ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ ଏହି ଅଭିନେତା

ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କୋଲକତାରୁ ମୁମ୍ବାଇ ଆସି ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ମିଥୁନ ଚକ୍ରବର୍ତ୍ତୀ କୋଲକାତା ଛାଡି ପ୍ରଥମେ ପୁଣେର ଫିଲ୍ମ ଆଣ୍ଡ ଟେଲି ଟେଲିଭିଜନ ଇନଷ୍ଟିଚ୍ୟୁଟରେ ପ୍ରବେଶ କରିଥିଲେ। ଏଠାରେ ସେ ଅଭିନୟ ଶିଖିଲେ। ଏହା ପରେ ସେ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ପ୍ରସିଦ୍ଧ ଡ୍ୟାନ୍ସର ତଥା ଅଭିନେତ୍ରୀ ହେଲେନଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେନଙ୍କ ସହ କାମ କରିବାବେଳେ ସେ ଅମିତାଭଙ୍କ ଫିଲ୍ମ ‘ଦୋ ଅଞ୍ଜାନେ’ରେ କିଛି ମିନିଟ ପାଇଁ ଅଭିନୟ କରିଥିଲେ।

ମିଥୁନ ଚକ୍ରବର୍ତ୍ତୀ ତାଙ୍କ ପ୍ରଥମ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୧୯୭୬ରେ ସେ ମୃଣାଳ ସେନଙ୍କ ଚଳଚ୍ଚିତ୍ର ‘ମୃଗୟା’ ପାଇଁ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ନିଜେ ଜଣେ ବୃତ୍ତିଗତ ରେସର ଥିଲେ। ସେ ନିଜ ରାଜ୍ୟ ପଶ୍ଚିମବଙ୍ଗ ପାଇଁ ରେସଲିଂରେ ପଦକ ମଧ୍ୟ ଜିତିଛନ୍ତି। ଏହା ବ୍ୟତୀତ ମିଥୁନ ମାର୍ଶଲ ଆର୍ଟରେ ମଧ୍ୟ ମାହିର। ନିଜ କ୍ୟାରିୟରରେ ୩୫୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ସେ ଜାତୀୟ ପୁରସ୍କାର ଏବଂ ୨ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି। ସେ କେବଳ ହିନ୍ଦୀ ନୁହେଁ ବଙ୍ଗାଳୀ, ଭୋଜପୁରୀ, ଓଡିଆ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ମିଥୁନ ଚକ୍ରବର୍ତ୍ତୀ ତାଙ୍କର ପଶୁ ପ୍ରେମ ପାଇଁ ଜଣାଶୁଣା। ସେ ପ୍ରାୟ ୩୮ଟି କୁକୁର ରଖିଛନ୍ତି। ଅଛନ୍ତି। କେବଳ କୁକୁର ନୁହେଁ ଅନେକ ପକ୍ଷୀ ମଧ୍ୟ ସେ ପାଳିଛନ୍ତି। ଏହା ବ୍ୟତୀତ ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ ଅଟନ୍ତି। ଓଟି, ଦାର୍ଜିଲିଂ, ସିଲିଗୁଡି, କୋଲକତା ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଟେଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରିସେପଶନରେ ରୋମାଣ୍ଟିକ ଡ୍ୟାନ୍ସ କଲେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍ ସିଙ୍ଗର, ହୋଷ୍ଟ ତଥା ଆକ୍ଟର ଆଦିତ୍ୟ ନାରାୟଣ ତାଙ୍କ ଲଙ୍ଗ ଟାଇମ୍ ଗର୍ଲ ଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ଡିସେମ୍ବର ୧ରେ ବିବାହ କରିଛନ୍ତି...

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ସୋମବାର ତାଙ୍କର ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ରିଲିଜ କରିଛନ୍ତି। ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଥିବା...

ଘର କିଣିଲେ ରାଣୀ ମୁଖାର୍ଜୀ, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀ ମୁମ୍ବାଇରେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟର ୨୨ତମ ଫ୍ଲୋର୍‌ ରହିଛି। ୧୪୮୫ ସ୍କୋୟାର ଫୁଟ୍‌ ପରିବେଷ୍ଟିତ ଏହି...

ତେଲୁଗୁ ଅଭିନେତ୍ରୀଙ୍କ ସହ ଭାଇରାଲ ହେଉଛି ଏହି କ୍ରିକେଟରଙ୍କ କ୍ୟୁଟ୍‌ ଚାଟ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କେକେଆର ପାଇଁ ଭେଙ୍କଟେଶ ଆୟର୍‌ ଖେଳିବା ଆରମ୍ଭ କରିଥିଲେ । ଆଉ ଖେଳିବାର ଖୁବ କମ ସମୟରେ...

ରୋମ୍‌ରେ ଛୁଟି କାଟୁଚନ୍ତି ଅନନ୍ୟା

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ଇଟାଲୀରେ ଛୁଟି କାଟୁଛନ୍ତି। ସେଠାରୁ ତାଙ୍କର ସୁନ୍ଦର ଫଟୋ ସବୁ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଅନନ୍ୟା...

୭୩ରେ ପାଦ ରଖିଲେ ଡ୍ରିମ ଗର୍ଲ

ମୁମ୍ବାଇ: ଲକ୍ଷେ ଦିଲ କି ଧଡକନ ବଲିଉଡ୍ ଡ୍ରିମ ଗର୍ଲ ହେମା ମାଳିନୀ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର...

ଏହି ବିଗ୍‌ବସ୍‌ ପ୍ରତିଯୋଗୀଙ୍କୁ ମିଳୁଛି ‘ଏସିଡ୍‌ ଆଟାକ୍‌’ ଧମକ, କହିଲେ…

ବମ୍ବେ: ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ ଗିଲ ହେଉଛନ୍ତି ସୋସିଆଲ ମିଡିଆ କୁଇନ୍‌। ହେଲେ ସମସ୍ତଙ୍କ ଭଳି ତାଙ୍କୁ ଟ୍ରୋଲ କରାଯାଇଥାଏ। ବେଳେବେଳେ ଅନେକ ତାଙ୍କୁ...

ବିବାହ ଦିନ ସ୍ବାମୀଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌- ୭ର ବିଜେତା ସାଜିଥିବା ଅଭିନେତ୍ରୀ ଗୌହର ଖାନ୍‌ କ୍ରିଷ୍ଟମାସ ଅର୍ଥାତ୍‌ ଡିସେମ୍ବର ୨୫ରେ ତାଙ୍କର ପ୍ରେମିକ ଜୈଦ...

Advertisement
Archives

Model This Week