ପ୍ରକୃତିପ୍ରେମୀ ମହାବୀର ବାବାଙ୍କ ପରଲୋକ

ବୋଲଗଡ,୧୪ା୧୨(ଡି.ଏନ.ଏ.): ବୋଲଗଡ ବ୍ଲକ ଜଖଲା ପାହାଡ ଉପରେ ଥିବା ମହାବୀର ମନ୍ଦିରର ପ୍ରତିଷ୍ଠାତା ବାବା ରାମନାରାୟଣ ଦାସ ମହାରାଜ (୬୦)ଙ୍କର ଶୁକ୍ରବାର ପରଲୋକ ହୋଇଛି । ସେ ମହାବୀର ବାବା ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବୋଲଗଡ ବ୍ଲକ ଅଞ୍ଚଳରେ ଶୋକପ୍ରକାଶ ପାଇଛି । ସେ ଜଣେ ପ୍ରକୃତିପ୍ରେମୀ ଭାବେ ଜଖଲା ପାହାଡରେ ଗଛ ଲଗାଇ ସବୁଜିମାରେ ଭରି ଦେଇଥିଲେ । ଜଙ୍ଗଲ ସୃଷ୍ଟି କରିବାରେ ସେ ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲେ । ପ୍ରକୃତିକୁ ଭଲ ପାଇବା ସହିତ ଆଧ୍ୟାତ୍ମିକତା କାର୍ଯ୍ୟରେ ତାଙ୍କର ଜୀବନକୁ ସେ ଉତ୍ସର୍ଗ କରିଥିଲେ। ବାବା ରାମନାରାୟଣ କିଡ୍‌ନୀ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସନ୍ଧ୍ୟାରେ ତାଙ୍କର ମୃତଦେହ ବୋଲଗଡଠାରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ନିଆଯାଇ ଗବଡିହପାଟଣାଗ୍ରାମଠାରେ ଶେଷଦର୍ଶନ ପାଇଁ ରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରି ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ପ୍ରସ୍ତୁତ ହେବ ଅଧିନିୟମ: ମନ୍ତ୍ରୀ

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ(ଆକ୍ଟ) ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଆଇନ ଖୁବ୍‌ଶୀଘ୍ର ପ୍ରଣୟନ କରାଯିବ। ଲୋକସେବା ଭବନରେ ଆଇନ...

ବିଭିନ୍ନ ପ୍ରକଳ୍ପର ଉନ୍ନୟନ କାର୍ଯ୍ୟ ବୁଲି ଦେଖିଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୨୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ କରିଥିଲେ l ସେଠାରେ ନୂତନ ଭାବେ...

ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା ଅଫିସ,୧୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ...

ନନ୍ଦନକାନନରେ ଚାଲିଲା ଶିଶୁ ରେଳଗାଡ଼ି

ବାରଙ୍ଗ,୧୭।୧୧(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣ ଶିଶୁ ରେଳଗାଡ଼ି ମଙ୍ଗଳବାରଠାରୁ ବିଧିବଦ୍ଧଭାବେ ଚାଲିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସୁଲଭ ମୂଲ୍ୟ ଓ...

କନ୍ଧମାଳରେ ଆଉ ଜଣେ କରୋନା ପଜିଟିଭ

ଫୁଲବାଣୀ ଅଫିସ, ୨୧ା୫- କନ୍ଧମାଳ ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ...

କାରାଗାର କର୍ମଚାରୀଙ୍କ ଅନଶନ: ଜଣେ ଗୁରୁତର

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ) : କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ...

୪୪୧ ସ୍କୁଲରେ ଛାତ୍ରୀ, ୧୪୮୫ ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ୪୪୧ଟି ବାଳିକା ବିଦ୍ୟାଳୟ ଏବଂ ୧୪୮୫ଟି ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ। ୨୦୧୭-୧୮ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୫୪,୨୯୮ଟି ସରକାରୀ...

ଅଜଣା ରୋଗରେ ଛାତ୍ରଙ୍କ ମୃତ୍ୟୁ

ମାଥିଲି/ ମାଲକାନଗିରି,୧୪ା୯ (ଡି.ଏନ୍‌.ଏ.): ଗତ ଦୁଇ ସପ୍ତାହ ଧରି ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗ ବ୍ୟାପିଛି। ତେବେ...

Advertisement
Archives

Model This Week