ପୋଲିସକୁ ୫୦ହଜାର ଟଙ୍କା ଦାନ କଲେ ୩ବର୍ଷର ବାଳକ

ମୁମ୍ବାଇ,୧୩।୫: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାରଙ୍କୁ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଇତିମଧ୍ୟରେ ଜଣେ ୩ ବର୍ଷର ବାଳକ ନିଜେ ଆୟ କରିଥିବା ୫୦ହଜାର ଟଙ୍କାକୁ ମୁମ୍ବାଇ ପୋଲିସକୁ ଦାନ କରିଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେବାଳକ ଜଣଙ୍କ ସୋସିଆଲ ମିଡିଆରେ ସେନ୍‌ସେଶନ୍‌ ପାଲଟିଛନ୍ତି। ସୂଚନାଯୋଗ୍ୟ, କବିର ନାମକ ଜଣେ ୩ ବର୍ଷର ବାଳକ କପ୍‌ କେକ୍‌ ତିଆରି କରି ୫୦ ହଜାର ଟଙ୍କା ଆୟ କରିଥିଲେ। କରୋନା ସହାୟତା ପାଇଁ କବିର ମା’ ବାପାଙ୍କ ସହ ମଙ୍ଗଳବାର ମୁମ୍ବାଇ ପୋଲିସ ମୁଖ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ସେ ପୋଲିସ କମିଶନରଙ୍କୁ ଏହି ରାଶି ପ୍ରଦାନ କରିଥିଲେ। ଏନେଇ ମୁମ୍ବାଇ ପୋଲିସ ଟୁଇଟ କରି ସୂଚନା ଦେବା ସହ କବିରଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି। ତେବେ ମୁମ୍ବାଇ ପୋଲିସର ଏହି ଟୁଇଟକୁ ଏପର୍ଯ୍ୟନ୍ତ ୪ଶହରୁ ଊର୍ଦ୍ଧ୍ୱ ୟୁଜର୍ସ ଲାଇକ୍ସ କରିବା ସହ କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ମନ୍ଦିର: ଶୁଭ କାର୍ଯ୍ୟରେ ଗଣେଶଙ୍କୁ ଚିଠି ଦେଇ ଲୋକେ କରନ୍ତି ନିମନ୍ତ୍ରଣ…

ଯୋଧପୁର: ଭାରତର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ରୋଚକ ତଥ୍ୟ ଦେଖିବାକୁ ମିଳିଥାଏ। ରାଜସ୍ଥାନ ରନ୍ଥଭୋରରେ ରହିଛି ପ୍ରଭୁ ଶ୍ରୀଗଣେଶଙ୍କ ମନ୍ଦିର। ମନ୍ଦିରରେ...

ରେସଲରଙ୍କ ସହ ବୁଧବାର ହୋଇଥିବା ଘଟଣାକୁ ନେଇ ଭାଜପା ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୫: ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କ ସହ ବୁଧବାର ପୋଲିସର ଧକ୍କା ମରାକୁ ନେଇ ରାହୁଲ ଗାନ୍ଧୀ ଭାରତୀୟ ଜନତା...

ଘରକୁ ଫେରିବେ ଫସି ରହିଥିବା ଓଡ଼ିଆ: କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର, ୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁୟୁରପ୍ପା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗମୋହନ ରେଡ୍ଡିୀଙ୍କ ସହ...

ମୁମ୍ବାଇରେ ଦେଶର ପ୍ରଥମ ଏକ୍ସଇ ଭାରିଆଣ୍ଟ ମାମଲା

ନୂଆଦିଲ୍ଲୀ,୮।୪: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏକ୍ସଇ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା...

ଅନ୍ତର୍ଜାତୀୟ ମହିଳା ଦିବସ

ମଣିଷ ଜାତିର ଅନ୍ୟତମ ପ୍ରମୁଖ ଅଙ୍ଗ ମହିଳା। ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଆଜି ସାମାଜିକ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ବା ଆହ୍ବାନ ସୃଷ୍ଟି...

ବାରମୂଳାରେ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ: ୩ ଲଶ୍କର ସହଯୋଗୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୧୧।୯ : ଜମ୍ମୁ-କଶ୍ମୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବାରମୁଳା ପୋଲିସ ଏକ ବଡ ଆତଙ୍କବାଦୀ ନିଯୁକ୍ତି ମଡ୍ୟୁଲର ପର୍ଦ୍ଦାଫାଶ କରିଛି। ଏହା ସହିତ...

୭୫,୦୦୦ ହିତାଧିକାରୀଙ୍କୁ ଘର ଚାବି ଦେଲେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥଳେ ମିଶନ-୨୦୨୨ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୭୫ ଜିଲାର ୭୫,୦୦୦ହିତାଧିକାରୀଙ୍କୁ ସେମାନଙ୍କ...

ନିଷାଦ ପାର୍ଟି ୧୫ ଆସନରେ ଲଢ଼ିବ ବିଧାନସଭା ନିର୍ବାଚନ…

ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶରେ ଭାଜପା ମେଣ୍ଟରେ ନିଷାଦ ପାର୍ଟି ୧୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏନେଇ ପାର୍ଟି ଅଧ୍ୟକ୍ଷ ସଞ୍ଜୟ...

Advertisement
Archives

Model This Week