Posted inଫୁରସତ

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ

ଖୋର୍ଦ୍ଧା ଜିଲା ବଉଳାବନ୍ଧ ନିକଟସ୍ଥ ଇଚ୍ଛାପୁର ଗାଁରେ ମୋ ଜନ୍ମ। ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏସ୍‌ସି ଓ ବି.ଏସ୍‌ସି ପଢିଥିଲି। ତା’ସହିତ ଏନ୍‌ସିସି ପାର୍ଟ-୧ ପରୀକ୍ଷା ଦେଇ ସାର୍ଟିଫିକେଟ୍‌ ବି ପାଇଥିଲି। ତେବେ ବି.ଏସ୍‌ସି ପରେ ଚାଷଙ୍ଗରା ନିକଟସ୍ଥ ଭାଲେରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲି। ସେତେବେଳେ ଏହା ଏକ ବେସରକାରୀ ବିଦ୍ୟାଳୟ ଥିଲା। ତେଣୁ ବିନା ପାରିଶ୍ରମିକରେ ଶିକ୍ଷକତା କରିବାକୁ ପଡୁଥିଲା। ୧୯୮୮ ମାର୍ଚ୍ଚରେ ବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିଥିଲେ ହେଁ ଦରମା ମିଳିଲା ବେଳକୁ ୧୯୯୦ ଫେବୃୟାରୀ ମାସ ହୋଇଗଲା। ସେତେବେଳକୁ ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌ ପାସ୍‌ କରିସାରିଥାଏ। ଯଦ୍ଦ୍ବାରା ସେ ସମୟରେ ମୋତେ ସରକାରୀ ଶିକ୍ଷକ ଭାବେ ବକେୟା ଦରମା ସବୁ ଏକକାଳୀନ ମିଳିଥିଲା ଆଉ ମୁଁ ସେହି ଟଙ୍କାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ଯେତେବେଳେ ଦରକାର ପଡୁଥିଲା ବାପାଙ୍କ ପାଖରୁ ଆଣି ଖର୍ଚ୍ଚ କରୁଥିଲି। ପ୍ରାୟ ୨୧ ବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଛାତ୍ରୀଛାତ୍ରଙ୍କୁ ଏନ୍‌ସିସି ବି ଶିଖାଉଥିଲି। ତା’ସହିତ ଉକ୍ତ ସ୍କୁଲ୍‌ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ମଧ୍ୟ ତୁଲାଉଥିଲି। ଭାଲେରୀ ଉଚ୍ଚ ବିଦ୍ୟାଳୟ ପରେ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ୩ ବର୍ଷ ଶିକ୍ଷକତା କରିବା ପରେ ବଡ଼କୁଳ ଚିଲିକା ନୋଡାଲ ଉଚ୍ଚବିଦ୍ୟାଳୟକୁ ମୋର ବଦଳି ହୋଇଥିଲା। ଯେଉଁଠାରେ ମୁଁ ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଅଛି। ଚାକିରି ଜୀବନ ବାଦ୍‌ କବିତା, ଶିଶୁ ନାଟକ, ବିଜ୍ଞାନ ଭିତ୍ତିକ ନାଟକ ଇତ୍ୟାଦି ଲେଖିବାରେ ବି ମୋର ରୁଚି ରହିଛି। ୟା’ଭିତରେ ଧରଣୀ ଝରାଏ ଲୁହ, ପୁଅ ଖୋଲିଦେଲା ବାପାର ଆଖି, ବନରାଜଙ୍କ ବରଦାନ, ଗ୍ରୀନ୍‌ ଏନର୍ଜି, ମୁଁ ହେଲି ସାତପର, ଡିଜିଟାଲ୍‌ ଇଣ୍ଡିଆ, ଫାଇଲିନ୍‌ର ବିଭୀଷିକା, ବୃକ୍ଷ ଫେରାଇଲା ମୋ ପୁଅକୁ ଇତ୍ୟାଦି ବିଜ୍ଞାନ ଭିତ୍ତିକ ନାଟକ ଲେଖିବା ସହ ନିର୍ଦ୍ଦେଶନା ଦେଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ପରିବେଷଣ ହୋଇସାରିଲାଣି। ତନ୍ମଧ୍ୟରୁ କିଛି ନାଟକ ଖୋର୍ଦ୍ଧା ଜିଲାସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତାରେ ପରିବେଷଣ ହୋଇ ମୋତେ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ବି ମିଳିସାରିଲାଣି। ତା’ସହିତ ଗଣିତ ଦ୍ୱିତୀୟ ପତ୍ର ନାମକ ଏକ ବହି ବି ମୋର ପ୍ରକାଶିତ ହୋଇସାରିଲାଣି। ଏହି ବହିରେ ମୁଖ୍ୟତଃ ଜ୍ୟାମିତି, ପରିମିତି, ତ୍ରିକୋଣମିତିର ସହଜ ସମାଧାନ ନିମିତ୍ତ ଅନେକ ଆବଶ୍ୟକ ଜାଣିବା କଥାମାନ ରହିଛି। ସେହିପରି ପ୍ରଗତିଶୀଳ ସୃଜନୀ ସଂସଦ(ଏହା ଏକ ଅଗ୍ରଣୀ ସାହିତି୍ୟକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ)ର ମୁଁ ହେଉଛି ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ। ଏହି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ, ବୃକ୍ଷରୋପଣ, ଉତ୍କଳ ଦିବସ ପାଳନ, ମହାବିଷୁବ ସଂକ୍ରାନ୍ତିରେ କବି ସମ୍ମିଳନୀର ଆୟୋଜନ, ସ୍ବର୍ଣ୍ଣଉଷା ନାମକ ବାର୍ଷିକ ସାହିତ୍ୟ ପତ୍ରିକା ଉନ୍ମୋଚନ, ଗୁରୁଦିବସରେ କୃତୀ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଓ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଶ୍ରେଣୀର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ସ୍ଥାନୀୟ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସ୍ବାଧୀନତା ଦିବସ, ଶିଶୁଦିବସ, ଗୁରୁଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ପରିଚାଳନା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଉଛି। କେବଳ ସେତିକି ନୁହେଁ ବାପାଙ୍କ ନାମରେ ବିଶ୍ୱନାଥ ସ୍ବାଇଁ ସ୍ମୃତି ସଂସଦ ବି ମୁଁ ଗଢିଛି। ଏହି ସଂସଦ ତରଫରୁ ମଝିରେ ମଝିରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ ତଥା ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ବି କରାଯାଇଥାଏ। ଏତଦ୍‌ବ୍ୟତୀତ ଏବେ ମୁଁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ଖୋର୍ଦ୍ଧା ଜିଲା କାର୍ଯ୍ୟକାରୀ ସଦସ୍ୟର ଦାୟିତ୍ୱ ମଧ୍ୟ ତୁଲାଉଅଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସଉକ: ବିମାନରେ ଏକାକୀ ୧୯୯ ସିଟ୍‌ ବୁକ୍‌ କରି ଉଡ଼ାଣର ମଜାନେଲେ ମହିଳା

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ସଉକ ଭିନ୍ନ ଭିନ୍ନ ଥାଏ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପଛାନ୍ତି...

କୁକୁର କଲା ରେକର୍ଡ

ଗୋଲ୍ଡେନ୍‌ ରିଟ୍ରିଭର୍‌ ପ୍ରଜାତିର ଏହି କୁକୁରର ଫଟୋ ଦେଖି ଭାବୁଥିବେ ଏହି ସୁନ୍ଦର କୁକୁରଟି ଲୋଭରେ ମେଞ୍ଚେ ଖାଦ୍ୟ ପାଟିରେ ପୂରାଇଛି। ହେଲେ ନା। କୁକୁରଟି...

ଏମିତି ଦେଶ, ଯେଉଁଠି ଜଣେ ଦୋଷ କଲେ ୩ ପିଢ଼ିଙ୍କୁ ମିଳିଥାଏ ଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୯।୪: ବିଶ୍ୱରେ ଅନେକ ଦେଶ ରହିଛି। ଯେଉଁଠାରେ ନୀତି, ନିୟମ ମଧ୍ୟ ଭିନ୍ନ ରହିଥାଏ। କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି କିଛି ଅଜବ...

ଶୁଦ୍ଧ ଦୁଗ୍ଧ ପାଇବାକୁ ୬ ମହଲା ଉପରେ ଗାଈ ପାଳିଲେ ବ୍ୟକ୍ତି

ବେଙ୍ଗାଲୁରୁ,୩୦।୭: ବର୍ତ୍ତମାନ ସମୟରେ ବଜାରରେ ଅଧିକାଂଶ ଜିନିଷ ନକଲି ମିଳୁଥିବାରୁ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖାଯାଇଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ନିଜେ ଶୁଦ୍ଧ...

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ୩ ବର୍ଷ ଜେଲ୍‌, ୧୪ ଲକ୍ଷ ଟଙ୍କା ଜରିମାନା

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରି ଛାଡିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଇଜିପ୍ଟର ହାଇପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ୍‌-ମେସି ଟିକ୍‌ଟକ୍‌ରେ ଏକ ଉତ୍ତେଜିତ ବେଲି ଡ୍ୟାନ୍ସ...

ଗାନ୍ଧୀ ଆଦର୍ଶର ମଣିଷ, ଯେଉଁମାନେ କରିଚାଲିଛନ୍ତି ନୀରବ ସଂଗ୍ରାମ…

ମହାତ୍ମା, ବାପୁଜୀ, ଜାତିର ଜନକ, ଗାନ୍ଧିଜୀ, ବାପୁ ଏମିତି କେତେ ନାଁରେ ସେ ପରିଚିତ ଜନମାନସରେ। ଆମ ଦେଶର ସ୍ବାଧୀନତା ସଂଗ୍ରାମର ସେ ଥିଲେ କର୍ଣ୍ଣଧାର।...

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ...

ମାଇଲ ଖୁଣ୍ଟର ରଙ୍ଗ କାହିଁକି ଅଲଗା ହୋଇଥାଏ

ରାସ୍ତାରେ ଯିବା ସମୟରେ ନଜର ପଡେ ରାସ୍ତା କଡରେ ଥିବା ମାଇଲ୍‌ ଖୁଣ୍ଟ ଉପରେ। ଯେଉଁଥିରେ ଲେଖାଥାଏ ଏକ ସ୍ଥାନର ଦୂରତା। ହେଲେ ସମସ୍ତ ମାଇଲ...

Advertisement
Archives

Model This Week