ପୋଲିସ କରୁଛି ପାତରଅନ୍ତର

ଅନୁଗୋଳ ଅଫିସ, ୧୦।୫ – ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳ ଜିଲାରେ କଟକଣାକୁ କୋହଳ କରାଯାଇଛି। ଦୋକାନ ବଜାର ଖୋଲିଥିବାରୁ ଗ୍ରାମାଞ୍ଚଳରୁ ଲୋକେ ବଜାରକୁ ଆସି ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି। ଏଥିପାଇଁ ଭିଡ଼ ବଢ଼ୁଥିବା ବେଳେ ଅନୁଗୋଳ ପୋଲିସ ନିୟମ ପାଳନ ଆଳରେ ବ୍ୟବସାୟୀଙ୍କ ସହ ପାତରଅନ୍ତର କରୁଥିବା ଅଭିଯୋଗ ହେଉଛି।
କେତେଜଣ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଅନୁଗୋଳ ସହରର ବହୁ ଦୋକାନୀ କଟକଣା ନ ମାନି ବ୍ୟବସାୟ କରୁଛନ୍ତି। ଏକାଧିକ ଲୋକଙ୍କୁ ଦୋକାନରେ ପାଖାପାଖି ବସାଇ କିଏ ବେପାର କରୁଛନ୍ତି ତ ଆଉ କିଏ ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ରଖିବାକୁ ନ କହି ସାମଗ୍ରୀ ପ୍ରଦାନ କରୁଛନ୍ତି। ଅନୁଗୋଳ ପୋଲିସ ସମ୍ମୁଖରେ ଏପରି ଘଟଣା ଘଟୁଥିଲେ ବି ଅନେକ ସମୟରେ ସେପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ମାତ୍ର ହାତଗଣତି କେତୋଟି ଦୋକାନ ସିଲ୍‌ କରାଯାଇଛି। କଟକଣା ଉଲ୍ଲଂଘନ କରୁଥିବା ବଡ଼ ବ୍ୟବସାୟୀଙ୍କୁ ପୋଲିସ ତାଗିଦ୍‌ କରି ଛାଡ଼ିଦେଉଥିବା ଦେଖାଯାଉଛି। ହେଲେ ଛୋଟ ଛୋଟ ବ୍ୟବସାୟୀଙ୍କ ଉପରେ ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ନେଉଛି। ଶନିବାର ସହରର କଲେଜ ଛକରେ ଥିବା ଜଣେ ବ୍ୟବସାୟୀ ବାହାରେ କିଛି ଚଟପଟା ଖାଦ୍ୟ ସାମଗ୍ରୀ ରଖିଥିବାବେଳେ ତାଙ୍କ ଦୋକାନକୁ ସିଲ୍‌ କରାଯାଇଥିଲା। ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଆଉ ଭୁଲ ହେବ ନାହିଁ ବୋଲି ବ୍ୟବସାୟୀ ଜଣକ ପୋଲିସକୁ ବିଶ୍ୱାସ ଦେଇଥିଲେ ମଧ୍ୟ ପୋଲିସ ଦୋକାନ ବନ୍ଦ କରି ଚାବି ନେଇ ପଳାଇ ଯାଇଥିଲା। ଛୋଟ ଦୋକାନୀଙ୍କ କ୍ଷେତ୍ରରେ ଏପରି କାର୍ଯ୍ୟାନୁଷ୍ଠନ ନେଉଥିବା ପୋଲିସ ସହରର ବଡ଼ ବଡ଼ ବ୍ୟବସାୟୀଙ୍କ କ୍ଷେତ୍ରରେ କାହିଁକି କୋହଳ ହେଉଛି ବୋଲି ସମ୍ପୃକ୍ତ ଦୋକାନୀମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ କଟକଣା ମାନୁ ନ ଥିବା ୫ଟି ଦୋକାନକୁ ଶନିବାର ଅନୁଗୋଳ ପୋଲିସ ସିଲ୍‌ କରିବା ସହ ବାଇକ୍‌ରେ ବୁଲୁଥିବା କେତେଜଣ ଅମାନିଆଙ୍କୁ ଥାନାକୁ ଉଠାଇ ନେଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri