ପ୍ରତ୍ୟକ୍ଷ ଦର୍ଶନ ଦିଅନ୍ତି ବାଲୁଙ୍କେଶ୍ୱର

ବରୀ,୨୨।୨: ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମରେ ରହିଛନ୍ତି ବାଲୁଙ୍କେଶ୍ୱର ମହାଦେବ। ଏହି ମହାଦେବଙ୍କୁ ଭକ୍ତି ବିଶ୍ୱାସ ଓ ବିନମ୍ରତାର ସହିତ ପୂଜାର୍ଚ୍ଚନା କରି ନିଜକୁ ସମର୍ପିତ କରିଦେଲେ ପ୍ରତ୍ୟେକ୍ଷ ଦର୍ଶନ ମିଳିଥାଏ ବୋଲି ଗ୍ରାମବାସୀଙ୍କର ବିଶ୍ୱାସ ରହିଛି। ଏହି ବିଶ୍ୱାସ ବଳରେ ବହୁ ଦୂରାରୋଗ୍ୟରୁ ରୋଗୀ ମୁକ୍ତି ପାଇଛନ୍ତି। ସର୍ପାଘାତର ଶିକାର ହୋଇଥିବା କେତେଜଣଙ୍କୁ ନୂତନ ଜୀବନ ମିଳିପାରିଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋକୁଳାନନ୍ଦ ପତି କହିଛନ୍ତି। ୧୮ ତାରିଖରୁ ଏହି ପୀଠରେ ଦଶମ ବାର୍ଷିକୋତ୍ସବ ପାଳନ କରାଯାଉଛି। କଳସଯାତ୍ରା, ଅଙ୍କୁରାରୋପଣ, ଯଜ୍ଞ, ମହାପ୍ରସାଦ ସେବନ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଯଜ୍ଞକୁଣ୍ଡରେ ସମାଜର ମଙ୍ଗଳ ପାଇଁ ୬୦ କେଜିରୁ ଊର୍ଦ୍ଧ୍ୱ ଘୃତାହୂତି କରାଯାଇଛି। ୩ଦିନ ଧରି ଚାଲିଥିବା ଯଜ୍ଞରେ ପଣ୍ଡିତ ରାମଚନ୍ଦ୍ର ପଣ୍ଡା, ଉପେନ୍ଦ୍ର କଣ୍ଠ, ପ୍ରବୀର ମିଶ୍ର, ଗୋକୁଳାନନ୍ଦ ପତି ପ୍ରମୁଖ ଉପସ୍ଥିତ ରହି ଯଜ୍ଞ ପରିଚାଳନା କରିଥିଲେ। ଏହି ଉତ୍ସବରେ ଦୈନନ୍ଦିନ ଶହଶହ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ନୈବେଦ୍ୟର ମହାର୍ଘ୍ୟ ଅର୍ପଣ କରିବା ସହିତ ପ୍ରଭୁ ବାଲୁଙ୍କେଶ୍ୱରଙ୍କ ପାଖରେ ଶୁଭ ମନାସିଛନ୍ତି। ଏନେଇ ଏକ ଲୋକକଥା ରହିଛି। ଶୁଣାଯାଏ, ଏଠାରେ ଏକ ବାଲିହୁଙ୍କା ଥିଲା। ଏହି ବାଲିହୁଙ୍କା ଉପରେ ସ୍ଥାନୀୟ ଗାଁର ଏକ ଗାଈ ଆସି ଠିଆହୁଏ। ତା କ୍ଷୀର ସବୁ ଏହି ବାଲିହୁଙ୍କାରେ ଝରିଯାଇଥାଏ। ଗୋପାଳ ଜଣଙ୍କ ଗାଈ କାହିଁକି କ୍ଷୀର ଦେଉନାହିଁ ଭାବି ଦିନେ ଗାଈକୁ ଜଗିଥିଲେ। ଗାଈ ଆସି ପୂର୍ବଭଳି ବାଲିହୁଙ୍କା ପାଖରେ ଠିଆ ହୋଇଥିଲା। ସେଠାରେ ତା କ୍ଷୀର ସବୁ ଆପେଆପେ ଝରି ପଡୁଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଘଟ ହୋଇଯିବାରୁ ବାଲିହୁଙ୍କାକୁ ଗ୍ରାମବାସୀଙ୍କ ପକ୍ଷରୁ ଖୋଳା ଯାଇଥିଲା। ୬/୭ ଫୁଟ ଖୋଳିଲା ପରେ ସେଠାରେ ଏକ ବିରାଟକାୟ ଲିଙ୍ଗ ଦେଖିବାକୁ ମିଳିଲା। ସେହିଦିନଠାରୁ ବାଲିବିଲି, ଅଲିପୁର, ଭବାନିପୁର ଗ୍ରାମର ଲୋକେ ବାଲୁଙ୍କେଶ୍ୱର ମହାଦେବଙ୍କ ନାମରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ପ୍ରଥମେ ଏକ ଚାଳିଆଘର କରାଯାଇଥିଲାବେଳେ ୨୦୦୦ ମସିହାରୁ ସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ୨୦୦୯ରେ ମନ୍ଦିର ପ୍ରତିଷ୍ଠା ଉସତ୍ବ ପାଳନ କରାଯାଇଥିଲା। ସେହିଦିନଠାରୁ ମହାଦେବଙ୍କ ବାର୍ଷିକ ଉତ୍ସବ ରୀତିନିତୀ ଅନୁଯାୟୀ କରାଯାଉଛି। ସନ୍ତାନ, ବ୍ୟାଧି ଗ୍ରହରିଷ୍ଟ ଖଣ୍ଡନ ପାଇଁ ଏଠାରେ ମାନସିକ କରି ପୂଜାର୍ଚ୍ଚନା କରାଯାଇଥାଏ। ଏହି ଗ୍ରାମର ରୁଞ୍ଜଚରଣ ବେହେରା (୬୦)ଙ୍କୁ ଏକ ବିଷଧର ସର୍ପ କାମୁଡିଥିଲାବେଳେ ଏଠାରେ ଅଧିଆ ପଡି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ସେହିଦିନଠାରୁ ରୁଞ୍ଜ ସବୁବେଳେ ବାଲୁଙ୍କେଶ୍ୱରଙ୍କ ବେଢାରେ ବସି ରହିଥାନ୍ତି। ପ୍ରତ୍ୟେକଦିନ ଏଠାରେ ଭକ୍ତ ମନସ୍କାମନା ପୂରଣ ପାଇଁ ରୁଦ୍ରାଭିଷେକ କରିବା ସହିତ ଗୁଆ ବସାଇଥାନ୍ତି ବୋଲି ପୂଜକମାନେ କହିଛନ୍ତି। ଏଥିନିମନ୍ତେ ଶ୍ରୀଧର ମିଶ୍ର, ଶ୍ରୀପତି ମିଶ୍ର, ଶ୍ରୀକର ମିଶ୍ର ପ୍ରମୁଖ ସ୍ଥାୟୀ ପୂଜକଭାବେ ନିଯୁକ୍ତି ପାଇଛନ୍ତି। ୨୮ ଡିସିମିଲ ଜାଗାରେ ମହାଦେବଙ୍କ ବେଢା ରହିଛି। ଏନେଇ ଏକ ମନ୍ଦିର କମିଟି ଗଠନ କରାଯାଇଛି। ଏହାର ସଭାପତି ଗୋକୁଳାନନ୍ଦ ପତି ରହିଥିଲାବେଳେ ବନୋଜ କୁମାର ସାମଲ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। ମହାଶିବରାତ୍ରି ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଏଠାରେ ଲାଗି ରହିବ। ତେଣୁ ଏନେଇ କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି। ବାଲୁଙ୍କେଶ୍ୱର ଯୁବକ ସଂଘ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହିଥିବା ସଂଘ ପକ୍ଷରୁ ପ୍ରଦୀପ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri