Posted inଖେଳ

ପ୍ରଥମେ ଭୁଲ, ତାପରେ ଠିକ୍‌ ନିଷ୍ପତ୍ତି ଦେଲେ ୩ୟ ଅମ୍ପାୟର

ରାଜକୋଟ,୮।୧୧- ଏଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଘଟଣା ବହୁଳ ରହିଥିଲା। ରିଷଭ ପନ୍ତ ତ୍ରୁଟି ପୂର୍ଣ୍ଣ ଷ୍ଟମ୍ପିଂ ପରେ ତୃତୀୟ ଅମ୍ପାୟର ମଧ୍ୟ ଭୁଲ କରିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ବାଂଲାଦେଶ ଇନିଂସର ୧୩ତମ ଓଭରର ଅନ୍ତିମ ବଲରେ ୟୁଜବେନ୍ଦ୍ର ଚହଲଙ୍କ ବଲକୁ ଛକା ମାରିବା ପାଇଁ ଯାଇ ସୌମ୍ୟ ସରକାର (୩୦) ଫସି ଯାଇଥିଲେ। ଉଇକେଟକିପର ପନ୍ତ ଷ୍ଟମ୍ପିଂ କରିଥିଲେ। ଫିଲ୍ଡ ଅମ୍ପାୟର ତୃତୀୟ ଅମ୍ପାୟର ଅନୀଲ ଚୌଧାରୀଙ୍କ ସହାୟତା ନେଇଥିଲେ। ଷ୍ଟମ୍ପିଂ ଉଚିତ ଥିଲେ ମଧ୍ୟ ୩ୟ ଅମ୍ପାୟର ଭୁଲ ବଶତଃ ନଟ୍‌ଆଉଟ ବୋଲି ଦର୍ଶାଇ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍କ୍ରିନରେ ଆଉଟ ଥିବା ଘୋଷଣା କରାଯାଇଥିଲା। ଏଭଳି ପରିସ୍ଥିତିରେ ଦ୍ୱନ୍ଦ୍ୱ ଉପଯିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

ମୁସଲିମ ମହିଳାଙ୍କୁ ମିଳିବ କି ସଂରକ୍ଷଣ? ଜାଣନ୍ତୁ ଅମିତ ଶାହା ଜବାବରେ କ’ଣ କହିଲେ

ନୂଆଦିଲ୍ଲୀ,୧୬।୪: ଗୁରୁବାର, ଏପ୍ରିଲ ୧୬ରେ, ମହିଳା ସଂରକ୍ଷଣ ସଂଶୋଧନ ସମ୍ପର୍କିତ ତିନୋଟି ବିଲ ଲୋକ ସଭାରେ ନିର୍ଦ୍ଧାରିତ ସମୟ ଅନୁସାରେ ଉପସ୍ଥାପିତ ହୋଇଥିଲା। ମଞ୍ଜୁର ହେବା ପରେ,…

କଳବଳ କରୁଛି ଅସହ୍ୟ ଖରା

ରିଷିଡ଼ା,୧୬ା୪(ସୁଶାନ୍ତ ମଲ୍ଲିକ): ଗତ କିଛିଦିନ ହେଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଏଠାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ପ୍ରବଳ ଗୁଳୁଗୁଳି…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୬।୪: ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ହର୍ମୁଜରେ ହାଇ-ଭୋଲଟେଜ ଡ୍ରାମା: ଯଦି ଆମେରିକା-ଚାଇନା ମୁହାଁମୁହିଁ ହୁଅନ୍ତି, ଜାଣନ୍ତୁ କେଉଁ ଦେଶକୁ ହେବ ଅଧିକ କ୍ଷତି

ତେହରାନ,୧୬।୪: ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ବିଶେଷକରି, ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା ଅବରୋଧ ସତ୍ତ୍ୱେ ଚାଇନା ତୈଳ ଟ୍ୟାଙ୍କର୍‌ ରିଚ ଷ୍ଟୋରି ଏହି ରାସ୍ତା…

ଘୋର ସମସ୍ୟାରେ SRH: ମାତ୍ର ତିନି ଦିନ ମଧ୍ୟରେ IPL 2026ରୁ ଦୁଇ ଷ୍ଟାର ଖେଳାଳି ବିଦା

ନୂଆଦିଲ୍ଲୀ,୧୬।୪: IPL 2026 ରୁ ଖେଳାଳିମାନଙ୍କୁ ବାଦ ଦିଆଯିବାର ଧାରା ଜାରି ରହିଛି। ସନରାଇଜର୍ସ ହାଇଦ୍ରାବାଦ ଏବେ ନିଶ୍ଚିତ କରିଛି ଯେ ଦ୍ରୁତ ବୋଲର ଡେଭିଡ ପେନ…

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ୪ ଗିରଫ, ୨ ଯୁବତୀ ଉଦ୍ଧାର

ଭଦ୍ରକ,୧୬।୪: ଭଦ୍ରକ ସହରରୁ ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍‌ ହୋଇଛି। ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri