ପ୍ରକଳ୍ପ ଅଛି : ପାଣି ଆସୁନି, ଅସୁବିଧା ଭୋଗୁଛନ୍ତି ୮ ୱାର୍ଡ଼ର ଲୋକେ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)୨୭ା୫:  ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନାହିଁ। ଫଳରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର, ନୀଳପଲ୍ଲୀ ଓ ବେଣୁଧର ଗ୍ରାମର ୮ ଓ୍ବାର୍ଡର ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସମସ୍ୟା ସମାଧାନ ନ ହେଲେ ଓ୍ବାର୍ଡବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ଆର୍ଥିକବର୍ଷ ୨୦୧୨-୧୩ରେ କୁଳାସର ଗ୍ରାମ ପଞ୍ଚାୟତର କୁଳାସର, ନୀଳପଲ୍ଲୀ ଓ ବେଣୁଧର ଗ୍ରାମର ୯ ୱାର୍ଡ଼ର ପାଖାପାଖି ୨୫୦୦ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ହେବାର ଦୁଇମାସ ପରେ ୯ ୱାର୍ଡ଼ ବଦଳରେ ମାତ୍ର ୨ଟି ୱାର୍ଡ଼ରେ ସୀମିତ ରହିଲା ଜଳଯୋଗାଣ। ପଞ୍ଚାୟତବାସୀ ଏହି ସମସ୍ୟା ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗଠାରେ ଅଭିଯୋଗ କରିଥିଲେ। ହେଲେ ମାଟିତଳେ ପାଣି ନ ପଡ଼ିବାରୁ ଏହିଭଳି ଅସୁବିଧା ଦେଖାଦେଇଥିବା ବିଭାଗ ପକ୍ଷରୁ କୁହାଗଲା। ଇତିମଧ୍ୟରେ ୭ବର୍ଷ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବର୍ତ୍ତମାନ ଦୁଇଟି ୱାର୍ଡ଼ ବଦଳରେ ଗୋଟିଏ ୱାର୍ଡ଼କୁ ପାଣି ଯୋଗାଣ ହେଉଛି। ପ୍ରବଳ ଗୀଷ୍ମ ପ୍ରବାହରେ ଲୋକମାନେ ପାନୀୟଜଳ ପାଇଁ କୂଅର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ନଳକୂପ ଥିଲେ ମଧ୍ୟ ପାଣିରେ ଲୁହାଗୁଣ୍ଡ ଆସୁଥିବାରୁ ଏହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ପଞ୍ଚାୟତବାସୀ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି।
କ’ଣ କହନ୍ତି ଏମାନେ
– ବିଭାଗ କିଛି ତର୍ଜମା ନ କରି ଯେଉଁଠି ପାରିଲା ସେଇଠି ଖୋଳି ଦେଲା। ଏବେ ପାଣି ଆସୁ ନ ଥିବାରୁ ଆମେମାନେ ହଇରାଣ ହେଉଛୁ। ଏହାର ତଦନ୍ତ ନ କରି ସରକାର କିପରି ଟଙ୍କା ମଞ୍ଜୁର କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର ଓ ଯନ୍ତ୍ରୀ ମିଳିମିଶି ନିମ୍ନମାନର କାମ କରି ମାଲାମାଲ ହେଲେ, ଆମକୁ ପାଣି ମିଳିଲା ନାହିଁ।
ସଞ୍ଜୟ କୁମାର ସାହୁ, ଗ୍ରାମବାସୀ
– ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୯ ୱାର୍ଡ଼କୁ ପାଣି ଯୋଗାଣ ପାଇଁ ବନ୍ଦୋବସ୍ତ କଲେ। ପ୍ରତି ୱାର୍ଡ଼କୁ ପାଇପ୍‌ ବିଛାଯିବା ସହିତ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଗଲା। ପାଣି ଆସୁ ନ ଥିବାରୁ କିଛି ସ୍ଥାନରେ ଲୋକମାନେ ଷ୍ଟାଣ୍ଡପୋଷ୍ଟ ଓ ପାଇପ୍‌ ଉପାଡ଼ି ନେଲେଣି। ଲୋକେ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ବାଧ୍ୟ ହୋଇ ଆମେ ଦୂଷିତ ପାଣି ପିଉଛୁ।
ବିପିନ ନାୟକ, ଗ୍ରାମବାସୀ
-ରାଜନୈତିକ ଇଚ୍ଛାଶକ୍ତି ଅଭାବ ଓ ପ୍ରଶାସନର ଅସହଯୋଗ ଯୋଗୁ ଏଭଳି ଅସୁବିଧା ହେଉଛି। ପ୍ରତିବର୍ଷ ଖରାଦିନେ ଲୋକମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଟିତଳେ ପାଣି ନାହିଁ ବୋଲି କୁହାଯାଉଛି। ୭ବର୍ଷ ବିତି ଯାଇଥିଲେ ବି କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ।
ଗୌରାଙ୍ଗ ଖୁଣ୍ଟିଆ, ଗ୍ରାମବାସୀ
– ମାଟିତଳୁ (ସୋର୍ସ) କମ୍‌ ଜଳ ମିଳିବା କାରଣରୁ ଏଭଳି ଅସୁବିଧା ଦେଖାଦେଇଛି। ଏହାର ବିକଳ୍ପ ଭାବେ କ’ଣ କରାଯାଇପାରିବ ସେ ନେଇ ବିଭାଗ ତର୍ଜମା କରୁଛି। ଅନ୍ୟ କେଉଁଠି ସୋର୍ସ କରାଯାଇ ପାଣି ଟାଙ୍କିକୁ ଅଣାଯିବାର ବନ୍ଦୋବସ୍ତ କରାଯିବ।
ରାଜୀବ ପାଣିଗ୍ରାହୀ, ନିର୍ବାହୀଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri