ପ୍ରତିଭା ବଳରେ ପରିଚୟ ସୃଷ୍ଟି କର: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ/ନାଉଗଁା,୨୫ା୧୨(ସ୍ବ.ପ୍ର.): ଓଡ଼ିଶା ମାଟି ହେଉଛି ସ୍ବତନ୍ତ୍ର। ଏହି ମାଟିରେ ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁଙ୍କ ଭଳି ଅନେକ ମହାତ୍ମାଙ୍କ ଜନ୍ମ ହୋଇଛି। ଗୋପବନ୍ଧୁ, ବକ୍ସି ଜଗବନ୍ଧୁ ନିଜର ପ୍ରତିଭା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେଣୁ ପିଲାମାନେ ସେମାନଙ୍କ ପଦାଙ୍କ ଅନୁସରଣ କରିବା ଉଚିତ। ନୈତିକ, ଆଦର୍ଶଗତ ଓ ବୌଦ୍ଧିକ ଶିକ୍ଷା ଲାଭ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଆବଶ୍ୟକ। ମଙ୍ଗଳବାର ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ସରସ୍ବତୀ ଶିଶୁ ମନ୍ଦିରର ରଜତ ଜୟନ୍ତୀ ସମାରୋହ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଏହି ପରାମର୍ଶ ଦେଇଛନ୍ତି।
ସେ କହିଥିଲେ, ଫୁଲ କେବେ ଛୁଆଁ, ଅଛୁଆଁ, ଭେଦ, ଭାବ ଜାଣେନା। ସେସବୁରୁ ଊର୍ଦ୍ଧ୍ୱରେ ରହି ନିଜକୁ ବିକଶିତ କରିଥାଏ। ଠିକ ଫୁଲ ପରି ନିଜକୁ ବିକଶିତ କରି ପ୍ରତିଭା ଓ ଜ୍ଞାନ ରୂପକ ସୁଗନ୍ଧରେ ଦୁନିଆଁକୁ ବିମୋହିତ କରିପାରିଲେ ବାସ୍ତବ ଲକ୍ଷ୍ୟପୂରଣ ହୋଇପାରିବ। ମୁଖ୍ୟବକ୍ତା ଅନ୍ତର୍ଜାତୀୟ କ୍ରୀୟା ଯୋଗ ଗୁରୁ ପରମହଂସ ପ୍ରଜ୍ଞାନ ନନ୍ଦଜୀ ଯୋଗଦେଇ କହିଥିଲେ, ଆମ ଦେଶରେ ନୈତିକତା ଶିକ୍ଷାର ଅଭାବ ପରିଲକ୍ଷିତ ହେଉଛି। ଯଦ୍ଦ୍ବାରା ପିଲାମାନେ ପ୍ରକୃତ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହାଦ୍ୱାରା ଉତ୍ତର ଚରିତ୍ର ଗଠନରେ ବାଧା ସୃଷ୍ଟି ହେଉଛି। ଶିଶୁର ଆଧ୍ୟାତ୍ମିକ ଚରିତ୍ର ଗଠନ ହୋଇପାରିଲେ ସମାଜ ସମୃଦ୍ଧ ହେବ ବୋଲି କହିଥିଲେ। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚ ଅଭିଳାସ ପୂରଣ ପାଇଁ ଉତ୍ତମ ଚରିତ୍ର ଗଠନର ଆବଶ୍ୟକତା ଥିବା ସ୍ପଷ୍ଟ କରିଥିଲେ। ଏମ୍‌ପି ରାଜଶ୍ରୀ ମଲ୍ଲିକ କଠିନ ପରିଶ୍ରମ ଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସୁସ୍ଥ ମାନବ ସମ୍ବଳ ସୃଷ୍ଟି କରିପାରିଲେ ସମାଜ ସମୃଦ୍ଧ ହୋଇପାରିବ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ହଟକିଶୋର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଦୁଃଶାସନ ଜେନା ଅତିଥି ପରିଚୟ ଓ ପ୍ରଧାନ ଆଚାର୍ଯ୍ୟ ବାବୁରାମ ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ତଥା ଓଡ଼ିଶା ସାଧୁ ସନ୍ଥ ସମାଜର ସଭାପତି ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ବାମୀ, ବିଦ୍ୟାଳୟ ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଗୁରୁ ଚରଣ ବିଶ୍ୱାଳ, ବେଣୁଧର ବିଶ୍ୱାଳ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରଚାରକ ରମାକାନ୍ତ ମହନ୍ତ, ଶହୀଦ ପ୍ରସନ୍ନ ସାହୁ ଓ ମୀନା ରାଣି ସାହୁ ପ୍ରମୁଖଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ରାଜ୍ୟପାଳ ଉକ୍ତ ବିଦ୍ୟାଳୟକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri