ପୌରସଂସ୍ଥାର ପ୍ରାକ୍ତନ ସଦସ୍ୟା, ସଦସ୍ୟଙ୍କୁ ମିଳୁ ପେନ୍‌ସନ

ବ୍ରହ୍ମପୁର ଅଫିସ,୨୬ା୮-ବ୍ରହ୍ମପୁର ପୌର ନିଗମ (ବିଏମସି)ର ପୂର୍ବତନ କାଉନସିଲର ଓ କର୍ପୋରେଟର ସଂଘର ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି । ଏମ୍‌ପି ଓ ବିଧାୟକଙ୍କ ଭଳି ପୌରସଂସ୍ଥାକୁ ନିର୍ବାଚିତ ହୋଇଥିବା ପୂର୍ବତନ ସଦସ୍ୟା, ସଦସ୍ୟମାନଙ୍କ ପାଇଁ ସରକାର ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ସର୍ବସମ୍ମତ ଦାବି ହୋଇଛି। ଏଥିପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ଥାନୀୟ ପ୍ରକାଶମ ହଲରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ଏଠାର ପୂର୍ବ ପୌରସଂସ୍ଥାର କାଉନସିଲର ଓ ଦୁଇଥର ନଗରପାଳ ନିର୍ବାଚିତ ହୋଇଥିଲେ। ସେହିପରି ଚ୍ୟାଉ ପଟ୍ଟନାୟକ ମଧ୍ୟ ଅତୀତରେ ପୌର ପରିଷଦର କାଉନସିଲର ଥିଲେ ।
ଉଭୟଙ୍କ ରାଜନୈତିକ ଜୀବନ ପୂର୍ବ ପୌର ପରିଷଦରୁ ଆରମ୍ଭ ହୋଇଥିଲା ।
ସମାବେଶରେ ସଂଘ ସଭାପତି ତଥା ପୂର୍ବ ପୌର ପରିଷଦର ନଗରପାଳ ପି. ଭୀମୁଡ଼ୁ ଅଧ୍ୟକ୍ଷତା କରିଥିଲେ । ନବ ନିର୍ବାଚିତ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଏମପି ଚନ୍ଦ୍ରଶେଖର ଓ ପୂର୍ବତନ ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏମପି ସାହୁ କହିଥିଲେ ୧୫୨ ବର୍ଷର ଏହି ପୌରସଂସ୍ଥା ୧୦ ବର୍ଷ ତଳେ ମହାନଗର ନିଗମରେ ପରିଣତ ହୋଇଛି । ଏହାର ସର୍ବାଙ୍ଗୀନ ବିକାଶରେ ପୂର୍ବତନ କାଉନସିଲର ଓ କର୍ପୋରେଟରମାନେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ। ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ମହାନଗର ସାରା ପାଇପ ଲାଇନ ସଂଯୋଗ ପାଇଁ ରାସ୍ତାଗୁଡ଼ିକ ଖୋଳି ଦିଆଯାଇଛି ଏବଂ ସମ୍ପୃକ୍ତ ଠିକା ସଂସ୍ଥା ପୁନଃ ନିର୍ମାଣରେ ଅହେତୁକ ବିଳମ୍ବ କରୁଥିବାରୁ ସମସ୍ୟା ସଂଗୀନ ହୋଇଯାଇଥିବା ସାହୁ ସ୍ବୀକାର କରିଥିଲେ ।
ମହାନଗର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ଏବଂ ଏହି ପୁରାତନ ସହରକୁ ଆଦର୍ଶ ଓ ସ୍ବଚ୍ଛ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବିଧାୟକ ପଣ୍ଡା। ଚ୍ୟାଉ ପଟ୍ଟନାୟକ ମଧ୍ୟ ଉଦବୋଧନ ଦେଇଥିଲେ। ପୂର୍ବତନ ଉପନଗରପାଳ ତଥା ପ୍ରାକ୍ତନ ବିଧାୟକ ଶିବ ଶଙ୍କର ସାହାଣୀ, ୬ ଥର କାଉନସିଲର ନିର୍ବାଚିତ ହେବା ସହ ଅତୀତରେ ଉପନଗରପାଳ ହୋଇଥିବା ଡ଼. ଭଗବାନ ଗନ୍ତାୟତ, ପୂର୍ବତନ ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ପ୍ରାକ୍ତନ ଉପନଗରପାଳ ଜାମୁଲା ଶଙ୍କର ନାରାୟଣ ମଞ୍ଚାସୀନ ଥିଲେ। ସଂଘ ପକ୍ଷରୁ ଏମାନଙ୍କୁ ସମ୍ମାନିତ କରାଯାଇଥିଲା। ସଂଘ ସମ୍ପାଦକ ଅଶୋକ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପୂର୍ବତନ କାଉନସିଲର ଜେ. ସୁଷମା ରାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତୀତରେ ପୌର ସଂସ୍ଥାକୁ ନିର୍ବାଚିତ ଉଦୟନାଥ ନାୟକ, ଅଲେଖ ଚୌଧୁରୀ, ପ୍ରମୋଦ କୁମାର ଜେନା, ଉମା ଚରଣ ନାୟକଙ୍କ ସମେତ ଶତାଧିକ ସଦସ୍ୟା ଓ ସଦସ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri