ପୋଲିସ ମାଡ଼ ପ୍ରତିବାଦରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ରାଇରଙ୍ଗପୁର, ୧୦।୪(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳରେ ପୋଲିସ ସଫେଇ କର୍ମଚାରୀଙ୍କ ଜଣେ ସୁପରଭାଇଜରଙ୍କୁ ମାଡ଼ ମାରିବା ପ୍ରତିବାଦରେ ଗୁରୁବାର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସ୍ଥାନୀୟ ଉପ ଜିଲାପାଳ ଧର୍ମାନନ୍ଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଟାଉନଥାନା ଆଇଆଇସି ରେଣୁବାଳା ସାହୁ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁଯାୟୀ, ସୁପରଭାଇଜର ବିଶ୍ୱଜିତ ମହାନ୍ତି ବୁଧବାର ବାଇକ ଯୋଗେ ପୌର ପରିଷଦ ଅନ୍ତର୍ଗତ ପୁରଣାଘାଟି ଓ ଗଢ ବସ୍ତି ଅଞ୍ଚଳକୁ ସଫେଇ କାର୍ଯ୍ୟ ଦେଖାଶୁଣା କରିବା ପାଇଁ ଯାଉଥଲେ। ଏହି ସମୟରେ ଗଢ ଛକ ନିକଟରେ ଲକ ଡାଉନ ପାଇଁ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ସେ ନିଜ ପରିଚୟପତ୍ର ଦେଖାଇ ଥିଲେ ମଧ୍ୟ ପୋଲିସ କର୍ମଚାରୀମାନେ କିଛି ଶୁଣି ନ ଥିବା ସୁପରଭାଇଜର ମହାନ୍ତି ଅଭିଯୋଗ କରିଛନ୍ତି। ସଫେଇ କର୍ମଚାରୀମାନେ ପୌର ପରିଷଦର ନିର୍ବାହୀ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ରଙ୍କୁ ଏ ବିଷୟରେ ଜଣାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

ସମ୍ବଲପୁରୀ ଭାଷାକୁ ମାନ୍ୟତା ଦାବିରେ ଆମରଣ ଅନଶନକୁ ଓହ୍ଲାଇଲେ କୋଶଳ ସଂଗ୍ରାମୀ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଜି ସମ୍ବଲପୁରୀ ଦିନ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ ନାଚଗୀତ, ସଭା, ସମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri