Posted inଜାତୀୟ

ପୋଲିସଠାରୁ ବର୍ତ୍ତିବା ପାଇଁ ରାସ୍ତାରେ ୧.୫ କୋଟି ଟଙ୍କା ବିଛାଇଲେ ଚୋର

ଚେନ୍ନାଇ, ୨୯।୫: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋରର କାରନାମା ଦେଖିବାକୁ ମିଳିଛି। ପୋଲିସଠାରୁ ନିଜକୁ ବଞ୍ଚାଇବା ପାଇଁ ରାସ୍ତାରେ ୧.୫କୋଟି ଟଙ୍କା ପକାଇଦେଇଛନ୍ତି ଜଣେ ଚୋର। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ମଲ୍‌ର ମାଲିକଙ୍କ ଘରୁ ଟଙ୍କା ଚୋରି କରି ବାଇକ୍‌ରେ ନେଇ ଯାଉଥିଲେ ଜଣେ ଯୁବକ। ରାସ୍ତାରେ ପାଟ୍ରୋଲିଂ କରୁଥିବା ପୋଲିସ ଉକ୍ତ ଯୁବକଙ୍କୁ ଦେଖି ସନ୍ଦେହ ହେବାକୁ ତାଙ୍କ ପିଛା କରିଥିଲା। ଏହି ଭୟରେ ଯୁବକ ଜଣଙ୍କ ଚୋରି କରିଥିବା ବ୍ୟାଗ୍‌ରୁ ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ୍‌ ବିଡା ବାହାର କରି ରାସ୍ତାରେ ପକେଇ ପକେଇ ଆସିଥିଲେ। ଯୁବକଙ୍କ ଏଭଳି କାରନାମା ଦେଖି ଉଭୟ ପୋଲିସ ଏବଂ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏମିତି ଉପାୟ ଅବଲମ୍ବନ କରି ଚୋର ଜଣଙ୍କ ପୋଲିସକୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ପୋଲିସ ଏବେ ଉକ୍ତ ଚୋରର ସନ୍ଧାନରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫିଲ ଟାଓ୍ବରଠୁ ବଡ଼ ରେଲଓ୍ବେ ବ୍ରିଜର ମୁଖ୍ୟ ନିର୍ମାଣ କାର୍ଯ୍ୟ ଶେଷ

କୌରି, ୫ା୪- ଜମ୍ମୁ-କଶ୍ମୀରର ଚେନାବ ନଦୀ ଠାରୁ ୩୫୯ ମିଟର ଉଚ୍ଚରେ ରେଲ୍‌ଓ୍ବେ ବ୍ରିଜ ମଝିରେ ଥିବା ଗଳା ବାଟ (ଆର୍କ)ର ନିର୍ମାଣ କାର୍ଯ୍ୟ ସୋମବାର...

କର୍ନାଟକ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଭାଜପା ବିଧାୟକ

ବେଙ୍ଗାଲୁରୁ,୩୦।୭: କର୍ନାଟକର ଭାଜପା ବିଧାୟକ ବିଶ୍ୱେଶ୍ୱର ହେଗଡେ କାଗେରି ମଙ୍ଗଳବାର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସିରସି ଆସନର ବିଧାୟକ ହେଗଡେଙ୍କ...

ଘୂର୍ଣ୍ଣି ଝଡ଼ ତାଣ୍ଡବ: ୩ ରାଜ୍ୟରେ ୩୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୭।୪: ଦେଶର ବିଭିନ୍ନ ରାଜସ୍ଥାନ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। କେତେକ ଅଞ୍ଚଳରେ ପ୍ରବଳ...

ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ...

ଖବରଦାତାଙ୍କ ଟୁଇଟ୍‌ ହଟାଇବା ଦାବିରେ ଭାରତ ପ୍ରଥମ

ନୂଆଦିଲ୍ଲୀ,୩୦ା୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପୋଷ୍ଟ ହଟାଇବା ପାଇଁ ଦାବି କରିବାରେ ବିଶ୍ୱରେ ଭାରତ ସବୁଠୁ ଆଗରେ ରହିଛି। ସେହିପରି...

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ୨ ଦିନ ଭିତରେ ଲକ୍‌ଡାଉନ୍‌ ନିଷ୍ପତ୍ତି

ମୁମ୍ବାଇ,୧୧।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ସରକାର ରବିବାର ରାଜ୍ୟ କୋଭିଡ ଟାସ୍କ ଫୋର୍ସ ସହିତ ଏକ ଗୁରୁତ୍ୱପୂର୍ଣ୍ଣ...

ତେଲେଙ୍ଗାନାରେ ସିବିଆଇକୁ ପ୍ରବେଶ ମନା…

ନୂଆଦିଲ୍ଲୀ,୩୦।୧୦ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ପାଇଁ ତେଲେଙ୍ଗାନା ସରକାର ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏବେ ସିବିଆଇ ରାଜ୍ୟର କୌଣସି ଘଟଣାର ତଦନ୍ତ...

ବିହାର ନିର୍ବାଚନ: ୩ ଯୁବ ଚେହେରା ନେଇ ଚର୍ଚ୍ଚା…

ପାଟନା, ୫।୧୦: ବିହାର ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଭାଜପା, ଆର୍‌ଜେଡ଼ି...

Advertisement
Archives

Model This Week