ପ୍ରତାପପୁର ବୁଢ଼ାବଳଙ୍ଗ ସେତୁ: ନିର୍ମାଣ କାମ ବନ୍ଦ କଲେ ଗ୍ରାମବାସୀ

ବଡ଼ସାହି,୧୬ା୯(ସ୍ବ.ପ୍ର.)-ବୁଢାବଳଙ୍ଗ ନଦୀରେ ନିର୍ମାଣାଧୀନ ସେତୁରେ ନିମ୍ନମାନର କାର୍ଯ୍ୟକୁ ନେଇ ରବିବାର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। କାଦୁଅ ମିଶା ବାଲି, ଚିପ୍ସ ଓ ନଷ୍ଟ ହୋଇ ଯାଇଥିବା ସିମେଣ୍ଟରେ ଚାଲିଥିବା ଢଳେଇ କାର୍ଯ୍ୟକୁ ଅଞ୍ଚଳବାସୀ ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି। ଏଥିନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ା ଫଳରେ ନିର୍ମାଣ ହେଉଥିବା ସେତୁର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ କୋଟି କୋଟି ଟଙ୍କା ନଦୀ ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ପ୍ରତାପପୁର ବଙ୍ଗଳାଠାରୁ ନିର୍ମାଣ ହେଉଥିବା ବୁଢାବଳଙ୍ଗ ନଦୀ ସେତୁ କାର୍ଯ୍ୟରେ ା
ପୂର୍ତ୍ତବିଭାଗ ପକ୍ଷରୁ ବାରିପଦା-ପ୍ରତାପପୁର-ବଡ଼ସାହି-ମାଣତ୍ରୀ(ବିପିବିଏମ୍‌) ରାସ୍ତାର ୧୫ କି.ମିଠାରେ ଥିବା ବୁଢାବଳଙ୍ଗ ନଦୀ ପ୍ରତାପପୁରଠାରେ ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ା ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ପରେ ବିଭାଗ ପକ୍ଷରୁ ୧୫ କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ ନେଇ ଟେଣ୍ଡର ହୋଇଥିଲା। ନିର୍ମାଣ କାର୍ଯ୍ୟ ଲାଗି ନବଦୁର୍ଗା ପ୍ରାଇଭେଟ ଲିମିଟେଡ ସଂସ୍ଥା ବିଭାଗ ସହିତ ଚୁକ୍ତିନାମା କରିଛିି ା ୫ଟି ପିଲର ଉପରେ ୬ଟି ସ୍ପାମ୍‌ ଓ ୨ଟି ଆର୍ବଟମେଣ୍ଟ ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ୪ମାସ ପୂର୍ବରୁ ଆରମ୍ଭ ହୋଇଛି ା ନଦୀର ପ୍ରତାପପୁର ପଟୁ ଗୋଟିଏ ଲେଖାଏଁ ଆବର୍ଟମେଣ୍ଟ ଓ ପିଲର ନିର୍ମାଣ କାର୍ଯ୍ୟ ଚାଲୁରହିଛି ା ଗ୍ର୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସେତୁର ସୂଚନା ଫଳକ ନାହିଁ ା ଢଳେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଲି ଓ ଚିପ୍ସରେ କାଦୁଅ ମିଶି ରହିଛି ା ନଦୀରେ ପାଣି ଭର୍ତ୍ତି ଥିବାରୁ ପରିଷ୍କାର ବାଲି ବ୍ୟବହାର ପରିବତ୍ତେର୍ର୍ କାଦୁଅ ମିଶା ବାଲିକୁ ଢଳେଇ କାର୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ପ୍ରତାପପୁର ପଞ୍ଚାୟତର ସମିତିସଭ୍ୟ ପାର୍ଥସାରଥି ପଣ୍ଡା ପ୍ରକାଶ କରିଛନ୍ତି ା ସେହିପରି ନିର୍ମାଣାଧୀନ ପିଲରର କଂକ୍ରିଟକୁ ସାମାନ୍ୟ ଆଘାତ ଦେବାରୁ ତାହା ଭାଙ୍ଗିଯାଉଛି। ଛୋଟ ଛୋଟ କାଦୁଅ ମିଶା ବଜୁରି ଚିପ୍ସ ଓ ନଷ୍ଟ ହୋଇଥିବା ସିମେଣ୍ଟକୁ ମିଶ୍ରଣ କରି ଢଳେଇ ହେଉଥିବା ଗ୍ରାମବାସୀ ପରମେଶ୍ୱର ବେହେରା, ସୁମନ୍ତ ସାହୁ, ଦିଲ୍ଲୀପ ସାହୁ, ଗୁରୁଚରଣ ବେହେରା, ଖଗେଶ୍ୱର ନାୟକ ପ୍ରମୁଖ ଅଭିଯୋଗ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ଢଳେଇ ପାଇଁ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର ହେଉଥିବାରୁ ସେତୁର ସ୍ଥାୟିତ୍ୱକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୂତ୍ତର୍ର୍ ବିଭାଗର ଏସ୍‌ଡିଓ ବିରଞ୍ଚି ପଣ୍ଡାଙ୍କୁ ପଚାରିବାରୁ ଗ୍ରାମବାସୀଙ୍କଠାରୁ ଅଭିଯୋଗ ପାଇଛି ଓ ସୋମବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri