ପୋଲିସ ଇନ୍‌ଫର୍ମର ଦର୍ଶାଇ କଂଗ୍ରେସ କର୍ମୀଙ୍କୁ ହତ୍ୟା

ମାଲକାନଗିରି,୨୬ା୫(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ଭେରମଗଡ଼ ଥାନା ଅନ୍ତର୍ଗତ କେସତାପରା ଗ୍ରାମରେ ଶନିବାର ରାତିରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆସି ଜଣେ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମାଓବାଦୀମାନେ କଂଗ୍ରେସ କର୍ମୀଙ୍କ ଘରକୁ ଯାଇ ତାଙ୍କୁ ଜବରଦସ୍ତ ଟାଣି ଆଣି ସର୍ବସମ୍ମୁଖରେ ଓ ସ୍ତ୍ରୀଙ୍କ ଆଗରେ ପୋଲିସ ଇନ୍‌ଫର୍ମର ଦର୍ଶାଇ ଗଳାକାଟି ହତ୍ୟା କରି ଚାଲିଯାଇଥିଲେ। ଗଲାବେଳେ ମାଓବାଦୀମାନେ ଗ୍ରାମବାସୀଙ୍କୁ ଯିଏ ପୋଲିସ ପାଇଁ କାମ କରିବ ତାକୁ ଏପରି ସଜା ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ରବିବାର ସକାଳୁ ପୋଲିସ ଫୋର୍ସ ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଚଳାଇଥିବା ବିଜାପୁର ଏସ୍‌ପି ଗୋବର୍ଦ୍ଧନ ଠାକୁର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ: ଇଞ୍ଜିନ୍‌ରେ ଲାଗିଲା ନିଆଁ, ୩ କର୍ମଚାରୀ ମୃତ

ରାୟଗଡ଼ା ଅଫିସ/ଜୟପୁର,୨୫।୬(ନି.ପ୍ର.): ରାୟଗଡ଼ା ଜିଲା ସିଙ୍ଗାପୁର ରୋଡ୍‌-କେଉଟଗୁଡ଼ା ମଝିରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସମୟରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ ଲାଇନ୍‌ ମରାମତି...

ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା...

ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି। ଏଥିରେ ଜଣେ ମହିଳା...

କଲ୍ୟାଣସିଂହପୁର ଅଞ୍ଚଳରେ ମାଓବାଦୀ ବ୍ୟାନର

ରାୟଗଡା ଅଫିସ, ୨୩|୧: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ପୁଣି ମାତିଲେ ମାଓବାଦୀ। କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗାଁରେ ଏସ୍‌ଭିଏସ୍‌ଏମ୍‌ସି ଠିକା କମ୍ପାନୀର କ୍ୟାମ୍ପରେ ଥିବା ଟ୍ରକ୍‌...

ତାମିଲ୍‌ନାଡ଼ୁରେ ଫସିଛନ୍ତି କାଶିପୁରର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଟିକିରି,୨୯ା୩: ଲକ୍‌ଡାଉନ୍‌ ଯୋଗୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଡୁଡୁକାବାହାଲ ପଞ୍ଚାୟତ ଅଧୀନ କାଳିଆପଡ଼ା ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ସୂଚନା...

କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣପୁର,୨୪।୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା।...

ବିଜେଡି ନେତା ଯଯାତି ହତ୍ୟା ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ

ଗୁଣପୁର,୩୦ା୮(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ବିଜେଡି ନେତା ଯଯାତି କେଶରୀ ସାହୁଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସାକ୍ଷ୍ୟ ଓ ପ୍ରମାଣ...

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲାପାଳ

ରାୟଗଡ଼ା ଅଫିସ/ଗୁଡାରି (ଡି.ଏନ୍‌.ଏ.)୧୭।୪:  ରାୟଗଡ଼ା ଜିଲାପାଳ ସରୋଜ କୁମାର ମିଶ୍ର ଶନିବାର ଗୁଡାରି ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସେହିପରି...

Advertisement
Archives

Model This Week