ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ ଏହି ଅଭିନେତା

ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କୋଲକତାରୁ ମୁମ୍ବାଇ ଆସି ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ମିଥୁନ ଚକ୍ରବର୍ତ୍ତୀ କୋଲକାତା ଛାଡି ପ୍ରଥମେ ପୁଣେର ଫିଲ୍ମ ଆଣ୍ଡ ଟେଲି ଟେଲିଭିଜନ ଇନଷ୍ଟିଚ୍ୟୁଟରେ ପ୍ରବେଶ କରିଥିଲେ। ଏଠାରେ ସେ ଅଭିନୟ ଶିଖିଲେ। ଏହା ପରେ ସେ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ପ୍ରସିଦ୍ଧ ଡ୍ୟାନ୍ସର ତଥା ଅଭିନେତ୍ରୀ ହେଲେନଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେନଙ୍କ ସହ କାମ କରିବାବେଳେ ସେ ଅମିତାଭଙ୍କ ଫିଲ୍ମ ‘ଦୋ ଅଞ୍ଜାନେ’ରେ କିଛି ମିନିଟ ପାଇଁ ଅଭିନୟ କରିଥିଲେ।

ମିଥୁନ ଚକ୍ରବର୍ତ୍ତୀ ତାଙ୍କ ପ୍ରଥମ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୧୯୭୬ରେ ସେ ମୃଣାଳ ସେନଙ୍କ ଚଳଚ୍ଚିତ୍ର ‘ମୃଗୟା’ ପାଇଁ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ନିଜେ ଜଣେ ବୃତ୍ତିଗତ ରେସର ଥିଲେ। ସେ ନିଜ ରାଜ୍ୟ ପଶ୍ଚିମବଙ୍ଗ ପାଇଁ ରେସଲିଂରେ ପଦକ ମଧ୍ୟ ଜିତିଛନ୍ତି। ଏହା ବ୍ୟତୀତ ମିଥୁନ ମାର୍ଶଲ ଆର୍ଟରେ ମଧ୍ୟ ମାହିର। ନିଜ କ୍ୟାରିୟରରେ ୩୫୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ସେ ଜାତୀୟ ପୁରସ୍କାର ଏବଂ ୨ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି। ସେ କେବଳ ହିନ୍ଦୀ ନୁହେଁ ବଙ୍ଗାଳୀ, ଭୋଜପୁରୀ, ଓଡିଆ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ମିଥୁନ ଚକ୍ରବର୍ତ୍ତୀ ତାଙ୍କର ପଶୁ ପ୍ରେମ ପାଇଁ ଜଣାଶୁଣା। ସେ ପ୍ରାୟ ୩୮ଟି କୁକୁର ରଖିଛନ୍ତି। ଅଛନ୍ତି। କେବଳ କୁକୁର ନୁହେଁ ଅନେକ ପକ୍ଷୀ ମଧ୍ୟ ସେ ପାଳିଛନ୍ତି। ଏହା ବ୍ୟତୀତ ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ ଅଟନ୍ତି। ଓଟି, ଦାର୍ଜିଲିଂ, ସିଲିଗୁଡି, କୋଲକତା ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଟେଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?