ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର ଲୋକେ ହଇରାଣ ହେଉଛନ୍ତି। ଟେଲାପାଲି ବଜାରକୁ ଆସି ଫିରିଙ୍ଗିଆ କିମ୍ବା ଫୁଲବାଣୀ ଯିବାକୁ ହେଲେ ନାଳ ପାର ହେବାକୁ ପଡୁଛି ା ମୁଖ୍ୟତଃ ଅଧିକ ସମସ୍ୟା ଭୋଗୁଛନ୍ତି ସ୍କୁଲ ପିଲାମାନେ ା ଏହି ଗ୍ରାମର ପିଲାମାନେ ଟେଲାପାଲି ସେବାଶ୍ରମକୁ ପ୍ରତିଦିନ ନଦୀ ପାର ହୋଇ ଆସୁଛନ୍ତି। ପୋଲ ନିର୍ମାଣ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ ା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ା
ଡିଣ୍ଡିରାଗାଁ ପଞ୍ଚାୟତର ଶିକୁଲିପଦର ଗ୍ରାମବାସୀ ବର୍ଷା ଦିନ ଆସିଲେ ଛାନିଆ ହୋଇପଡ଼ନ୍ତି। ଗ୍ରାମରେ ୧୫୦ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଲି ଚାଲି ୬ କିମି ପାହାଡ ଡେଇଁ ସେମାନଙ୍କୁ ଯିବାକୁ ପଡିଥାଏ ା ବିଲ ହିଡ ପାଦ ଚଲା ରାସ୍ତାକୁ ଯେଉଁ ନାଳ ସଂଯୋଗ କରୁଛି ସେଥିର ଥିବା ଶଂଖ(ପୋଲ) ଭାଂଗି ଯାଇଛି ା ଆଜି ପର୍ଯ୍ୟ‘ ନୂଆ ଶଂଖ ନିର୍ମାଣ ହେଉନାହିଁ ା ଏବେ ନାଳରେ ଅଧିକ ପାଣି ା ପିଲାମାନେ ବାଧ୍ୟ ହୋଇ ନାଳ ଭିତରେ ପସି ଟେଲାପାଲି ସ୍କୁଲକୁ ଯାଉଛ‘ି ା ସେହିପରି ଗ୍ରାମର ଲୋକେ ନାଳ ପାର ହୋଇ ଫିରିଂଗିଆ କିମ୍ବା ଫୁଲବାଣୀକୁ ଯାତାୟତ କରୁଛ‘ି ା ଏହି ଶଂଖ ପାଖରୁ ହିଁ ସବୁଦିନିଆ ରାସ୍ତା ଅନ୍ୟ ଆଡକୁ ଲମ୍ବିଛି ା ଗର୍ଭବତୀ ମହିଳାଙ୍କୁ ମେଡିକାଲ ଆଣିବାକୁ ହେଲେ ପ୍ରଥମେ ଭାରରେ ହିଡ ରାସ୍ତା ଦେଇ ନଦୀ ପାର ହେବାକୁ ପଡୁଛି ା ପ୍ରାୟ ୧୫ ବର୍ଷ ପୂର୍ବେ ପୋଲ ଭାଂଗି ଯାଇଛି ା ଆମେ ନାଳରେ ପସି ଯିବାକୁ ବାଧ୍ୟ ହେଉଛୁ ା ବର୍ଷା ଦିନରେ ପାହାଡ ଡେଇଁ ସରୁକୋଇ ଦେଇ ପଂଚାୟତ କାର୍ଯ୍ୟାଳୟ ସମେତ ବଜାରକୁ ଯାଇଥାଉ ା ଏହି ସମୟରେ କାହାର ଦେହ ଖରାପ ହେଲେ କଥା ସରିଲା ା କାନ୍ଧରେ ଭାର କରି ନେବାକୁ ପଡିଥାଏ ା ଯାହା ଅତ୍ୟ‘ କଷ୍ଟକର ା ତେଣୁ ସରକାର ଏବଂ ପ୍ରଶାସନ ସମସ୍ୟାର ସମାଧାନ କରିବା ନିହାତି ଦରକାର ବୋଲି ୱାର୍ଡମେମ୍ବର ପ୍ରଦୀପ ସାହାଣୀ, ବଡଣା କହଁର, ରୀନା କହଁର, ନଳିନୀ କହଁର, ସୁବାସିନୀ କହଁର, ଦିଲ୍ଲୀପ କହଁର, ପିତବାସ କହଁର ପ୍ରମୁଖ ପ୍ରକାଶ କରିଛ‘ି ା


Enter your email to get our daily news in your inbox.

All Right Reserved By Dharitri.Com

ଆମ ଜଙ୍ଗଲ ଯୋଜନାରେ ଦୁର୍ନୀତି: ନିଲମ୍ବିତ ହେଲେ ଫରେଷ୍ଟର

କୋକସରା,୮।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ...

ନିର୍ବାଚନ ଅଧିକାରୀ ଦେଇଥିବା ଭୋଟ ନାକଚ ଦାବି

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ପରାଜିତ ପ୍ରାର୍ଥିନୀ...

ଶ୍ରେଣୀ ଗୃହରେ ମୋବାଇଲ ଫୋନ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୧୩ା୬-ଖରା ଛୁଟି ପରେ ଆସନ୍ତା ୧୯ତାରିଖରେ ସ୍କୁଲ ଖୋଲିବ। ଏହା ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି...

ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୫।୭: ଗଞ୍ଜାମ ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର...

ହିତାଧିକାରୀଙ୍କ ସହ ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୩୧।୧(ସ୍ବ.ପ୍ର.): ନୀଳଗିରି ବ୍ଲକରେ ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରାଯାଇଛି।...

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ପଟ୍ଟାଙ୍ଗି,୮ା୧୧(ଡି.ଏନ.ଏ.):ଜାତୀୟ ରାଜପଥ ବିଭାଗର ଖାମଖିଆଲ ଯୋଗୁ ବିଭାଗର ରାଜପଥଗୁଡ଼ିକ ମରଣଯନ୍ତାରେ ପରିଣତ ହୋଇଛି। କୋରାପୁଟ ଜିଲା ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ସଦର ମହକୁମାଠାରୁ ଆରମ୍ଭ କରି...

ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ

ଛେଣ୍ଡିପଦା,୯ା୨(ସ୍ବ.ପ୍ର.):ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀଙ୍କୁ ଅପହରଣ କରାଯାଇଥିବା ନେଇ ମଙ୍ଗଳବାର ରାତି ୯ଟାରେ ତାଙ୍କ ପରିବାର...

ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବ ପ୍ରଶାସନ

ନୟାଗଡ଼ ଅଫିସ,୮ା୪: ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରଚେଷ୍ଟା କରାଯାଉଛି। ନୟାଗଡ଼ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏପ୍ରିଲ ୧୧ରେ...

Advertisement
Archives

Model This Week