ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା। ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ ଯାତ୍ରା କରିବାର ଥିଲା। ତେଣୁ ଏହା ଦେଖି ମାଲିକାଣୀ ରାଗି ଯାଇଥିଲେ। ତେବେ କିଛି ଦିନ ପରେ ବୁହାନ ସହରରେ କରୋନା ଭୁତାଣୁ ସଂକ୍ରମଣ ହେଉଥିବା ଖବର ମାଲିକାଣୀ ଜାଣିବାକୁ ପାଇଥିଲେ। ପରେ ମାଲିକାଣୀ ବିଶ୍ୱାସ କରିଥିଲେ ଯେ, ତାଙ୍କ ପୋଷା କୁକୁର କିମିକୁ ହୁଏତ ବିପଦର ପୂର୍ବାଭାସ ମିଳିଥିଲା ତେଣୁ ସେ ଏପରି କରି ମାଲିକାଣୀଙ୍କ ଜୀବନ ରକ୍ଷା କରିଥିଲା। ଏହା ଗୋଲଡେନ୍‌ ରିଟ୍ରିଭର ପ୍ରଜାତିର ଏକ ମାଈ କୁକୁର। ମାଲିକାଣୀ ତାଙ୍କ ଚିରା ପାସପୋର୍ଟ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ଏବେ ସେ ପୁଣି ସୋସିଆଲ୍‌ ମିଡ଼ିଆରେ କୁକୁର ଫଟୋ ଶେୟାର କରି ଲେଖିଛନ୍ତି ଯେ, କିମି ଯୋଗୁ ମୋ ଜୀବନ ବଞ୍ଚିଯାଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଏବେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ‘ଟେରିଫିକ୍‌’ ବୋଲି କହିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ‘ଟେରିଫିକ୍‌’ ବୋଲି କହିଛନ୍ତି। ଭାରତ ପକ୍ଷରୁ ଆମେରିକାକୁ ଆଣ୍ଟି ମ୍ୟାଲେରିଆ ଡ୍ରଗ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌...

ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସର ଏକ ଅସୁରକ୍ଷିତ ଘଟଣା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୧୧: ଚଳିତ ବର୍ଷ ନଭେମ୍ବର ୩ରେ ଆମେରିକାରେ ହୋଇଥିବା ନିର୍ବାଚନ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ମୁହଁ ଖୋଲିଛନ୍ତି। ଆମେରିକା ଇତିହାସରେ ଏହା ସବୁଠାରୁ...

ଜାଣନ୍ତି ମହିଳାଙ୍କ ଡ୍ରେସ୍‌ର ବଟନ୍‌ କାହିଁକି ବାମ ପଟରେ ଥାଏ

ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି କାହିଁକି ମହିଳାଙ୍କ ଡ୍ରେସ୍‌ର ବଟନ୍‌ ଡାହାଣ ପଟରେ ନ ଥାଇ ବାମ ପଟରେ ରହିଥାଏ? ଯଦି ଧ୍ୟାନ...

କରୋନା ରୋଗୀଙ୍କୁ ସୁସ୍ଥ କରିବ କଙ୍କଡ଼ା ରକ୍ତ: ୧ ଲିଟରର ଦାମ ୧୧ ଲକ୍ଷ!

ଓ୍ବାଶିଂଟନ,୧୦।୭: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତ ବିକାଶଶୀଳ ଦେଶ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମେ...

ଗୁଜବ ବନ୍ଦହେଲେ କରୋନା ହାରିବ

ଜାତିସଂଘ,୧୫ା୬: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ଘାତକ ଭୂତାଣୁ ସମ୍ପର୍କିତ ଗୁଜବ ସ୍ଥିତିକୁ ଆହୁରି ସଙ୍ଗିନ କରିବାରେ ଲାଗିଛି। ଏହାର ମୁକାବିଲା କରି...

ସହରୀ ଯୁବତୀଙ୍କ ଗାଁ ବୁଲା, ଗୋବର ଦେଖି କଲେ ଏମିତି…

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର ହୋଇଥାଏ ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ସେମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ...

୧୦ ହଜାର କଏଦୀଙ୍କ ଦଣ୍ଡ କୋହଳ କରିବ ଇରାନ

ତେହେରାନ,୧୯।୩: କରୋନା ଭାଇରସରେ ସର୍ବାଧିକ ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଇରାନର ସ୍ଥାନ ଆସୁଛି ତୃତୀୟରେ। ଏଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୭୩୬୧ ହୋଇଥିବା ବେଳେ ୧୧୩୩...

ବେଙ୍ଗର ଦାମ୍‌ ଦେଢ଼ ଲକ୍ଷ

ଦୁନିଆର ସବୁଠୁ ବିଷାକ୍ତ ବେଙ୍ଗ ବିଷୟରେ ଜାଣନ୍ତି କି? ଯଦି ନା ତେବେ ଏମିତି ଏକ ବେଙ୍ଗ ବିଷୟରେ କହିବୁ ଯେ କି ସବୁଠୁ ବିଷାକ୍ତ...

Advertisement


Archives

Model This Week