ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ

ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍‌ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ ଓ ଇଂଲିଶ୍‌ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିବାରୁ ତାହାକୁ ତାମିଲନାଡ଼ୁର ଏଆଇଏଡିଏମ୍‌କେ ବିରୋଧ କରିଥିଲା। ଶେଷରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଏଥିସହିତ ସ୍ଥାନୀୟ ଭାଷାରେ ପୁନଃ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି।
ଜୁଲାଇ ୧୪ରେ ପୋଷ୍ଟମ୍ୟାନ୍‌ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ କେବଳ ହିନ୍ଦୀ ଓ ଇଂଲିଶ୍‌ ଭାଷାରେ ପ୍ରଶ୍ନପତ୍ର ପଡ଼ିଥିଲା। ଏହାକୁ ଏନ୍‌ଡିଏର ସହଯୋଗୀ ତଥା ତାମିଲନାଡୁର ଶାସକ ଏଆଇଏଡିଏମ୍‌କେ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ବିରୋଧ କରାଯାଇଥିଲା। ଏହାସହ ଡିଏମ୍‌କେ, ସିପିଆଇ ଏବଂ ସିପିଏମ୍‌ ସଦସ୍ୟମାନେ ବିକ୍ଷୋଭରେ ସାମିଲ ହେବା ପରେ ଉଚ୍ଚ ସଦନର ଗୃହକାର୍ଯ୍ୟକୁ ୩ ଥର ସ୍ଥଗିତ ରଖିବାକୁ ପଡ଼ିଥିଲା। ଅପରାହ୍ନ ୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ଏହି ମର୍ମରେ ଆଇନ ଓ ନ୍ୟାୟ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟ ସଭାରେ କହିଛନ୍ତି, ପୋଷ୍ଟମ୍ୟାନ୍‌ ନିଯୁକ୍ତି ପାଇଁ ଜୁଲାଇ ୧୪ରେ ହୋଇଥିବା ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ୨୦୧୯ ମେ ୧୦ରେ ପ୍ରକାଶିତ ବିଭାଗୀୟ ବିଜ୍ଞପ୍ତି ଅନୁସାରେ ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ଏବେ ତାମିଲ ସମେତ ସମସ୍ତ ଆଞ୍ଚଳିକ ଭାଷାରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ସମ୍ମାନ ସବୁ ଭାଷା ଉପରେ ରହିଛି। ପ୍ରତ୍ୟେକ ଭାଷାକୁ ପୂର୍ଣ୍ଣପ୍ରାଣରେ ସମ୍ମାନ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରବିଶଙ୍କର କହିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ବିକ୍ଷୋଭରତ ସଦସ୍ୟମାନେ ଶାନ୍ତ ପଡ଼ିଥିଲେ। ଏଆଇଏଡିଏମ୍‌କେର ଭି. ମୈତ୍ରେୟନ୍‌ ମନ୍ତ୍ରୀ ରବିଶଙ୍କରଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ। ଦଳର ଏ. ନବନୀତକ୍ରିଷ୍ଣନ୍‌ ମଧ୍ୟ ରବିଶଙ୍କର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ପୋଷ୍ଟମ୍ୟାନ୍‌ ପରୀକ୍ଷା ଭଳି ସମସ୍ତ ବିଭାଗର ପରୀକ୍ଷା ଆଞ୍ଚଳିକ ଭାଷାରେ କରାଇବା ପାଇଁ ସିପିଆଇ-ଏମ୍‌ର ଟି.କେ. ରଙ୍ଗରାଜନ୍‌ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା କହିଥିଲେ, ଏହି ବୃହତ୍‌ ପ୍ରସଙ୍ଗକୁ ନେଇ ଗମ୍ଭୀରତା ସହ ବିଚାର କରାଯାଇ ଆଗକୁ ଯେପରି ଏହାର ପୁନରାବୃତ୍ତି ନ ହେବ ତାହା ନିଶ୍ଚିତ କରାଯିବା ଉଚିତ। ସେଥିପାଇଁ ସରକାର ନିର୍ଦ୍ଦିଷ୍ଟ ଭାବେ ଗୃହକୁ ପ୍ରତିଶ୍ରୁତି ଦେଇପାରିବେ କି । କେନ୍ଦ୍ର ସରକାର, ସରକାରୀ ଉଦ୍ୟୋଗ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ କରାଯାଉଥିବା ସମସ୍ତ ପରୀକ୍ଷା ଏବଂ ସାକ୍ଷାତ୍‌କାର ଭବିଷ୍ୟତରେ ତିନି ଭାଷା ସୂତ୍ରରେ କରାଯିବ ବୋଲି ଗୃହ ଜରିଆରେ ସରକାର ନିଶ୍ଚିତ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତ୍ରିଭାଷା ସୂତ୍ର ଆରମ୍ଭ କରିଥିବା ଆନନ୍ଦ ଶର୍ମା ଗୃହରେ କହିଥିଲେ।
ଏଭଳି ଗମ୍ଭୀର ବିଷୟ ଉପରେ ରାଜ୍ୟ ସଭାରେ ଆଲୋଚନା ଚାଲିଥିବାବେଳେ ଓଡ଼ିଶାରୁ କୌଣସି ବିଜେଡି ସଦସ୍ୟ, ଏପରି କି ଭାଜପାର ଏକମାତ୍ର ସଦସ୍ୟ ଅଶ୍ୱିନୀ ବୈଷ୍ଣବ ପ୍ରତିବାଦର ସ୍ବର ଉଠାଇ ନ ଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri