ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଜିଲା ଗସ୍ତ: ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା ବୈଠକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତ କରିଛନ୍ତି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସେ ଯୋଗ ଦେଇଥିଲେ। ପରେ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅଭୟ ଖବରଦାତାମାନଙ୍କୁ ମାଓବାଦୀଙ୍କ ସମୀକ୍ଷା ତଥା ପୋଲିସ ବିଭାଗର ତପତ୍ରତା ସମ୍ପର୍କରେ ସୂଚନା ଦେଇଥିଲେ।
ଅବିଭକ୍ତ କଳାହାଣ୍ଡି ଜିଲାକୁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ପାହାଡ଼ ଘେରି ରହିଥିବାରୁ ମାଓବାଦୀଙ୍କ ପାଇଁ ଏହା ଭୂସ୍ବର୍ଗ ପାଲଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ, ଥୁଆମୂଳ ରାମପୁର ଓ ମଦନପୁର ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅନେକ ସମୟରେ ମାଓବାଦୀମାନେ ପୋଷ୍ଟର ମାରି, ଠିକା କ୍ୟାମ୍ପ କରି ଅତର୍କିତ ଆକ୍ରମଣ କରିବା ସହିତ ଅଗ୍ନି ସଂଯୋଗ କରି, ପୋଲିସ ଇନ୍‌ଫର୍ମର ସନ୍ଦେହରେ ସାଧାରଣ ଲୋକଙ୍କୁ ହତ୍ୟା ଧମକ ଦେଉଛନ୍ତି। ପ୍ରଜାକୋର୍ଟ ବସାଇ ହତ୍ୟାଭଳି ଜଘନ୍ୟକାଣ୍ଡ ଘଟାଇ ନିଜର ଉପସ୍ଥିତି ଜାହିର କରି ଆସୁଥିବା ଅଭୟ କହିଛନ୍ତି। ଏଭଳି ପରିସ୍ଥିତିରେ ଜିଲା ପୋଲିସ ମଧ୍ୟ ମାଓବାଦୀମାନଙ୍କୁ ଉପଯୁକ୍ତ ଜବାବ ଦେବାରେ ବ୍ୟାପକ ପ୍ରସ୍ତୁତ ହୋଇରହିଛି। ମାଓବାଦୀମାନଙ୍କ ଗତିବିଧି ଉପରେ ଜିଲା ପୋଲିସ ପ୍ରଶାସନର ତୀକ୍ଷ୍ଣ ନଜର ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ ଅଭୟଙ୍କ ସହିତ ଇଣ୍ଟେଲିଜେଣ୍ଟ ପର୍ସନାଲ ଡିଜି ସତ୍ୟଜିତ ମହାନ୍ତି, ଏଡିଜି ବିନୟତୋଷ ମିଶ୍ର, ଆଇଜିପି ଅପରେଶନ୍‌ ଅମିତାଭ୍‌ ଠାକୁର, ଡିଆଇଜି ଅନିରୁଦ୍ଧ କୁମାର, ଡିଆଇଜି କୋରାପୁଟ ସଫିନ୍‌ ଅହମ୍ମଦ, ରାୟଗଡ଼ା ଏସ୍‌ପି, କନ୍ଧମାଳ ଏସ୍‌ପି, କଳାହାଣ୍ଡି ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ ଡିପିରେ ଜିଲାପାଳଙ୍କ ଫଟୋ ରଖି ମାଗୁଛନ୍ତି ଟଙ୍କା

ଭଦ୍ରକ ଅଫିସ, ୨୯।୪: ଭଦ୍ରକ ଜିଲାପାଳଙ୍କ ଫଟୋକୁ କେହି ଜଣେ ବ୍ୟକ୍ତି ହ୍ବାଟ୍ସଆପ୍‌ ଡିପିରେ ରଖି ଟଙ୍କା ସାହାଯ୍ୟ ମାଗୁଛନ୍ତି। ଏହା ନଜରକୁ ଆସିବା ପରେ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୧୨।୭: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନିମାପଡ଼ା ସବ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ...

ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନରେ ଲାଗିଲା ଆଉ ୫ ବଗି

ଭୁବନେଶ୍ୱର, ୧୨ା୫(ବ୍ୟୁରୋ)- କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତ ଟ୍ରନ...

ଅଳାବାଙ୍କ କାଳୀ ପୂଜା ଆରମ୍ଭ

ଡେରାବିଶ, ୨୭।୧୦ (ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ ଅଳାବାଙ୍କ ଛକଠାରେ ଦୀପାବଳି ଅବସରରେ ରବିବାରଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ପୂଜାକୁ ସୁବ୍ୟବସ୍ଥିତ କରିବା ସକାଶେ...

ଗଜପତିରେ ଧାନମଣ୍ଡିର ଶୁଭାରମ୍ଭ କଲେ ଜିଲାପାଳ

ପାରଳାଖେମୁଣ୍ଡି,୩୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଚାଷୀଙ୍କୁ ନେଇ ଆୟୋଜିତ...

କଳା ଧୂଆଁରେ ଲୋକେ ଅତିଷ୍ଠ

ଧାମନଗର,୨୪।୫(ଡି.ଏନ.ଏ.) ଭଦ୍ରକ ଜିଲା ଧାମନଗର ବଜାର ଅଞ୍ଚଳରେ ଦିନକୁ ଦିନ କଳା ଧୂଆଁ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି। ଏଥିପ୍ରତି ପ୍ରଶାସନ କିମ୍ବା ପରିବେଶ ବିଭାଗ...

ଖେଳୁଥିବା ବେଳେ ୪ ଶିଶୁ ପୋଡ଼ିଯିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩ ଶିଶୁ

ହାତୀଓଟ,୨୩।୨(ଡି.ଏନ୍‌.ଏ.): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ରବିବାର ସକାଳେ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା...

କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌ ଦୁଇ ପାଠୁଆ ଝି’

ଲାଠୋର, ୨ା୩ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବୁରୋମାଲ ପଁଚେତ୍‌ ଅଧୀନ ଡଙ୍ଗାମରା ଗାଁର ବନ ଦୀପ। କୁଟୁମବସିଆ ସେ ଅନେକ ବଛର ହେଲା...

Advertisement
Archives

Model This Week