ପ୍ରକଳ୍ପ ଅସମ୍ପୂର୍ଣ୍ଣ, ଜଳ ଅପେକ୍ଷାରେ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ,୩ା୩ – ବ୍ରହ୍ମପୁରରେ ଏଣିକି ଖରାଦିନେ ଦୂର ହେବ ପାନୀୟ ଜଳ ସଙ୍କଟ। ସହରବାସୀଙ୍କ ପ୍ରତ୍ୟେକ ଘରକୁ ହେବ ୨୪ ଘଣ୍ଟିଆ ଜଳଯୋଗାଣ ସୁବିଧା । ଏଭଳି କେତେକ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ମାର୍ଚ୍ଚ ୩ରେ ସାଧାରଣ ନିର୍ବାଚନ ପୂର୍ବରୁ ଦିନିକିଆ ବ୍ରହ୍ମପୁରଗସ୍ତରେ ଆସି ଖଲ୍ଲିକୋଟ କଲେଜ ଖେଳପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ୪୩୧ କୋଟି ଟଙ୍କାରେ ନିର୍ମିତ ବୃହତ୍ତର ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ମଙ୍ଗଳବାର ଏହାକୁ ବର୍ଷେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ଜାନିବିଲି ପ୍ରକଳ୍ପରୁ ଜଳଯୋଗାଣ ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇଛି । ଚଳିତ ଖରାଦିନେ ମଧ୍ୟ ଏହି ପ୍ରକଳ୍ପରୁ ଜଳଯୋଗାଣ ହେବା ନେଇ ଆଶଙ୍କା ଦେଖା ଦେଇଛି ।
ବ୍ରହ୍ମପୁର ସହରକୁ ଜାନିବିଲିରୁ ଜଳଯୋଗାଣ ଓ ଖରାଦିନେ ଦେଖା ଦେଉଥିବା ଜଳସଙ୍କଟ ଦୂର ଲକ୍ଷ୍ୟନେଇ ୨୦୧୯ ମାର୍ଚ୍ଚ ୩ରେ ବୃହତ ଜାନିବିଲି ଜଳଯୋଗାଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ପର୍ଯ୍ୟାୟକ୍ରମେ ସହରର ପ୍ରତ୍ୟେକ ଘରକୁ ୨୦୧୯ ମାର୍ଚ୍ଚରୁ ଜଳଯୋଗାଣ କରାଯିବା ନେଇ ଉଦ୍‌ଘାଟନୀ ଉତ୍ସବରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ ନେଇ ଏକ ସୂଚୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏବେ ଏହି ଉଦ୍‌ଘାଟନକୁ ମଙ୍ଗଳବାର ବର୍ଷେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ବାସ୍ତବ ରୂପ ନେଇପାରିନି ପ୍ରକଳ୍ପ ।
ମିଳିଥିବା ସୂଚନା ପ୍ରକାରେ, ବର୍ତ୍ତମାନ ସୁଦ୍ଧା ସହରରେ ୩୧,୮୦୦ ଘର ମଧ୍ୟରୁ ୨୭୯୦୦କୁ ଜଳଯୋଗାଣ ନିମିତ୍ତ ପାଇପ୍‌ଲାଇନ୍‌ ଓ ମିଟର ସଂଯୋଗ କରାଯାଇଛି । ଆହୁରି ୩୯୦୦ ଘରକୁ ପାଇପ୍‌ଲାଇନ ସଂଯୋଗ କାମ ବାକି ରିହିଛି । ସେହିପରି ଜଳଯୋଗାଣ ନିମିତ୍ତ ନିର୍ମିତ ହେଉଥିବା ୧୭ ଓଭରହେଡ ଟ୍ୟାଙ୍କରୁ ବର୍ଷେ ମଧ୍ୟରେ ମାତ୍ର ୬ ଟିର କାମ ସମ୍ପୂର୍ଣ୍ଣ ହୋଇଛି । ଆହୁରି ୧୧ ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ବାକି ରହିଛି । ଏହାକୁ ବାଦ ଦେଇ ବର୍ତ୍ତମାନ ସହରରେ ଆହୁରି ୧୧ କି.ମି. ଅଞ୍ଚଳରେ ପାଇପ୍‌ ଲାଇନ ବିଛା କାମ ମଧ୍ୟ ବାକି ରହିଥିବା ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି । ଉପରୋକ୍ତ ସୂଚନାକୁ ଲକ୍ଷ୍ୟ କଲେ ଚଳିତ ବର୍ଷ ଖରାଦିନେ ମଧ୍ୟ ଏହି ପ୍ରକଳ୍ପରୁ ଜଳଯୋଗାଣ ଏକପ୍ରକାର ଅସମ୍ଭବ ମନେ ହେଉଛି। ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ ସୀତାରାମ ପଣ୍ଡା ଏପ୍ରିଲରୁ ଜଳଯୋଗାଣ କରାଯିବ। ସେହିପରି ଖରାଦିନେ ସମସ୍ତ ଘରକୁ ୨୪ ଘଣ୍ଟିଆ ଜଳଯୋଗାଣ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ପଣ୍ଡାଙ୍କ କହିବାନୁସାରେ, ଚଳିତ ମାସ ଶେଷ ସୁଦ୍ଧା ସହରର ବଳକା ୩୯୦୦ ଘରକୁ ପାଇପ୍‌ଲାଇନ ସହ ମିଟର ସଂଯୋଗୀକରଣ, ୩ ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ଶେଷ ହେବ ।
ଜୁଲାଇ ସୁଦ୍ଧା ଆଉ ବଳକା ୭ ଓଭରହେଡ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ସରିବ । ବର୍ତ୍ତମାନ ୧୦ ରୁ ୧୨ ଅଞ୍ଚଳରେ ଜାନିବିଲିରୁ ଜଳଯୋଗାଣ ଟ୍ରାଏଲ ରନ୍‌ ଶେଷ ହୋଇଛି । ଖରାଦିନେ ଜଳସଙ୍କଟକୁ ଏଡାଇବା ପାଇଁ ଏପ୍ରିଲରୁ ସବୁ ଘରକୁ ଜାନିବିଲିରୁ ଜଳ ଯୋଗାଣ କରାଯିବାକୁ ଯୋଜନା ରଖାଯାଇଥିବା ନିର୍ବାହୀଯନ୍ତ୍ରୀ ପଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ପ୍ରତିକ୍ରିୟା: ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ

ସବୁ ବର୍ଗର ଲୋକ ଉପକୃତ ହେବେ ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକ ବିଶେଷ...

ଲାଞ୍ଚ ନେଇ ଆର୍‌ଡି କିରାଣି ଗିରଫ

ଫୁଲବାଣୀ ଅଫିସ, ୧୩ା୨-କାମ କରୁନି ସରକାରଙ୍କ ୫-ଟି ଫର୍ମୁଲା । ସାଧାରଣ ଲୋକଙ୍କୁ ସରକାରୀ କର୍ମଚାରୀମାନେ ହଇରାଣ କରିବା କଥା ଛାଡ, ଖୋଦ ନିଜ ବିଭାଗର...

ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ

ଭୁବନେଶ୍ୱର,୧।୯(ବ୍ୟୁରୋ): ପୁଣି ଅଶାନ୍ତ ହୋଇ ଉଠିଛି ଉତ୍କଳ ବିଶ୍ୱ ବିଦ୍ୟାଳୟ। ବୁଧବାର ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଗାନ୍ଧୀ ପାର୍କ ନିକଟରେ ଜଣେ ଆଇନ ଛାତ୍ରଙ୍କୁ...

ଗଞ୍ଜାମରେ କଣ୍ଟ୍ରୋଲ ଚାଉଳ ନେବାବେଳେ ରହୁନି ସାମାଜିକ ଦୂରତ୍ୱ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଗଞ୍ଜାମ, ୬।୪(ଡି.ଏନ୍‌.ଏ. ): ରାଜ୍ୟରେ କରୋନା(କୋଭିଡ-୧୯) ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରାଜ୍ୟ ବାହାରୁ ତଥା ସୁରଟରୁ ଆସିଥିବା ଲୋକଙ୍କ ପାଇଁ ଗଞ୍ଜାମ...

ବିଲ୍‌କୁ ସମର୍ଥନ, ତରବରିଆ ନିଷ୍ପତ୍ତିକୁ ନାପସନ୍ଦ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ସ୍ବତନ୍ତ୍ରଭାବେ ଓଡ଼ିଶାର ପଛୁଆ ବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ବିଲ୍‌ ସୋମବାର ବିଧାନସଭାରେ ପାରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ...

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ

ପୁରୁଷୋତ୍ତମପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ବିଭିନ୍ନ ପଦବୀ ଲାଗି ସମୁଦାୟ...

ବାତ୍ୟା ପ୍ରଭାବ ନାହିଁ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ପୁରୀଠାରୁ ଦକ୍ଷିଣ ଦିଗରେ ଏହା ୫୯୦ କି.ମି. ଦୂର ଏବଂ...

ସ୍ତ୍ରୀଙ୍କୁ ଖଣ୍ଡଖଣ୍ଡ କରି କାଟି ଅଖାରେ ପୂରାଇ ରେଳଧାରଣାରେ ଫିଙ୍ଗିଦେଲେ ସ୍ବାମୀ

ବସ୍ତା,୭ା୫(ଡି.ଏନ୍‌.ଏ.): ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଅଖାରେ ଭର୍ତ୍ତି କରି ନିକଟସ୍ଥ ରେଳଧାରଣାରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ...

Advertisement
Archives

Model This Week