ପ୍ରଥମେ କଡ଼ାକଡ଼ି, ଘଡ଼ିସନ୍ଧି ବେଳେ କୋହଳ

ସୋନପୁର,୧୩ା୫(ନି.ପ୍ର.) – ପ୍ରଥମେ କଡ଼ାକଡ଼ି, ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ କୋହଳ। ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପରେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସୁବର୍ଣ୍ଣପୁର ଜିଲାକୁ ସରକାର ଗ୍ରୀନ୍‌ ଜୋନ୍‌ ତାଲିକାଭୁକ୍ତ କରିଛନ୍ତି। ଫଳରେ ଜିଲା ପ୍ରଶାସନ ପକ୍ଷରୁ କଟକଣାରେ କୋହଳ କରାଯାଇଛି। ସହରଠାରୁ ଗାଁ ଯାଏ ହାଟ ବଜାର ସ୍ବାଭାବିକ ଅବସ୍ଥାକୁ ଫେରିବା ଆରମ୍ଭ କରିଛି। କେବଳ ସେଲୁନ୍‌, ଫାଷ୍ଟଫୁଡ୍‌, ହୋଟେଲ, ମଦ ଦୋକାନ ଓ ଚା ଦୋକାନ ବନ୍ଦ ଥିବା ବେଳେ ବାକି ସବୁ ଖୋଲା। ବଜାରରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ଲୋକେ ଭୁଲିବା ଆରମ୍ଭ କଲେଣି। ହେଲେ ପଡ଼ୋଶୀ ଜିଲା ବଲାଙ୍ଗୀର ଓ ବୌଦ୍ଧରେ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସୁବର୍ଣ୍ଣପୁର ଜିଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାହାର ରାଜ୍ୟ ଓ ପଡ଼ୋଶୀ ଜିଲାରୁ ଏଠାକୁ ଆସୁଥିବା ବ୍ୟକ୍ତିଙ୍କ ଦ୍ୱାରା ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଜିଲାର ପ୍ରତି ଗାଁରେ ବାହାର ରାଜ୍ୟ ଫେରନ୍ତା ଛାତ୍ରୀଛାତ୍ର, ପ୍ରବାସୀ ଶ୍ରମିକଙ୍କ ଭିଡ ବଢିବାରେ ଲାଗିଛି। ରାଜସ୍ଥାନର କୋଟା, ଗୁଜରାଟର ସୁରଟ, ପଶ୍ଚିମବଙ୍ଗ, ତାମିଲନାଡୁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରୁ ଶତାଧିକ ପ୍ରବାସୀ ଫେରିଥିବା ଜଣାପଡିଛି । ଟ୍ରେନ୍‌, ବସ୍‌ ଚାଲିଲେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। କାରଣ ୧୩ହଜାର ପ୍ରବାସୀ ଶ୍ରମିକ ଘରକୁ ଆସିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ତେବେ ସେମାନଙ୍କୁ ସମ୍ଭାଳିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ସରକାରୀ ନିର୍ଦ୍ଦେଶନାମାର ପ୍ରୟୋଗ କମ୍‌ ଓ ପ୍ରଚାର ଅଧିକ ହେଉଥିବା ନଜରକୁ ଆସିଛି। ସଂକ୍ରମଣକୁ ରୋକୁଥିବା ମୁଖ୍ୟ ଅସ୍ତ୍ର ସାମାଜିକ ଦୂରତ୍ୱ ନିୟମ ଅନୁପାଳନ କ୍ଷେତ୍ରରେ ସାଲିସ କରାଯାଉଥିବା ଦେଖିବାକୁ ମିଳିଛି ।
ଜିଲାର ଗ୍ରାମାଞ୍ଚଳ ଓ ସହରରେ ଲୋକେ ସମସ୍ତ କଟକଣାକୁ ଫୁ କରି ବିନା ମାସ୍କରେ ଅନାୟାସରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ଏତେ ସଂଖ୍ୟାରେ ଲୋକ ଗାଡି ଧରି ବାହାରୁଛନ୍ତି ଯେ, ସହରରେ ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି । ବିଶେଷ କରି ବିଜୁ ପଟ୍ଟନାୟକ ଛକ, ବଡବଜାର, ନଳିନୀ ଛକ, ବସ୍‌ଷ୍ଟାଣ୍ଡ, ଜୟଗୁରୁ ମାର୍କେଟ ଓ ବ୍ଲକ ଛକରେ ଗହଳି ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ଆରମ୍ଭରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇ କଟକଣାକୁ କଡାକଡି କରାଯାଇଥିଲା। ଗ୍ରୀନ୍‌ ଜୋନ୍‌ରେ ମଧ୍ୟ ମାସ୍କ ଚେକିଂ ଓ ବାଇକ ଚଳାଇବା ଆଦି ଉପରେ କଟକଣା ରହିଥିଲା। ହେଲେ ପଡ଼ୋଶୀ ଜିଲାରେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକଣା ନ ବଢି କୋହଳ ହୋଇଯାଇଛି । ଅନ୍ୟପକ୍ଷରେ କୌଣସି ଛକରେ ଚେକିଂ ହେଉ ନ ଥିବାରୁ ଲୋକେ ଅତି ଜରୁରୀ କାମ ନ ଥାଇ ମଧ୍ୟ ବିନା ମାସ୍କ, ବାଇକ୍‌, ଚାରିଚକିଆ ଯାନ ଧରି ଯାତାୟାତ କରୁଛନ୍ତି। ସହରରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଦୋକାନଗୁଡିକ ଖୋଲିବା ସହ ରାସ୍ତା ଉପରେ ଫଳ ବେପାର ପସରା ମେଲିଛି। ଏହାକୁ ନିୟନ୍ତ୍ରଣ କରାଯାଉନି। ହାତବାନ୍ଧି ବସିଥିବାରୁ ପ୍ରତିଷ୍ଠାନ ଖୋଲି ବ୍ୟବସାୟ କରିବାକୁ ବ୍ୟବସାୟୀମାନେ ବ୍ୟାକୁଳ ହେବା ସ୍ବାଭାବିକ। ସାମାଜିକ ଦୂରତ୍ୱ ନିୟମକୁ ପାଳନ କରି ନିୟନ୍ତ୍ରଣରେ ବ୍ୟବସାୟ ହେଲେ ସଂକ୍ରମଣରୁ ରକ୍ଷା ମିଳିବା ସହ ଜିଲାର ଅର୍ଥନୀତିର ଗାଡି ମଧ୍ୟ ଗଡିବା ଆରମ୍ଭ କରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସଂକ୍ରମଣର ଭୟ ରହୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନିୟମ କଡାକଡି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri