ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ପ୍ରତ୍ୟେକ ଜିଲାର ବିଧାୟକଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ ନେଇ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍‌ ଅନ୍ୟ ରାଜ୍ୟକୁ ଗସ୍ତ କରିବ। ବିଧାୟକଙ୍କ ମତାମତ ଓ ଟିମ୍‌ର ରିପୋର୍ଟ ଆଧାରରେ ମଡେଲ ମଣ୍ଡି ସ୍ଥାପନ କରାଯିବ। ବୁଧବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୫.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଆହୁରି ଏକ ମାସ ଦଶ ଦିନ ସମୟ ରହିଛି। ସମସ୍ତ ଧାନ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯଥାରେ ବିଭ୍ରାନ୍ତି କରୁଛି କଂଗ୍ରେସ: ପୃଥ୍ବୀରାଜ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ପ୍ରସଙ୍ଗକୁ ନେଇ କଂଗ୍ରେସ ଅଯଥାରେ ବିଭ୍ରାନ୍ତି କରୁଛି। ରାଜ୍ୟ ଭାଜପା ଏହି ପ୍ରସଙ୍ଗରେ ଲୋକମାନଙ୍କ ପାଖକୁ ଯିବା ସହ ସେମାନଙ୍କୁ...

ଏହିସବୁ ରୁଟ୍‌ରେ ସବୁଦିନ ଚାଲିବ ମୋ’ ବସ୍‌

ଭୁବନେଶ୍ୱର, ୧।୯(ବ୍ୟୁରୋ): ଏଣିକି ସପ୍ତାହର ସମସ୍ତ ୭ ଦିନ ଚାଲିବ ‘ମୋ ବସ୍‌’। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କ୍ରୁଟ୍‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା...

ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କ ନିର୍ଦ୍ଦେଶ: ଅଧିବେଶନ ସମୟରେ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ହୁଅ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନରେ ବିଧାୟକମାନଙ୍କ ସକାରାତ୍ମକ ଉପସ୍ଥିତି ନେଇ ମତ ରଖିଛନ୍ତି। ଏନେଇ ନିଜର ଆଭିମୁଖ୍ୟକୁ ଅଧିକ...

ଓଡ଼ିଶାରେ ବିରଳ ଟିଆଇପିଏସ୍‌ ସର୍ଜରି

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ୍‌ ପୋର୍ଟୋସିଷ୍ଟମିକ୍‌ ସଣ୍ଟ(ଟିଆଇପିଏସ୍‌)’ର ବ୍ୟବହାର କରି ଜଣେ ୪୬ ବର୍ଷୀୟ ରୋଗୀଙ୍କ କ୍ରୋନିକ୍‌ ସିିରୋସିକ୍‌ ଲିଭର୍‌ର ସଫଳ...

୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୨୦-୯(ବ୍ୟୁରୋ):୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ ଆୟୋଜିତ...

ଗୁଗଲ୍‌ ଟ୍ରାନ୍ସଲେଟରରେ ‘ଓଡ଼ିଆ’ ଭାଷା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବହୁଦିନର ପ୍ରତୀକ୍ଷା ପରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ସାମିଲ ହୋଇଛି ଓଡ଼ିଆ ଭାଷା। ବିଶ୍ୱର ସର୍ବାଧିକ ଲୋକପ୍ରିୟ ସର୍ଚ୍ଚଇଞ୍ଜିନ୍‌ ଗୁଗଲ୍‌ର ଅନୁବାଦ ବିଭାଗରେ ୫ ନୂଆ...

୭ ମାସ ହେବ ଆଉ ଶୁଣାଯାଉନି ଭୁଟୁଭୁଟି ଶବ୍ଦ :ପୁରାତନ ଡଙ୍ଗାଘାଟ ଆଜି ଅଲୋଡ଼ା

ଆନନ୍ଦପୁର, ୨୨।୧୦(ସନ୍ତୋଷ ରାଉତ)-କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ବହୁ ପୁରାତନ ଡଙ୍ଗା ଘାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି। ପୂର୍ବରୁ...

ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।...

Coronavirus Update

Archives

Model This Week

Why Dharitri