ପ୍ରଥମେ ବିରିୟାନୀ, ଏବେ ରଙ୍ଗମିଶା ଭାତ: ୧୭ ତାରିଖ ପର୍ଯ୍ୟନ୍ତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉ ନ ଥିବା ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଇଦେବାକୁ ରାଜ୍ୟ ସରକାର ଗତ ମାର୍ଚ୍ଚରେ ୫୪ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। ୫ଟି ମହାନଗର ନିଗମ ସହ ୪୮ ପୌରପାଳିକା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ଅର୍ଥ ବରାଦ କରାଯାଇଥିଲା। ମେ’ ୯ ପର୍ଯ୍ୟନ୍ତ ଥିବା ଅବଧିକୁ ଏବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ମହାନଗର ନିଗମ ଏବଂ ପୌରପାଳିକାକୁ ଅବଗତ କରାଯାଇଛି। ହେଲେ ଦିଆଯାଉଥିବା ଖାଦ୍ୟର ମାନ ଓ ପରିମାଣକୁ ନେଇ ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଛି। ବିଶେଷକରି ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଏମ୍‌ସି ଟିମ୍‌ ବୁଲା ଜୀବଜନ୍ତୁଙ୍କୁ ଖାଇବାକୁ ଦେଇପାରି ନାହାନ୍ତି। ଏପରିକି ପ୍ରଥମେ ବିରିୟାନୀ ଦିଆଯାଉଥିବାବେଳେ ଏବେ ରଙ୍ଗମିଶା ଭାତ ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବାକୁ ୩୭ଦିନ ପାଇଁ ବିଏମ୍‌ସିକୁ ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ମୋଟ ୭ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ। ଏବେ ଆଉ ୧୪ଦିନ ପାଇଁ ୨ଲକ୍ଷ ୮୦ହଜାର ଟଙ୍କା ଅନୁଦାନ ମିଳିଛି। ଦିନକୁ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ କୁକୁରଙ୍କୁ ବିରିୟାନୀ, ଖେଚୁଡ଼ି ଏବଂ ଗାଈ ଓ ଷଣ୍ଢମାନଙ୍କୁ ଗୋଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କେବଳ ମୁଖ୍ୟରାସ୍ତାକୁ ଛାଡ଼ି ଅନ୍ୟ କୌଣସି ଅଞ୍ଚଳରେ ଖାଦ୍ୟ ଦିଆଯାଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ସହରରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ବୁଲା କୁକୁର ରହିଥିବାବେଳେ ୧୫୦୦ରୁ ଊର୍ଦ୍ଧ୍ୱ ଷଣ୍ଢ ରହିଛନ୍ତି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ମୋଟ ୧୦ ହଜାର କୁକୁର ଓ ୧ହଜାର ଷଣ୍ଡ ଓ ଗାଇଗୋରୁଙ୍କ ପାଖରେ ପହଞ୍ଚତ୍ପାରିଛନ୍ତି। ଏତେବଡ଼ ସହର ହୋଇଥିଲେ ମଧ୍ୟ ୪ ଗାଡ଼ି ସହାୟତାରେ ମାତ୍ର ୧୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଏତେ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦିଆଯାଉଥିବା ଖାଦ୍ୟର ମାନ ସମ୍ପୂର୍ଣ୍ଣ ଖରାପ ଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ବିରିୟାନୀ ଓ ଖେଚୁଡ଼ି ଦିଆଯାଉଥିବାବେଳେ ଏବେ କେବଳ ରଙ୍ଗପକା ଭାତ ଦିଆଯାଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ସେହିଭଳି ଷଣ୍ଢମାନଙ୍କୁ ଗୋଖାଦ୍ୟ କମ୍‌ ଏବଂ ପାଣି ଅଧିକ ଦିଆଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାବାଦ୍‌ ଦିନକୁ ଦୁଇଥର ଖାଦ୍ୟ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରଥମ କିଛିଦିନ ଛାଡ଼ି ବଳକା ଦିନମାନଙ୍କରେ ଦିନକୁ ଥରେ ଦିଆଯାଉଛି।
ଏନେଇ ବିଏମ୍‌ସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି, ଜୋନ୍‌ ଭାଗ କରାଯାଇ କୁକୁର ଓ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଉଛି। ରେସିଡେନ୍ସିଆଲ ଏରିଆରେ ସେମାନଙ୍କୁ ଖାଇବାକୁ ମିଳିଯାଉଥିବାରୁ ଆମେ କେବଳ ମାର୍କେଟ ଏରିଆ ଓ ମୁଖ୍ୟ ରାସ୍ତାରେ ଖାଦ୍ୟ ଦେଉଛୁ। ପ୍ରାୟ ୪ ହଜାର କୁକୁରଙ୍କୁ ଦିନକୁ ସାଢେ ୭ କୁଇଣ୍ଟାଲ ଖାଦ୍ୟ ଏବଂ ୨୦୦ ଷଣ୍ଡଙ୍କୁ ସାଢେ ୩ କଇଣ୍ଟାଲ ଗୋଖାଦ୍ୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri