Posted inଫୁରସତ

ପ୍ରତିଦିନ ରାତିରେ ଏକ ଗାଈ ନିକଟକୁ ଆସିଥାଏ ଚିତାବାଘ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଯେକୌଣସି ପଶୁପକ୍ଷୀଙ୍କୁ ଶିକାର କରି ବାଘ ଖାଇଥାଏ ବୋଲି ଜାଣିଛେ। ମାତ୍ର ଗୋଟିଏ ଚିତାବାଘ ସବୁଦିନ ରାତିରେ ଗୋଟିଏ ଗାଈ ନିକଟକୁ ଆସିଥାଏ। କିନ୍ତୁ ଶିକାର ନ କରି ଚାଲିଯାଏ। ଜାଣନ୍ତି କାହିଁକି? କେବଳ ମା’ର ସ୍ନେହମମତା ଟିକେ ପାଇବା ପାଇଁ। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ ଚିତାବାଘଟି ଗାଈ ପାଖରେ ଏମିତି ବସିଛି, ସତେ ଯେମିତି ତା’ର ବାଛୁରୀ।

ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦାଙ୍କ ଟୁଇଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରାଯାଇଛି। ଯେଉଁଥିରେ ଗାଈ ଏବଂ ଚିତାବାଘ ଗୋଟିଏ ଜାଗାରେ ବସିଛନ୍ତି। ଏହି ଫଟୋ ଶେୟାର କରି ସୁଶାନ୍ତ ଲେଖିଛନ୍ତି, ଶିକାର ଏବଂ ଶିକାରୀ ଏକାସାଥୀରେ। ଦୁହେଁ ଦୁହିଁଙ୍କୁ ବେଶ୍‌ ସ୍ନେହ କରୁଛନ୍ତି। ଚିତାବାଘଟି ନିୟମିତ ଭାବେ ଗାଈ ନିକଟକୁ ଆସି ଛୁଆଟିଏ ପରି ଗେଲ ହୋଇ ଚାଲିଯାଏ। ବାଛୁରୀଟି ଯେମିତି ମା’ ଗାଈର ଗାଲ କାନ ଆଦି ଚାଟିଥାଏ ଠିକ୍‌ ସେହିପରି ଚିତାବାଘଟି ଗାଈକୁ ଚାଟିଥାଏ। ଆଜି ପର୍ଯ୍ୟନ୍ତ ସେ ଗାଈର କୌଣସି କ୍ଷତି କରିନାହିଁ। ଗାଈ ମଧ୍ୟ ତାକୁ ବାଛୁରୀ ପରି ସ୍ନେହ କରିଥାଏ। କିଛି ସମୟ ରହିବା ପରେ ଚିତାଟି ଜଙ୍ଗଲକୁ ଚାଲିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ମାତାପିତା, ୟୁପିଏସସି ପରୀକ୍ଷାରେ ଝିଅ ହାସଲ କଲେ ୮୩ ର଼୍ୟାଙ୍କ୍‌

ବାରମ୍ବାର ୟୁପିଏସସି ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ତାଙ୍କ ପରିବାର ଲୋକେ। ଏଥିପାଇଁ ତାଗିଦ୍‌ ମଧ୍ୟ କରିଥିଲେ, ଯଦି ଏଥର ପରୀକ୍ଷାରେ...

ଆହ୍ବାନକୁ ସାମ୍‌ନା କରିବା ଓଡ଼ିଆ ଜାତିର ଜାତୀୟ ଚରିତ୍ର

ଆଜି ବି ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପାର୍ଶ୍ୱରେ ଦୁଇଟି ହାତୀ ରହିଛନ୍ତି। ସୁଦେହିକା ଯେଉଁ ମୁଦ୍ରାରେ ଗଜପତିଙ୍କୁ ଶୁଣ୍ଢରେ ଧରି ଉଦ୍ଧାର କରିଥିଲା, ସେଇ ମୁଦ୍ରାରେ ଶୋଭା...

ଇତିହାସ ରଚିବ ଚନ୍ଦ୍ରୟାନ-୩

ପରବର୍ତ୍ତୀ ଚନ୍ଦ୍ରୟାନ-୨ ଅଭିଯାନରେ ଏକ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଯାନକୁ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଧୀର ଅବତରଣ ଜରିଆରେ ଖସାଇ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖାଯାଇଥିଲା।...

ସନ୍ତାନ ଚିହ୍ନଟ ପାଇଁ ୩ ବର୍ଷ

ଦିସ୍‌ପୁର: ପୁଅ ହେଉ ଅବା ଝିଅ ଘରେ ସନ୍ତାନ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। କିନ୍ତୁ ଏହି ଆନନ୍ଦକୁ ଅନୁଭବ କରିବା ପାଇଁ...

ଏହି ମନ୍ଦିରରେ ଶିବଲିଙ୍ଗ ରଙ୍ଗ ଦିନକୁ ତିନିଥର ପରିବର୍ତ୍ତନ ହୁଏ

ଦେଶରେ ଭଗବାନ ଭୋଳାନାଥଙ୍କର ହଜାର ହଜାର ମନ୍ଦିର ରହିଛି। ତନ୍ମଧ୍ୟରୁ କିଛି ମନ୍ଦିରରେ ଏଭଳି ଚମତ୍କାରୀ ଶିବଲିଙ୍ଗ ରହିଛି, ଯାହାର ରହସ୍ୟ ଆଜିଯାଏ ବୈଜ୍ଞାନିକ ମଧ୍ୟ...

୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା...

ଆମେରିକାରେ ମାନବ ସୁରକ୍ଷା କର୍ମୀଙ୍କ ସ୍ଥାନ ନେବାରେ ଲାଗିଛି ରୋବୋ…

ଓ୍ବାଶିଂଟନ,୫।୩ : ଆମେରିକାରେ ମାନବ ସୁରକ୍ଷାକର୍ମୀଙ୍କ ବଦଳରେ ଏବେ ରୋବୋଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜନ କରିବାର ଧାରା ବଢ଼ିିବାରେ ଲାଗିଛି। ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟରେ...

ନିଆରା ପରମ୍ପରା: ଯେଉଁଠି ଲାଗେ ଦେବତାଙ୍କ ଅଦାଲତ

ଛତିଶଗଡ଼ ବସ୍ତର ଜିଲାରେ ଥିବା କାଣ୍ଡଗାଁରେ ଦେଖିବାକୁ ମିଳେ ଏକ ନିଆରା ପରମ୍ପରା। ଏହି ଗାଁର ଅଧିବାସୀମାନେ କୌଣସି ଅଭିଯୋଗର ଶୁଣାଣି ପାଇଁ କୋର୍ଟ ଅବା...

Advertisement
Archives

Model This Week