Posted inଖେଳ

ପ୍ରଜକ୍ତାଙ୍କୁ ସହାୟତା ମିଳିଲା

ନାଗପୁର,୨୦ା୫ (ପି.ଟି.)- କରୋନାଭାଇରସ ପାଇଁ ଜାତୀୟ ଲକ୍‌ଡାଉନ୍‌ ବେଳେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ ଚଳାଇଥିବା ଭାରତର ଡିଷ୍ଟାନ୍ସ ରନର ପ୍ରଜକ୍ତା ଗୋଡ୍‌ବୋଲେଙ୍କୁ ଶେଷରେ ରାଜ୍ୟ କର୍ତ୍ତୃପକ୍ଷଙ୍କଠାରୁ ସହାୟତା ମିଳିଛି। ଲକ୍‌ଡାଉନ୍‌ ବେଳେ ପ୍ରଜକ୍ତା ସ୍ଥାନୀୟ ଶୀର୍ଷାପେଠ୍‌ ବସ୍ତିରେ ବାସ କରୁଥିଲେ। ତାଙ୍କ ବାପା ପକ୍ଷାଘାତ ଯୋଗରେ ପୀଡ଼ିତ ଥିବାବେଳେ ମା’ ରୋଜଗାର ପନ୍ଥା ହରାଇଥିଲେ। ଏ ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇବା ଳପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନଜରକୁ ଆସିଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ପ୍ରଜକ୍ତାଙ୍କୁ ତୁରନ୍ତ ୧୮,୦୦୦ ଟଙ୍କା ଏବଂ ଆବଶ୍ୟକ ରାଶନ ଯୋଗାଇ ଦିଆଯାଇଥିଲା। ତାଙ୍କୁ ଯଥାସମ୍ଭବ ସହାୟତା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୯ରେ ଇଟାଲିରେ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ପ୍ରଜକ୍ତା ଇଣ୍ଡିଆନ ୟୁନିଭର୍ସିଟିଜ୍‌ ପକ୍ଷରୁ ୫୦୦୦ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ୧୮:୨୩.୯୨ ଟାଇମିଂରେ ରେସ୍‌ କରିଥିଲେ, କିନ୍ତୁ ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

ଗୁୟାନା, ୭।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ...

ପୂରା ହୋଇଛି ଧୋନୀଙ୍କ ଉଇକେଟ ନେବାର ସ୍ବପ୍ନ

ନୂଆଦିଲ୍ଲୀ, ୧୨ା୪- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉଇକେଟ ନେବା ମୋର ଦୀର୍ଘ ଦିନର ସ୍ବପ୍ନ ଥିଲା। ଏହା ମୁଁ ପୂରଣ କରିଛି...

ଖେଳରତ୍ନ ଲାଗି ହରଭଜନଙ୍କ ନାମ ଖାରଜ

ନୂଆଦିଲ୍ଲୀ,୨୪।୭- ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ଲାଗି ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂଙ୍କ ନାମକୁ ପଞ୍ଜାବ ସରକାର ପ୍ରସ୍ତାବ ଦେଇଥିଲା। ଟର୍ବୋନେଟର ଭାବେ...

ପ୍ରଜନେଶ କ୍ୱାର୍ଟରଫାଇନାଲରେ

କ୍ୟାରି (ୟୁଏସ୍‌ଏ): ଭାରତର ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଆଟଲାଣ୍ଟିକ୍‌ ଟାଇର୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏହିି ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟର ଏକ ସଂଘର୍ଷପୂର୍ଣ୍ଣ...

୧୫୨.୯୫ କିମି ପ୍ରତି ଘଣ୍ଟା: ଜାଣନ୍ତୁ ସବୁଠାରୁ ଦ୍ରୁତ ବୋଲିଂ କରି ଚର୍ଚ୍ଚାରେ ଥିବା ଉମ୍‌ରାନ୍‌ କିଏ, କୋହଲି ବି ଏବେ…

ଆବୁଧାବି,୭।୧୦: ରାତାରାତି ଖେଳାଳିଙ୍କ ଭାଗ୍ୟ ବଦଳାଇଥାଏ ଆଇପିଏଲ୍‌। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅନେକ ଯୁବ କ୍ରିକେଟର ଏହି ପ୍ଲାଟଫର୍ମରୁ ନିଜର କ୍ୟାରିୟର ଆରମ୍ଭ...

ଝିଅ ହେବା ପରେ ଟୁଇଟର୍‌ ବାୟୋ ପରିବର୍ତ୍ତନ କଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି। ଜାନୁଆରୀ ୧୧ରେ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ...

ଆଇରନ ମ୍ୟାନ ପ୍ରତିଯୋଗିତାରେ ଦୁଇ ଓଡ଼ିଆ

ଭୁବନେଶ୍ୱର,୧୪।୮(ସ୍ପୋଟର୍‌ସ ବ୍ୟୁରୋ): ଆଇରନ ମ୍ୟାନ ପ୍ରତିଯୋଗିତା ପାଇଁ ଦୁଇ ଓଡ଼ିଆ ସୌଭାଗ୍ୟ କୁମାର ରଥ(୩୩) ଏବଂ ବିଜୟ କୁମାର ଦାସ(୪୮) କାଜାଖସ୍ତାନରେ ପହଞ୍ଚିଛନ୍ତି। ସୌଭାଗ୍ୟଙ୍କର ଏହା...

ମହାତ୍ମା ଗାନ୍ଧୀଙ୍କ ବାଣୀ ଶୁଣାଇ ଆଲୋଚକଙ୍କୁ କଡା ଜବାବ ଦେଲେ ଓ୍ବାର୍ଣ୍ଣରଙ୍କ ସ୍ତ୍ରୀ

ଆଡିଲେଡ୍‌,୩।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ...

Advertisement
Archives

Model This Week