲୁ ବୋଲି ଆଣ୍ଡରସନ ଉଲ୍ଲେଖ କରିଛନ୍ତି। ୨୦୧୪ରେ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଭାରତ ବିପକ୍ଷ ଏକ ମ୍ୟାଚ୍‌ରେ ବ୍ରଡଙ୍କ ମୁହଁରେ ବଲ୍‌ ବାଜିଥିଲା। ଏହାପରେ ସେ ସ୍ବପ୍ନରେ ବଲ ତାଙ୍କ ଆଡକୁ ଉଡି ଆସୁଥିବା ଦେଖିଥିଲେ। ସାଧାରଣତଃ ବ୍ରଡଙ୍କୁ ଅଳସୁଆ ବୋଲି କେତେକ ଭାବିଥାନ୍ତି। କିନ୍ତୁ ପ୍ରକୃତରେ ବ୍ରଡ କଠିନ ପରିଶ୍ରମୀ ଥିଲେ। ଏହିଭଳି କେତକେ ଗୁରୁତ୍ୱପୂର୍ଣ୍ଣ ତଥା ମଜାଦାର କଥା ଆଣ୍ଡରସନ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେସ୍‌ବଲ୍‌: ପୂର୍ବତନ କବ୍ସ ତାରକା ବେକେର୍ଟଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ, ୧୩ା୪ (ଏଏଫ୍‌ପି): ପୂର୍ବତନ ବେସ୍‌ବଲ ତାରକା ତଥା ଚିକାଗୋ କବ୍ସ ଇନ୍‌ଫିଲ୍ଡର ଗ୍ଲେନ ବେକେର୍ଟ ରବିବାର ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୯୬୫ରୁ...

ପୋଲିସ ସବଇନ୍ସପେକ୍ଟରଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ ଟିମର ପେସ୍‌ ବୋଲର୍‌ ପରୱିନ୍ଦର ଆୱାନା ଜଣେ ପୋଲିସଙ୍କୁ ବିବାହ କରିଛନ୍ତି। ପରୱିନ୍ଦରଙ୍କ ସ୍ତ୍ରୀ ସଙ୍ଗୀତା କସାନା ଦିଲ୍ଲୀ ପୋଲିସରେ ସବଇନ୍ସପେକ୍ଟର ଅଛନ୍ତି। ପରୱିନ୍ଦର...

ମେଡିକାଲ ପ୍ରଫେସନାଲଙ୍କୁ ସ୍ବର୍ଣ୍ଣ ପଦକ ଅଫର କଲେ ମାରିନ

ମାଡ୍ରିଡ, ୭।୭: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ପେନ୍‌ରେ ଉଦ୍ୟମ ଜାରି ରହିଛି। ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମେଡିକାଲ ପ୍ରଫେସନାଲଙ୍କୁ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଓ୍ବର୍ନ ନିଲାମ କରିବେ ପଦାର୍ପଣ କ୍ୟାପ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ପ୍ରାୟ ୫୦ କୋଟି ବନ୍ୟ ଜନ୍ତୁ ଜୀବନ ହରାଇ ସାରିଲେଣି। କେବଳ ଏତିକି ନୁହେଁ ବହୁ ନିୟୁତ...

ସିଦ୍ଧେଶ ଲାଡଙ୍କୁ ନେଲା କେକେଆର

ମୁମ୍ବାଇ,୧୫।୧୧- ଆଇପିଏଲ ସିଜନ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଅନୁଯାୟୀ ସିଦ୍ଧେଶ ଲାଡ ମୁମ୍ବାଇ ଇଣ୍ଡିଆନ୍ସ ଦଳଠାରୁ କୋଲକାତା ନାଇଟ ରାଇଡର୍ସ (କେକେଆର) ନେଇଛି। ୨୦୧୫ରେ...

ବଦଳି ଗଲେଣି କୋହଲି

ନୂଆଦିଲ୍ଲୀ,୧।୨: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ଶତକ ହାସଲ କରିବାର ପ୍ରାୟ ୨ ବର୍ଷ ବିତିଯାଇଛି। ତାଙ୍କର ୭୧...

ଜାତୀୟ ଚୟନକର୍ତ୍ତା ପଦ ପାଇଁ ଦରଖାସ୍ତ ଆହ୍ବାନ କଲା ବିସିସିଆଇ

ନୂଆଦିଲ୍ଲୀ,୧୧।୧୧(ପି.ଟି.): ଜାତୀୟ ଚୟନକର୍ତ୍ତା ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆବେଦନ ପତ୍ର ଆହ୍ବାନ କରିଛି। ଜାତୀୟ ସିନିୟର ଚୟନ କମିଟିର ୩ଜଣ...

ଗୋଟିଏ ଓଭରରେ ୩୪ ରନ୍‌, ଖାଲି ଚୌକା-ଛକା ବର୍ଷା: ଦେଖନ୍ତୁ ଭିଡିଓ

ଲଣ୍ଡନ,୧୦।୭: ଇଂଲଣ୍ଡରେ ଏବେ ଟି-୨୦ ବ୍ଲାଷ୍ଟ ଖେଳାଯାଉଛି। ସମରସେଟ ଏବଂ ଡର୍ବିସାୟାର ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।...

Advertisement
Archives

Model This Week