ପୋଲରେ ପିଟିହେଲା କାର୍‌: ୨ ମୃତ

 

ଦେବଗଡ଼, ୮।୨(ଡି.ଏନ.ଏ)- ଗୁରୁବାର ରାତିରେ ଦେବଗଡ ଥାନା ଅଧୀନ ଆମ୍ବପାଳ ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଏକ କାର ଦୁର୍ଘଟଣାଗସ୍ତ ହେବାରୁ ୨ଯୁବକଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ା
ଖବର ମୁତାବକ ରାତି ପ୍ରାୟ ୧୧ଟା ୩୦ରେ ଦେବଗଡ଼ ଥାନା ଅଧୀନ ବୁଢିବିଲ ଗ୍ରାମର ସଞ୍ଜୟ ନାୟକ(୨୨) ଓ ନିକ୍ତିମାଳ ଗ୍ରାମର ଦେବାନନ୍ଦ ବେହେରା(୧୯) ଏକ କାରରେ ସିଆରମାଳିଆ ଗ୍ରାମପଟୁ ବୁଢିବିଲ ଗ୍ରାମକୁ ଆସୁଥିଲେ। ଆମ୍ବପାଳ ଗ୍ରାମ ନିକଟରେ ଚାଳକ ସଞ୍ଜୟ କୌଣସି କାରଣରୁ ଭାରସାମ୍ୟ ହରାଇବାରୁ କାର ରାଜପଥର ଏକ ପୋଲରେ ପିଟିହେବା ପରେ ରାସ୍ତାତଳକୁ ଖସି ପଡିଥିଲା। ଫଳରେ ଚାଳକ ସଞ୍ଜୟ ଏବଂ କାରରେ ବସିଥିବା ଦେବାନନ୍ଦ ଗୁରୁତର ଆହତ ହୋଇଥିଲେ ା ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କାର ଭିତରୁ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ା ମାତ୍ର ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ା ସେହିପରି ଚାଳକ ସଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି ା ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ସମ୍ପର୍କରେ କଳଙ୍କ, ଝିଆରୀଙ୍କୁ ବଳାତ୍କାର କରି କାକା ଗିରଫ

ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଝିଆରୀକୁ ବଳାତ୍କାର ଅଭିଯୋଗରେ କାକା ଗିରଫ । ଏଭଳି ଏକ ଅଭାବନୀୟ ତଥା କୁତ୍ସିତ ଘଟଣା ଘଟିଛି ଦେବଗଡ ଜିଲାର ବାରକୋଟ ଥାନା…

ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଶିଷ୍ଟ ମଞ୍ଚ କଳାକାର ତଥା ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ )ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

କଣ୍ଠଶିଳ୍ପୀ ନେତ୍ରାନନ୍ଦ ମହାକୁର ସମ୍ମାନିତ, ହଜି ଯାଇଥିବା ଗୀତକୁ…

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ହଜି ଯାଇଥିବା ପଲ୍ଲୀ ସଙ୍ଗୀତ କିଛି ନୂତନ ଗୀତ ଓ ପୁରାତନ ଓଡ଼ିଆ ହିନ୍ଦୀ ଗୀତର ମନୋଜ୍ଞ ସଙ୍ଗୀତ ସା ପଲ୍ଲୀ ସଙ୍ଗୀତ…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri