ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି

କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା ଚର୍ଚ୍ଚାକୁ ଆସିଛି। ସେ ତାଙ୍କ ଦେଶର ପ୍ରତି ମହିଳାଙ୍କୁ ଅତି କମ୍‌ରେ ୬ ସନ୍ତାନ ପ୍ରସବ କରିବାକୁ କହିଛନ୍ତି। ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଅଧିକାଂଶ ଲୋକେ ଦେଶଛାଡି ପଳାଇ ଯାଉଥିବା ଦେଖାଯାଇଛି। ତେଣୁ ଲୋକମାନେ କିପରି ଦେଶଛାଡି ନ ଯିବେ ସେଥିପାଇଁ ସେ ମହିଳାମାନଙ୍କୁ ୬ ସନ୍ତାନ ଜନ୍ମ ଦେବା କଥା କହିଛନ୍ତି ବୋଲି ଜଣାପଡିଛି। ଜନସଂଖ୍ୟା ବୃଦ୍ଧିର ବିଭିନ୍ନ ପଦ୍ଧତି ଉପରେ ଆଲୋଚନା କରିବା ସମୟରେ ଏକ ଟେଲିଭଜନ କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରପତି ନିକୋଲସ ଏହା କହିଥିବା ଜଣାପଡିଛି। ନିକୋଲସଙ୍କ ଏହି ବୟାନକୁ ନେଇ ପରେ ଆଲୋଚନା କରାଯାଇଛି। ଅନେକଙ୍କର ମତ ରହିଛି ଯେ ଯେଉଁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଓ ଯେଉଁ ଦେଶରେ ଶିଶୁଙ୍କର ଭିବଷ୍ୟତ ବୋଲି କିଛି ନାହିଁ ସେଠାରେ ମହିଳାଙ୍କୁ ୬ ସନ୍ତାନ ପ୍ରସବ କରିବା କଥା କହିବା କେତେଦୂର ଯଥାର୍ଥ। ସୂଚନାଯୋଗ୍ୟ, ଭେନେଜୁଏଲାରେ ଜନସଂଖ୍ୟା ୨୦୧୬ ଜନଗଣନା ଅନୁଯାୟୀ ପ୍ରାୟ ୩.୨ କୋଟି ଥିବାରୁ ରାଷ୍ଟ୍ରପତି ଏଥିରେ ବୃଦ୍ଧି ଘଟଇବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

ଗୁଣ୍ଡୁଚିମୂଷା ଉଠାଉଛି ଫଟୋ: ଦେଖିଲେ ଉଡ଼ିଯିବ ହୋସ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ମହାପ୍ରଭୁ ଓ ଶ୍ରୀଗୁଣ୍ଡିଚା ମନ୍ଦିର

ପବିତ୍ର ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ, ଚକ୍ରରାଜ ଶ୍ରୀସୁଦର୍ଶନ ଏବଂ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା...

ମୋଦିଙ୍କ କରୋନା କୂଟନୀତିକୁ ଭୟ: ମିଥ୍ୟା ପ୍ରଚାର ଆରମ୍ଭ କଲା ଗ୍ଲୋବାଲ ଟାଇମ୍ସ୍‌

ନୂଆଦିଲ୍ଲ/ବେଜିଂ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ସାର୍ବଜନୀକ ଭାବେ ଟିକାକରଣ ଜାରି ରହିଛି। ଏହା ସହିତ ଭାରତ ପକ୍ଷରୁ ବାଂଲାଦେଶ,...

ଗପର ନାଁ ଗାୟତ୍ରୀ

କାହାଣୀମାନେ ସବୁବେଳେ ତାଙ୍କ ପରି ଆଧାର ଖୋଜନ୍ତି। ଚରିତ୍ରମାନେ ତାଙ୍କୁ ଖୋଜି ଖୋଜି ଆସନ୍ତି ନିଜେ ବିବୃତ୍ତ ହେବା ପାଇଁ ତେଣୁ ଇ ତ ତାଙ୍କ...

ପୁଣି ଯୁଦ୍ଧ, ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ଚାଇନା, ଜେନେରାଲଙ୍କ ଅଡ଼ିଓ ଲିକ୍‌…

ବେଜିଂ, ୨୩।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ପୁଣି ନୂଆ ଯୁଦ୍ଧ ହେବାକୁ ଯାଉଛି। ଚାଇନା ଶୀଘ୍ର ତାଇୱାନ ଉପରେ...

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଜାଣନ୍ତୁ କ’ଣ ହେଲା…

ରାଗ, ମସଲା ବା ଚଟ୍‌ପଟି ଖାଦ୍ୟ ଦେଖିବା ମାତ୍ରେ ପାଟିରୁ ଲାଳ ବହିଯାଏ। ଭାରତରେ ଅନେକ ଲୋକ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର...

ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ,୧୮ା୧: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀମାନେ ବର୍ବରତାର ସୀମା ଲଂଘିଛନ୍ତି। ରାଜଧାନୀ କାବୁଲରେ ସେମାନେ ରବିବାର ସୁପ୍ରିମକୋର୍ଟର ୨ ଜଣ ମହିଳା ବିଚାରପତିଙ୍କୁ ଗୁଳିକରି ହତ୍ୟା...

Advertisement
Archives

Model This Week