ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍‌ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା ନ ଦେଇ ଫଳକ ନ ଲଗାଇ ଗାଡ଼ି ଉଠାଇ ନେଉଛି। କେତେଜଣ ଗାଡ଼ି ଚାଳକ ଓ ମାଲିକ ଏଭଳି ଅଭିଯୋଗ ଆଣି ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ହୋହଲ୍ଲା କରିଥିଲେ। ଭୁବନେଶ୍ୱରର ୬ ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ ଉପରେ କମିଶନରେଟ ପୋଲିସ କଟକଣା ଲଗାଇବା ସହ ମଙ୍ଗଳବାରଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦିନରେ ରାସ୍ତା ଉପରେ ପାର୍କିଂ କରିଥିବା ୪୧ ଗାଡ଼ି ଓ ବୁଧବାର ବିଭିନ୍ନ ହସ୍ପିଟାଲ ସମ୍ମୁଖ ରାସ୍ତା ସମେତ ଅନ୍ୟ କେତେକ ସ୍ଥାନରେ ବେଆଇନ ଭାବେ ରହିଥିବା ୩୭ ଗାଡ଼ିକୁ କ୍ରେନ୍‌ ଦ୍ୱାରା ଉଠାଇ ନେଇଛି ପୋଲିସ। ଗାଡ଼ି ଉଠାଯାଉଥିବାବେଳେ ବିଭିନ୍ନ ସ୍ଥାନରେ ପୋଲିସ ଓ ଲୋକେ ମୁହିଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ରାଜଭବନ ଛକରୁ କଳାରାହଙ୍ଗ ଛକ, ଏୟାରପୋର୍ଟ ଛକରୁ ନାଲ୍‌କୋ ଛକ, ଶିଶୁଭବନ ଛକରୁ ବାଣୀବିହାର ଛକ, ରସୁଲଗଡ଼ ଛକରୁ ଜୟଦେବ ବିହାର ଛକ, ଶ୍ରୀୟା ଛକରୁ ପିଏଚ୍‌ଡି କାର୍ଯ୍ୟାଳୟ ଏବଂ ବାପୁଜୀନଗର ରାସ୍ତାରେ ଟ୍ରାଫିକ କଟକଣାକୁ କଡ଼ାକଡ଼ି କରାଯାଇଛି। ଏସବୁ ରାସ୍ତାରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। କିନ୍ତୁ ଅନ୍ୟ ସ୍ଥାନରେ ବେଆଇନ ଗାଡ଼ି ପାର୍କିଂ କଲେ ଡବଲ ତଣ୍ଡ ଗଣିବାକୁ ପଡୁଛି। ବାଇକ ପାଇଁ ଜରିମାନା ୫ଶହ ଟଙ୍କା ଥିବାବେଳେ ଗାଡ଼ି ବୋହିନେବା ପାଇଁ କ୍ରେନ୍‌ ଭଡା ୩ଶହ ଟଙ୍କା ଦେବାକୁ ପଡିବ। ସେହିପରି ୪ ଚକିଆ ହେଉ ଅବା ୧୦ ଚକିଆ ବେଆଇନ୍‌ ପାର୍କିଂ କଲେ ଜରିମାନା ୫ଶହ ଟଙ୍କା ଓ କ୍ରେନ୍‌ ଭଡ଼ା ୭ଶହ ଟଙ୍କା ଗଣିବେ ମାଲିକ। ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି ଚାଳକ। ରାଜଧାନୀବାସୀ ନିୟମ ସମ୍ପର୍କରେ ଅଳ୍ପ ବହୁତ ଅବଗତ ଥିଲେ ମଧ୍ୟ ବାହାରୁ ଆସୁଥିବା ଲୋକେ ଜାଣି ନ ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମେଡିକାଲ ବାହାରେ ନୋ ପାର୍କିଂ ନୋଟିସ ବୋର୍ଡ ଲାଗି ନ ଥିବାବେଳେ କିପରି ଗାଡି ଉଠାଇ ନିଆଯିବ ବୋଲି ତମାଣ୍ଡୋ ଅଞ୍ଚଳରୁ ଆସିଥିବା ଆଶିଷ କୁମାର ଟ୍ରାଫିକ ପୋଲିସ ସହ ଯୁକ୍ତି ବାଢିଥିଲେ। ସେହିପରି କଟକ ବାଙ୍କୀ ଅଞ୍ଚଳର ପ୍ରଭାକର ନାୟକ କହିଛନ୍ତି, ଆପୋଲୋ ହସ୍ପିଟାଲ ପରିସରରେ ପାର୍କିଂ ସ୍ଥାନ ନ ଥିବାରୁ ବାହାରେ ଗାଡି ରଖି ହସ୍ପିଟାଲ ଯାଇଥିଲି। ସମ୍ପର୍କୀୟ ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଯୋଗାଡ କରିବା ପାଇଁ ବାହାରକୁ ଆସି ପୋଲିସ ଗାଡ଼ି ଉଠାଇ ନେଇଥିବା ଜାଣିବାକୁ ପାଇଥିଲି। ଆମେ ଗାଡି କେଉଁଠି ପାର୍କିଂ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏ ନେଇ ଡିସିପି ସାଗରିକା ନାଥ କହିଛନ୍ତି, କମିଶନରେଟ ପୋଲିସ ଅଧିକ ରାଜସ୍ବ ସଂଗ୍ରହ ଆଶାରେ ନିୟମ କଡାକଡି କରି ଜରିମାନା ଆଦାୟ କରୁନି। ଲୋକମାନେ ହଇରାଣ ହୁଅନୁ ବା ଅସୁବିଧାରେ ପଡନ୍ତୁ ଆମେ କଦାପି ଚାହୁଁନା। ଭୁବନେଶ୍ୱରରେ ୬ ରାସ୍ତାକୁ ପ୍ରଥମେ ନୋପାର୍କିଂ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ଉକ୍ତ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜିଛି। ଯେଉଁମାନେ ରାସ୍ତା ପାର୍ଶ୍ୱରେ ଥିବା ଧଳାଗାରକୁ ଚଢାଇ ଗାଡି ପାର୍କିଂ କରିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ତେଣୁ ବିଡିଏ ଓ ବିଏମସିର ବିଭିନ୍ନ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା ହୋଇଛି। ସେମାନେ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଯୋଗାଇଦେବାକୁ ଯୋଜନା ଆରମ୍ଭ କରିଛନ୍ତି। ତେଣୁ ସମେସ୍ତ ନିୟମକୁ ସମ୍ମାନ ଦେଇ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri