Posted inଖେଳ

ପ୍ରଥମ ଥର ପିଏସ୍‌ଏଲ ଫାଇନାଲରେ ଲାହୋର

ଲାହୋର,୧୬।୩(ଏପି)- କ୍ରିସ୍‌ ଲିନ୍‌ଙ୍କ ୫୨ ବଲରେ ବିସ୍ଫୋରକ ଶତକ ଯୋଗୁ ଲାହୋର କ୍ୱାଲାଣ୍ଡର୍ସ ପ୍ରଥମ ଥର ପାଇଁ ପିଏସ୍‌ଏଲ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପଏଣ୍ଟ ଟେବୁଲ ଟପ୍ପର ମୁଲତାନ ସୁଲତାନକୁ ୯ ଉଇକେଟରେ ହରାଇ ଦେଇଛି ଲାହୋର ଦଳ। ଲିନ୍‌ଙ୍କ ଇନିଂସରେ ସାମିଲ ଥିଲା ୮ ଛକା ଓ ଡଜନ ଚୌକା। ସେ ୫୫ ବଲରେ ୧୧୩ ରନ୍‌ କରି ଅପରାଜିତ ଥିଲେ। ତାଙ୍କୁ ଫକର ଜାମନ (୫୭) ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିଯୋଗୁ ଦଳ ୧୮.୫ ଓଭରରେ ଏକ ଉଇକେଟ କ୍ଷତିରେ ୧୯୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁଲତାନ ଦଳ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୮୬ ରନ୍‌ କରିଥିଲା। ଦଳ ପାଇଁ ଖୁସଦିଲ ଶାହା ୨୯ ବଲରେ ୭୦ ରନ୍‌ର ଇନିଂସ ଖେଳିଥିଲେ। ଅଧିନାୟକ ଶାନ ମାସୁଦ ୪୨ ଓ ରବି ବେପାରା ୩୩ ରନ୍‌ କରିଥିଲେ। ଏହି ବିଜୟ ସହ ଲାହୋର ୧୦ ମ୍ୟାଚ୍‌ରୁ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଦଳ ତା’ର ଅନ୍ତିମ ୩ ମ୍ୟାଚ୍‌ରେ ୧୮୦ରୁ ଅଧିକ ରନ୍‌ର ପିଛା କରି ବିଜୟ ହାସଲ କରିଛି। ସିଜନ ଆରମ୍ଭରୁ ଦଳ ହ୍ୟାଟ୍ରିକ ପରାଜୟ ବରଣ କରିଥିଲା। ୨୦୧୬ରେ ପିଏସ୍‌ଏଲ ଆରମ୍ଭ ହେବାଠାରୁ ଲାହୋର ଏପର୍ଯ୍ୟନ୍ତ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁର୍ଘଟଣାରେ ନଂ. ୧ ଶଟଲର ମୋମୋତା ଆହତ, ଡ୍ରାଇଭର ମୃତ

କୁଆଲାଲମ୍ପୁର,୧୩ା୧ (ଏଏଫ୍‌ପି)- ବ୍ୟାଡ୍‌ମିଣ୍ଟନରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିବାର କିଛି ଘଣ୍ଟା ପରେ ଏକ...

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ...

ପଞ୍ଜାବ ଟିମ୍‌କୁ ଗଲେ ରବାଡା, ଅଷ୍ଟ୍ରେଲିୟ ଅଧିନାୟକଙ୍କ ପାଇଁ ୩ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଲଢ଼େଇ

ବେଙ୍ଗାଲୁରୁ,୧୨।୨: ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍‌ ବୋଲର୍‌ କାଗିସୋ ରବାଡାଙ୍କୁ କିଣିଛି ପଞ୍ଜାବ୍‌ କିଙ୍ଗ୍ସ। ଏହି କ୍ରିକେଟର ୯.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି।...

ପାକିସ୍ତାନ ସହ ମୁକାବିଲା ଲାଗି କେତେ ଦୂର ପ୍ରସ୍ତୁତ ଟିମ୍‌ ଇଣ୍ଡିଆ, ଅକ୍ଟୋବର ୨୩ରେ ହାଇ ଭୋଲଟେଜ୍‌ ମ୍ୟାଚ୍‌…

ମେଲବୋର୍ନ,୨୦।୧୦ : ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ରବିବାର ହେବାକୁ ଯାଉଛି। ଗତ ବର୍ଷ ମଧ୍ୟ...

କଟକ ଜିଲା ଚେସ୍‌ ଉଦ୍‌ଯାପିତ: ଅଂଶୁମାନ, ସ୍ବସ୍ତିକ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- କଟକସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ କଟକ ଜିଲା ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ସିନିୟର ବିଭାଗରେ ଅଂଶୁମାନ ସାମଲ...

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଉଠିଲେ ଜାସନ ହୋଲ୍‌ଡର

ଦୁବାଇ ୧୫ା୭ (ପି.ଟି.)-ଆଇସିସି ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଜାସନ ହୋଲ୍‌ଡର ତାଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସବୁଠାରୁ...

୧୦୯ ରନ୍‌ରେ ପାଭିଲିୟନ ଫେରିଲେ ଅଧା ଅଷ୍ଟ୍ରେଲିଆ ଟିମ୍‌

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ମାତ୍ର ୧୦୯ ରନ୍‌ରେ ଅଧା ଅଷ୍ଟ୍ରେଲିଆ...

ଜାତୀୟ ଦିବାରାତ୍ର ଭଲିବଲ ୧୬ରୁ

ଭୁବନେଶ୍ୱର, ୧୨।୧୧(କ୍ରୀଡ଼ା ପ୍ରତିନିଧି)- ଲିଙ୍ଗରାଜ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୬ ଓ ୧୭ ତାରିଖ ଦୁଇଦିନଧରି ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଲିଙ୍ଗରାଜ...

Advertisement
Archives

Model This Week