Posted inଖେଳ

ପ୍ରଥମ ଥର ପିଏସ୍‌ଏଲ ଫାଇନାଲରେ ଲାହୋର

ଲାହୋର,୧୬।୩(ଏପି)- କ୍ରିସ୍‌ ଲିନ୍‌ଙ୍କ ୫୨ ବଲରେ ବିସ୍ଫୋରକ ଶତକ ଯୋଗୁ ଲାହୋର କ୍ୱାଲାଣ୍ଡର୍ସ ପ୍ରଥମ ଥର ପାଇଁ ପିଏସ୍‌ଏଲ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପଏଣ୍ଟ ଟେବୁଲ ଟପ୍ପର ମୁଲତାନ ସୁଲତାନକୁ ୯ ଉଇକେଟରେ ହରାଇ ଦେଇଛି ଲାହୋର ଦଳ। ଲିନ୍‌ଙ୍କ ଇନିଂସରେ ସାମିଲ ଥିଲା ୮ ଛକା ଓ ଡଜନ ଚୌକା। ସେ ୫୫ ବଲରେ ୧୧୩ ରନ୍‌ କରି ଅପରାଜିତ ଥିଲେ। ତାଙ୍କୁ ଫକର ଜାମନ (୫୭) ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିଯୋଗୁ ଦଳ ୧୮.୫ ଓଭରରେ ଏକ ଉଇକେଟ କ୍ଷତିରେ ୧୯୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁଲତାନ ଦଳ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୮୬ ରନ୍‌ କରିଥିଲା। ଦଳ ପାଇଁ ଖୁସଦିଲ ଶାହା ୨୯ ବଲରେ ୭୦ ରନ୍‌ର ଇନିଂସ ଖେଳିଥିଲେ। ଅଧିନାୟକ ଶାନ ମାସୁଦ ୪୨ ଓ ରବି ବେପାରା ୩୩ ରନ୍‌ କରିଥିଲେ। ଏହି ବିଜୟ ସହ ଲାହୋର ୧୦ ମ୍ୟାଚ୍‌ରୁ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଦଳ ତା’ର ଅନ୍ତିମ ୩ ମ୍ୟାଚ୍‌ରେ ୧୮୦ରୁ ଅଧିକ ରନ୍‌ର ପିଛା କରି ବିଜୟ ହାସଲ କରିଛି। ସିଜନ ଆରମ୍ଭରୁ ଦଳ ହ୍ୟାଟ୍ରିକ ପରାଜୟ ବରଣ କରିଥିଲା। ୨୦୧୬ରେ ପିଏସ୍‌ଏଲ ଆରମ୍ଭ ହେବାଠାରୁ ଲାହୋର ଏପର୍ଯ୍ୟନ୍ତ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri