ପ୍ରତିଷ୍ଠା ହେବ ୪୫ ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ସାକ୍ଷାତ୍‌ କରି ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସମ୍ପ୍ରସାରଣ କେନ୍ଦ୍ର ପାଇଁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଚିଠି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ଷଡଙ୍ଗୀ କହିଛନ୍ତି ଯେ, ରାଉରକେଲାରେ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୨୦୦କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେବେ। ସେହିପରି ୪ଟି ଜିଲାରେ ସମ୍ପ୍ରସାରଣ ସେଣ୍ଟର ହେବ। ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ହେବାକୁ ଥିବା ପ୍ରତ୍ୟେକ ସେଣ୍ଟରରେ ୨୦କୋଟି ଟଙ୍କା ଲେଖା ଖର୍ଚ୍ଚ ହେବ। ସାରା ଦେଶରେ ମୋଟ ୨୨୬ଟି ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ହେବ। ସେଥିରୁ ଓଡିଶାରେ ୪୫ଟି କ୍ଲଷ୍ଟର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ୨୦ଟି ନୂତନ ବୈଷୟିକ କେନ୍ଦ୍ର ଏବଂ ୧୦୦ଟି ସମ୍ପ୍ରସାରଣ(ହବ୍‌ ଆଣ୍ଡ ସ୍ପୋକ ମଡେଲ)କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରୁ କେତୋଟି ସମ୍ପ୍ରସାରଣ କେନ୍ଦ୍ର ବୈଷୟିକ କେନ୍ଦ୍ର ଅଧୀନରେ ପ୍ରତିଷ୍ଠା କରାଯିବ। ଏନେଇ ମାର୍ଚ୍ଚ ୧୮ ୨୦୧୯ରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଅତିରିକ୍ତ ଉନ୍ନୟନ କମିଶନର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ। ସମ୍ପ୍ରସାରଣ କେନ୍ଦ୍ର ବାଲେଶ୍ୱରଠାରେ ମଧ୍ୟ ପ୍ରତିଷ୍ଠା ହେବା ଲାଗି ସ୍ଥାନ ଚିହ୍ନଟ କରାଯାଇଛି। ଏହି କେନ୍ଦ୍ର ସକାଶେ ଭିତ୍ତିଭୂମି ଏବଂ ଭଲ ସ୍ଥିତି ରହିଛି। ଏଥିପାଇଁ ପ୍ରାୟ ୫୦ହଜାର ସ୍କୋୟାର ଫିଟ୍‌ ସହ ପାଖାପାଖି ୧ ଏକର ମାଗଣା ଜମିର ଆବଶ୍ୟକତା ରହିଛି। ଶେଷ ୯ ମାସ ହେବ ଏଥିପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଜମି ମିଳୁନାହିଁ। ଫଳରେ ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ହେବାକୁ ବିଳମ୍ବ ହେଉଛି। ରାଜ୍ୟର ସ୍ବାର୍ଥ ସକାଶେ ଏଥିଲାଗି ସହଯୋଗ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ସଂସ୍ଥାରେ ପରୀକ୍ଷା ପାଇଁ ଅନୁମତି ମାଗିଲା ରାଜ୍ୟ: ୫୦,୦୦୦ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୩।୪(ବ୍ୟୁରୋ): ବ୍ୟାପକ ପରିମାଣରେ ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷା ଦ୍ୱାରା ରାଜ୍ୟରେ କରୋନା ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ...

ମହାନଦୀରେ ନିର୍ମାଣ ହେବ ଆଉ ୭ ବ୍ୟାରେଜ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମହାନଦୀର ନିମ୍ନସ୍ରୋତରେ ପ୍ରସ୍ତାବିତ ୭ ବ୍ୟାରେଜ୍‌ ମଧ୍ୟରୁ ୫ ବ୍ୟାରେଜ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ କାର୍ଯ୍ୟ ସମାପ୍ତ କରାଯାଇ ତାହାର ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ...

୬ ଦାଦନ ପ୍ରବଣ ବ୍ଳକରେ ଫୋକସ୍‌

ବଲାଙ୍ଗୀର ଅଫିସ, ୩ା୧୧ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଶନିବାର ବଲାଙ୍ଗୀର ଟାଉନ୍‌ ହଲଠାରେ ଦାଦନ ସମସ୍ୟା ରୋକିବା ନେଇ...

ବନ୍ଦ କାର୍‌ ଭିତରୁ ଅଣନିଃଶ୍ୱାସୀ ହୋଇ ଶିଶୁକନ୍ୟା ଉଦ୍ଧାର ଘଟଣା: ମା’ବାପାଙ୍କ ନାମରେ ମାମଲା ରୁଜୁ କଲା ପୋଲିସ, କରୁଛି ପଚରାଉଚରା

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବନ୍ଦ କାର୍‌ରୁ ଦେଢ଼ବର୍ଷର ଶିଶୁକନ୍ୟା ଅଣନିଃଶ୍ୱାସୀ ଭାବେ ଉଦ୍ଧାର ହେବା ଘଟଣାରେ ଟାଉନ ଥାନା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ପ୍ରକଳ୍ପ କଲେ ଉଦ୍‌ଘାଟନ

ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ସେ...

ରାଜଧାନୀରେ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭୧

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏହି କିଛିଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଶନିବାର...

ପ୍ରକଳ୍ପ ଥାଇ ବି ପୋଖରୀ ଭରସା

ଆରଡ଼ି, ୧୩।୧୨ (ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଲୋକଙ୍କୁ ସୁବିଧାରେ ପାନୀୟଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଛି ଜଳ ପ୍ରକଳ୍ପ। ସେଥିଲାଗି ଆଉ ଗାଁରେ ସରକାରୀ ନଳକୂପ...

ନିଶା ଖାଇବାକୁ ଟଙ୍କା ମିଳିଲାନି: ମାଆଙ୍କୁ ମାଡ଼ମାରି ଜେଲ ଗଲେ ପୁଅ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ନିଶା ଖାଇବାକୁ ଟଙ୍କା ନ ଦେବାରୁ ମାଆଙ୍କୁ ମାଡ଼ ମାରିଛନ୍ତି ପୁଅ। କ୍ୟାପିଟାଲ ଥାନା ପୋଲିସ ଏହି ଅଭିଯୁକ୍ତ ପୁଅଙ୍କୁ ଗିରଫ କରିଛି। ସେ...

Play 250+ Trending Games
Archives

Model This Week

Why Dharitri