ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି ରୋଗକୁ ଆମନ୍ତ୍ରଣ କରିଛି ବୋଲି ମଧ୍ୟ କେତେକ ତଥ୍ୟରୁ ଜଣାପଡ଼ିଛି। କରୋନା ମହାମାରୀ ଓ ପ୍ରକୃତି ଉପରେ ମଣିଷର ଦାଉ ମଧ୍ୟରେ ସମ୍ପର୍କ ରହିଥିବା ଏଥିରୁ ଅନୁମେୟ। ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କୁ ଶିକାର କରିବା, ସେମାନଙ୍କ ଛାଲ, ଶିଙ୍ଗ ଆଦି ବିଦେଶକୁ ଚଢ଼ାଦରରେ ବିକ୍ରିକରିବା, ଗଛଲତା କାଟି ପଦାକରିବା ସହିତ ଏଗୁଡ଼ିକୁ ବିକ୍ରିକରିବା ଆଦି ଯୋଗୁ ପ୍ରକୃତି ଭାରସାମ୍ୟ ହରାଉଛି। ଏଥିସହ ନୂଆ ରୋଗ ବୃଦ୍ଧି ଲାଗି ବାଟ ଫିଟାଉଛି ବୋଲି କେତେଜଣ ବୈଜ୍ଞାନିକ ମତ ଦେଇଛନ୍ତି। କରୋନା ଭାଇରସ୍‌ ବାଦୁଡ଼ି, ବଜ୍ରକାପ୍ତା ଓ ଅନ୍ୟ ଜଙ୍ଗଲୀ ଜୀବଙ୍କଠାରୁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏହା ମଣିଷ ସଂସ୍ପର୍ଶରେ ଆସିବାରୁ ବିଶ୍ୱରେ ଏବେ ଏଭଳି ମହାମାରୀ ଦେଖାଦେଇଛି।
ଗବେଷକମାନେ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଛାନ୍‌ଭିନ୍‌ କରି ଜାଣିବାକୁ ପାଇଛନ୍ତି ଯେ, ଜୀବଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପିଥିବା କରୋନା ଭୂତାଣୁ ପ୍ରକୃତିର ଭୟଙ୍କର କ୍ଷତି ଘଟାଇବ। ମାନବଜାତି ଯେଉଁଭଳି ଭାବେ ପ୍ରକୃତିକୁ ଶୋଷଣ କରିଚାଲିଛି, ଜୀବଜନ୍ତୁଙ୍କୁ ମାରି ଗଛଲତା ପଦାକରୁଛି, ଦିନ ଆସିବ ଆଉ ଏମାନଙ୍କ ଉପସ୍ଥିତି ଅନୁଭବ କରିହେବନି। ଜଙ୍ଗଲ ପଦା ହେବା ଫଳରେ ଜୀବଜନ୍ତୁମାନେ ସହର ମୁହାଁ ହେବା ସହ ମଣିଷ ସଂସ୍ପର୍ଶରେ ଆସିବାକୁ ବାଧ୍ୟ ହେବେ। ଫଳରେ ବିଭିନ୍ନ ପ୍ରକାର ଭୂତାଣୁ ମଣିଷକୁ ଗ୍ରାସ କରିବ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡ. ଖ୍ରୀଷ୍ଟାଇନ୍‌ ଜନ୍‌ସନ୍‌ ପ୍ରକାଶ କରିଛନ୍ତି। ପ୍ରାଣୀଙ୍କ ସଂସ୍ପର୍ଶରେ ମଣିଷ ଆସି ବିଭିନ୍ନ ସ୍ଥାନ ଯିବାଆସିବା କରିବା ଫଳରେ ସାରା ବିଶ୍ୱକୁ ଭୂତାଣୁ ବ୍ୟାପିବ। ଧୀରେ ଧୀରେ ଜଙ୍ଗଲ ଛାଡ଼ି ପ୍ରାଣୀମାନେ ନିଜ ସୁବିଧା ସ୍ଥାନ ବାଛିବେ ଓ ଏଣେତେଣେ ବିଚରଣ କରିବେ। ଫଳରେ ମହାମାରୀର ପ୍ରକୋପ ଭୟଙ୍କର ଭାବେ ବ୍ୟାପିବା ସହ ମାନବସମାଜକୁ ଗ୍ରାସ କରିବ। ସାର୍ସ, ମେର୍ସ, ଇବୋଲା, ଫ୍ଲୁ, କରୋନା ଭାଇରସ୍‌ ଭଳି ଭୂତାଣୁବାହୀ ରୋଗ ମଣିଷକୁ ଗ୍ରାସକରିବା ଫଳରେ କିଛିଟା ଜନସଚେତନତା ବଢ଼ିଛି ସତ। କିନ୍ତୁ କେତେକାଳ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ ତାହା ସନ୍ଦେହପୂର୍ଣ୍ଣ। ଜଙ୍ଗଲ ନଷ୍ଟ ସହ ଜୀବଜନ୍ତୁମାନଙ୍କୁ ଶାଗମାଛ ଦରରେ ବିକ୍ରି କରାଯାଉଛି। ଏମାନଙ୍କଠାରୁ ପ୍ରସ୍ତୁତ ବିଭିନ୍ନ ଭୂତାଣୁବାହୀ ରୋଗ କିଣାଯାଉଛି। ଏବେ ଲୋକେ କିଛିଟା ସଚେତନ ହେଲେଣି। ପ୍ରକୃତିକୁ ଶୋଷଣମୁକ୍ତ କରିବା ଲାଗି ଇଣ୍ଡୋନେସିଆଠାରୁ ଆରମ୍ଭ କରି ବିଭିନ୍ନ ଦେଶରେ ସ୍ବର ଉଠିଲାଣି। ପରିବେଶ ସୁରକ୍ଷା, ଜଙ୍ଗଲ ରକ୍ଷା ଜୀବନ ଧାରଣର ଏକ ଅଙ୍ଗ ବୋଲି ଲୋକେ ହୃଦୟଙ୍ଗମ କଲେଣି। ଏହାକୁ ପରିବ୍ୟାପ୍ତ କରିବାର ସମୟ ଆସିଛି। ଯଦି ଏଭଳି ଆଦର୍ଶକୁ କାର୍ଯ୍ୟକାରୀ କରା ନ ଯାଏ, ତେବେ ବିଭିନ୍ନ ଭୂତାଣୁବାହୀ ରୋଗର ପ୍ରକୋପ ଅଧିକରୁ ଅଧିକ ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri