Posted inଫୁରସତ

ପ୍ରତିଦିନ ରାତିରେ ଏକ ଗାଈ ନିକଟକୁ ଆସିଥାଏ ଚିତାବାଘ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଯେକୌଣସି ପଶୁପକ୍ଷୀଙ୍କୁ ଶିକାର କରି ବାଘ ଖାଇଥାଏ ବୋଲି ଜାଣିଛେ। ମାତ୍ର ଗୋଟିଏ ଚିତାବାଘ ସବୁଦିନ ରାତିରେ ଗୋଟିଏ ଗାଈ ନିକଟକୁ ଆସିଥାଏ। କିନ୍ତୁ ଶିକାର ନ କରି ଚାଲିଯାଏ। ଜାଣନ୍ତି କାହିଁକି? କେବଳ ମା’ର ସ୍ନେହମମତା ଟିକେ ପାଇବା ପାଇଁ। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ ଚିତାବାଘଟି ଗାଈ ପାଖରେ ଏମିତି ବସିଛି, ସତେ ଯେମିତି ତା’ର ବାଛୁରୀ।

ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦାଙ୍କ ଟୁଇଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରାଯାଇଛି। ଯେଉଁଥିରେ ଗାଈ ଏବଂ ଚିତାବାଘ ଗୋଟିଏ ଜାଗାରେ ବସିଛନ୍ତି। ଏହି ଫଟୋ ଶେୟାର କରି ସୁଶାନ୍ତ ଲେଖିଛନ୍ତି, ଶିକାର ଏବଂ ଶିକାରୀ ଏକାସାଥୀରେ। ଦୁହେଁ ଦୁହିଁଙ୍କୁ ବେଶ୍‌ ସ୍ନେହ କରୁଛନ୍ତି। ଚିତାବାଘଟି ନିୟମିତ ଭାବେ ଗାଈ ନିକଟକୁ ଆସି ଛୁଆଟିଏ ପରି ଗେଲ ହୋଇ ଚାଲିଯାଏ। ବାଛୁରୀଟି ଯେମିତି ମା’ ଗାଈର ଗାଲ କାନ ଆଦି ଚାଟିଥାଏ ଠିକ୍‌ ସେହିପରି ଚିତାବାଘଟି ଗାଈକୁ ଚାଟିଥାଏ। ଆଜି ପର୍ଯ୍ୟନ୍ତ ସେ ଗାଈର କୌଣସି କ୍ଷତି କରିନାହିଁ। ଗାଈ ମଧ୍ୟ ତାକୁ ବାଛୁରୀ ପରି ସ୍ନେହ କରିଥାଏ। କିଛି ସମୟ ରହିବା ପରେ ଚିତାଟି ଜଙ୍ଗଲକୁ ଚାଲିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

ବାପା ମାଛ ଧରାଳି, ପୁଅ ପାଇଲେ OAS: ବିନା କୋଚିଙ୍ଗ୍‌ରେ ମୋବାଇଲରୁ ପଢି ପାଇଲେ ସଫଳତା

ସୋରଡା,୨୭।୫( ରଜନି ମହାପାତ୍ର ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୪-୨୫ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ସୋରଡା…

ମନ୍ତ୍ରୀଙ୍କ ଛାତି ଧଡ଼ପଡ଼: କାହାର ଯିବ ପଦ କିଏ ଯୋଡ଼ା ହେବେ ନୂଆ

ଭୁବନେଶ୍ୱର,୨୭।୫ ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା…

ପୁଣି ଦେବାଶିଷ ଯିବେ ରାଜ୍ୟ ସଭା ନା ଆଉ କିଏ? ବଡ଼ ଇସାରା ଦେଲେ ସୁରେଶ ପୂଜାରୀ, କହିଲେ ଯିଏ ଇସ୍ତଫା ଦେଇ…

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ବେଙ୍ଗଲରେ ୫ ଟଙ୍କାରେ ମିଳିବ ମାଛ-ଭାତ; ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ମିଳେ ସବୁଠୁ ଶସ୍ତା ସରକାରୀ ଥାଳି?

କୋଲକାତା,୨୭।୫: ପଶ୍ଚିମବଙ୍ଗ ସରକାର ସାଧାରଣ ଏବଂ ଗରିବ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସରକାରୀ ସହାୟତା ପ୍ରାପ୍ତ ସ୍ୱତନ୍ତ୍ର କ୍ୟାଣ୍ଟିନଗୁ ବର୍ତ୍ତମାନ ମାତ୍ର…

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri