ପ୍ରଥମଦିନରେ ୫ଟି ରେକର୍ଡ ଭାଙ୍ଗିଲା ସଲମାନଙ୍କ ଫିଲ୍ମ ‘ଭାରତ’

ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଯାଇଛି। ପ୍ରଥମଦିନରେ ଫିଲ୍ମ ୪୨.୩୦କୋଟି ଟଙ୍କା ରୋଜଗାର କରି ବକ୍ସଅଫିସ୍‌ ରେକର୍ଡ ଭାଙ୍ଗିଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଲିଡ ରୋଲରେ ଅଛନ୍ତିା ଏହି ଫିଲ୍ମରେ ଦିଶା ପାଟନୀଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଫିଲ୍ମରେ ସଲମାନଙ୍କ ସହ, କ୍ୟାଟ୍ରିନା, ଜାକି ଶ୍ରଫ, ଦିଶା ପାଟାନୀ, ନୋରା ଫତେହି, ସୁନୀଲ ଗ୍ରୋଭର ଅଭିନୟ କରିଛନ୍ତି। ଜାଣନ୍ତୁ ‘ଭାରତ’ର ୫ଟି ରେକର୍ଡ

ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଭାରତ’ ପୂର୍ବ ରେକର୍ଡକୁ ଭାଙ୍ଗିଛି। ପୂର୍ବରୁ ଦୁହିଁଙ୍କ ଅଭିନୀତ ‘ଟାଇଗର ଜିନ୍ଦା ହୈ’ ପ୍ରଥମଦିନରେ ୩୪ କୋଟି ଆୟ କରିଥିଲା।

ସେହିପରି ଇଦରେ ଏଯାବତ୍‌ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମଗୁଡିକ ପ୍ରଥମଦିନ ଆୟରେ ‘ଭାରତ’ ସର୍ବାଗ୍ରେ ରହିଛି। ପୂର୍ବରୁ ସୁଲତାନ ୩୬.୩୭ କୋଟି ଟଙ୍କା ରୋଜଗାର କରିଥିଲା।

ସଲମାନଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଭାବେ ‘ଭାରତ’ ପ୍ରଥମ ଦିନରେ ୪୨.୩୦କୋଟି ଆୟ କରିଛି। ପୂର୍ବରୁ ପ୍ରେମ ରତନ ଧନ ପାୟୋ ପ୍ରଥମ ଦିନରେ ୪୦.୩୬କୋଟି ଟଙ୍କା ଆୟ କରିଥିଲା।

‘ଭାରତ’ ୨୦୧୯ରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ପ୍ରଥମ ଦିନରେ ୪୨.୩୦କୋଟି ଟଙ୍କା ଆୟ କରିଛି। ଏହିବର୍ଷ ରିଲିଜ୍‌ ହୋଇଥିବା କଳଙ୍କ ପ୍ରଥମ ଦିନରେ ୨୧.୬୦ କୋଟି ଟଙ୍କା ରୋଜଗାର କରିଥିଲା।

‘ଭାରତ’ ୭୦ଟି ଦେଶର ୧୩୦୦ ସିନେମା ଘରେ ରିଲିଜ୍‌ କରାଯାଇଥିବାବେଳେ ଭାରତରେ ୪୭୦୦ ସିନେମା ଘରେ ରିଲିଜ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri