ପୋଲିସଙ୍କୁ ମାଗଣାରେ ଚା, ବିସ୍କୁଟ୍‌ ବାଣ୍ଟିଲେ ଧୀରେନ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣରୁ ରୋକିବା ଲାଗି ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବାକୁ ନିବେଦନ କରାଯାଇଥିବାବେଳେ ପୋଲିସ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତାମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ଯଦ୍ୱାରା ପୋଲିସ ଓ ଖବରଦାତାମାନେ ଦିନତମାମ ଖରାରେ ଛିଡ଼ା ହୋଇ ଲୋକଙ୍କୁ ବାହାରକୁ ନ ଯିବାକୁ ସତର୍କ କରାଇବା ସହ ନିଜ କର୍ତ୍ତବ୍ୟ ତୁଲାଉଛନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ମନକୁ ସ୍ଥିର ରଖିବା ପାଇଁ ଭୁବନେଶ୍ୱରର ଜଣେ ଚା’ ଦୋକାନୀ ମହାନତା ଦେଖାଇଛନ୍ତି। ସେ ଭୁବନେଶ୍ୱରର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀମାନଙ୍କୁ ମାଗଣାରେ ଚା’ ଓ ବିସ୍କୁଟ ଦେଉଥିବାର ଦେଖିବାକୁ ମିଳିଛିି। ସେ ହେଉଛନ୍ତି ମାଷ୍ଟରକ୍ୟାଣ୍ଟିନରେ ଚା’ ଦୋକାନ କରିଥିତ୍ବା ଧୀରେନ ବାରିକ। ତେବେ ଲକଡାଉନ ଯୋଗୁ ତାଙ୍କ ଦୋକାନ ଏବେ ବନ୍ଦ ରହିଛି। ତେଣୁ ସେ ଘରେ ଚା’ ପ୍ରସ୍ତୁତ କରିବା ପରେ ବାଇକ୍‌ରେ ବୁଲି ପୋଲିସ କର୍ମଚାରୀମାନଙ୍କୁ ଚା’ ଏବଂ ବିସ୍କୁଟ ଦେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧି ସେ ଚା’ ଦେବାକୁ ଯାଉଛନ୍ତି। ଏଥିପାଇଁ ପୋଲିସ କର୍ମଚାରୀମାନେ ପଇସା ଦେଲେ ମଧ୍ୟ ସେ ନେଉ ନାହାନ୍ତି। ଏ ନେଇ ଧୀରେନ କୁହନ୍ତି, ଲକଡାଉନ ଯୋଗୁ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ କାର୍ଯ୍ୟ କରୁଥିବା ପୋଲିସ ଓ ମିଡିଆ ଭାଇମାନେ ବହୁତ ହଇରାଣ ହେଉଛନ୍ତି। ତେଣୁ ମୁଁ ଚିନ୍ତା କଲି ତାଙ୍କ ପାଖରେ ଚା’ ପହଞ୍ଚାଇଲେ ସେମାନେ ଆଉ କିଛି ସମୟ ଭଲରେ ଡିୟୁଟି କରିପାରିବେ ଏବଂ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇପାରିବେ। ସେହିପରି ଜଣେ ପୋଲିସ କର୍ମଚାରୀ କହିଛନ୍ତି, ଏଭଳି ସମୟରେ ଧୀରେନ ଆମ ପାଖରେ ଚା’ ଟିକେ ପହଞ୍ଚାଉଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନରେ ନିଆଁ

ଭୁବନେଶ୍ୱର,୯।୬(ବ୍ୟୁରୋ): ପିଛା ଛାଡୁନି ଟ୍ରେନ ଦୁର୍ଘଟଣା। ଛତିଶଗଡ ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ଯାଇଥିବା ଘଟଣା ସାମ୍ନାକୁ ଆସିଛି।...

ବାର୍ଡ ଫ୍ଲୁ: ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର,୮।୧(ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ୧୨୦ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। କୁକୁଡ଼ାଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ...

ରାସ୍ତା ଜାମ୍‌ ଯୋଗୁ ଭିଡରେ ଫସିଲା ଆମ୍ବୁଲାନ୍ସ: ୫ ବର୍ଷର ଶିଶୁପୁତ୍ର ମୃତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଟ୍ରାଫିକ୍‌ ଜାମ୍‌ ପାଇଁ ଜଣେ ଶିଶୁପୁତ୍ରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ରାଜଭବନ ଛକରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଶିଶୁପୁତ୍ର...

ମୋ ବସ୍‌ ସେବା ପାଇଁ କୃଷିମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର,୨୮।୯(ବ୍ୟୁରୋ): ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ କଟକକୁ ଯିବା ଆସିବା କରିବା ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ବସ୍‌ ସେବାରେ ଅଭାବ...

ନୌ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): କେରଳ ଭଳି ଓଡ଼ିଶାକୁ ଦେଶର ପ୍ରମୁଖ ନୌ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ହେବ। ଏସିଆର ସର୍ବବୃହତ୍‌...

ଯୁକ୍ତ ୨ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର,୨୭ା୮(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ ପାଠ୍ୟକ୍ରମ (ସିଲାବସ୍‌)ରେ ୩୦...

ନିୟମ ପାଳନ କରନ୍ତୁ , ନ ହେଲେ ଆସିପାରେ ତୃତୀୟ ଲହର

ଭୁବନେଶ୍ୱର,୨।୭: ରାଜ୍ୟରେ କରୋନା ଟ୍ରେଣ୍ଡ ୩ ହଜାର ଥିବା ବେଳେ ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ସଂକ୍ରମଣ ଆହୁରି କମିବ । ଶୁକ୍ରବାର ଏନେଇ...

ରାଜଧାନୀରେ ଡ୍ରୋନ ଯୋଗେ ପରୀକ୍ଷାମୂଳକ ଭାବେ ବିଶୋଧନ ଆରମ୍ଭ

ଭୁବନେଶ୍ୱର, ୧୪।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଡ୍ରୋନ୍‌ ଯୋଗେ ବିଶୋଧନ କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ମହାନଗର...

Advertisement
Archives

Model This Week