Posted inUncategorized

ପ୍ରଥମଥର ରାଜନୀତିରେ ପାଦ ଦେଇ ବାଜି ମାରିଲେ ଏହି ଦୁଇ ଅଭିନେତ୍ରୀ

କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଏଥର ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଅଭିନେତା ପ୍ରଥମଥର ରାଜନୀତିରେ ପାଦ ଥାପି ନିର୍ବାଚନ ଲଢ଼ି ବିଜୟ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଅଭିନେତ୍ରୀ ହେଉଛନ୍ତି ମିମି ଚକ୍ରବର୍ତ୍ତୀ ଏବଂ ନୁସ୍‌ରତ ଜହାନ୍‌।
ମିମି ଚକ୍ରବର୍ତ୍ତୀ : ବେଙ୍ଗଲୀ ଏବଂ ଟେଲି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ପ୍ରଥମଥର ରାଜନୀତିରେ ପାଦ ଦେଇ ବାଜି ମାରି ନେଇଛନ୍ତି। ସେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ଦକ୍ଷିଣ କୋଲକାତାର ଯୋଧପୁର ସିଟ୍‌ରୁ ନିର୍ବାଚନ ଲଢ଼ିଥିଲେ। ଏଥିରେ ସେ ବିଜୟୀ ହୋଇଛନ୍ତି।
ନୁସରତ୍‌ ଜହାନ୍‌ : ବେଙ୍ଗଲୀ ଅଭିନେତ୍ରୀ ନୁସରତ୍‌ ଜହାନ୍‌ ବସିରହାଟ ଲୋକସଭା ଆସନରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ। ରାଜନୀତିକୁ ଓହ୍ଲାଇବା ପରେ ନୁସରତ୍‌ ବିବାଦୀୟ ହୋଇପଡ଼ିଥିଲେ। ସେ ଯାହା ବି ହେଉ ନୁସରତ୍‌ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଭୋଟରେ ବିଜୟ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?