ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଉଠିଲେ ଶ୍ରମିକ

ବେଦବ୍ୟାସ, ୧୬।୫ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ୍‌ ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ଆଇଏଫଜିଏଲ କାରଖାନାର ଠିକା ଶ୍ରମିକମାନେ ୨ ଦିନ ହେଲା ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଶନିବାର ରାଉରକେଲା ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ର, ଶ୍ରମିକ ନେତା ସନ୍ତୋଷ ଲାକ୍ରାଙ୍କ ସମେତ କାରଖାନା କର୍ତ୍ତୃପକ୍ଷ ଦୀର୍ଘ ୨ଘଣ୍ଟା ଧରି ଆନ୍ଦୋଳନକାରୀ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଏମାନଙ୍କ ଦାବି ଅନୁସାରେ ଯେଉଁ ଠିକା ଶ୍ରମିକମାନେ ଲକ୍‌ ଡାଉନ ସମୟରେ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ମାସିକ ଦରମା ପ୍ରଦାନ କରାଯିବ। ଏହା ସହିତ ପ୍ରତ୍ୟେକ ଦିନ ହିସାବରେ ୫୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ଜୀବନଯାପନ ଉଚ୍ଚ ରକ୍ତଚାପକୁ ଦୂର କରିପାରିବ

ସୋନପୁର,୧୮।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ...

୩ ମାସ ତଳେ ହୋଇଥିଲା ନିର୍ମାଣ: ଭୁଶୁଡ଼ିଲା ଗାର୍ଡୱାଲ

ହିଞ୍ଜିଳିକାଟୁ,୨୨।୯(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ ବେଳେ ଗୁରୁବାର ଗାଁ ମଧ୍ୟରେ ଥିବା ବଡ ବନ୍ଧର...

ଛତିଶଗଡ଼ରୁ ଧରାହେଲେ ୭ ଲୁଟେରା

ଅନୁଗୋଳ ଅଫିସ୍‌, ୧୫।୮ – ଅନୁଗୋଳ ସହରର ଦୁଇଟି ଏଟିଏମ୍‌ କାଟି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା।...

ଶୁଖିଲା ପଡୁଛି ଓଭରହେଡ୍‌ ପାଣି ଟାଙ୍କି

କଟକ ସଦର,୧୫ା୫(ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ କଟକ ସଦର ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଜାରି ରହିଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟରେ ଗ୍ରାମ୍ୟ ପାନୀୟ ଜଳ...

୩୧ରୁ ନୟାଗଡ଼-ଭଦ୍ରକକୁ ଗଡ଼ିବ ମେମୁ ଟ୍ରେନ୍‌

ନୟାଗଡ଼ ଅଫିସ,୨୯ା୩: ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ ବୋଲି...

ନାଲ୍‌କୋ ଦେଲା ୫୦ ହଜାର ମାସ୍କ

ବଅଁରପାଳ, ୨୩ା୪(ଡି.ଏନ.ଏ.) କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ନାଲ୍‌କୋ ପକ୍ଷରୁ ୫୦ ହଜାର ମାସ୍କ ପ୍ରସ୍ତୁତ କରାଯାଇ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏଥିସହ...

ହାଇକୋର୍ଟରେ ରାଶନ ସାମଗ୍ରୀ ହଡ଼ପ ମାମଲା: ଗରିବଙ୍କୁ ଧନୀ ଦର୍ଶାଇ ସତ୍ୟପାଠ ଦାଖଲ

ଯାଜପୁର ଅଫିସ୍‌,୧୭।୭: ମାମଲାରୁ ବର୍ତ୍ତିବା ପାଇଁ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରାଯିବା ଭଳି ଏକ ସମ୍ବେଦନଶୀଳ ଘଟଣା ଯାଜପୁର...

ଚାଷୀଙ୍କୁ ବୀମା ପ୍ରହାର

ବରଗଡ଼ ଅଫିସ୍‌,୧୬।୧୨: ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ...

Advertisement
Archives

Model This Week