ପୋଲ,ଗାଡୱାଲ କାମକୁ  ଗ୍ରାମବାସୀଙ୍କ ବିରୋଧ

ଜୁନାଗଡ଼,୩୦।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଲିଗୁଡା ପଞ୍ଚାୟତ ବୋଦେଲ ଗ୍ରାମରେ ନିର୍ମାଣଧୀନ ପୋଲ, ଗାଡ଼ୱାଲ ନିର୍ମାଣ କାମ ନିମ୍ନମାନରେ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୋଦେଲ-ବଣିଜରାକୁ ସଂଯୋଗ କରିବା ପାଇଁ ନିକଟସ୍ଥ ନାଳ(ସର) ଉପରେ ଜୁନାଗଡ଼ ଗ୍ରାମ୍ୟଉନ୍ନୟନ ବିଭାଗ ଉପବିଭାଜନ ଜରିଆରେ ପୋଲ,ରାସ୍ତା ଓ ଗାଡୱାଲ ନିର୍ମାଣ କରାଯାଉଛି। ଏଥିପାଇଁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି। ଟେଣ୍ଡର ପାଇଥିବା ଠିକାଦାର ଆଉ ଜଣେ ଠିକାଦାରଙ୍କୁ ସେହି କାମ ଦେଇଛନ୍ତି। ପୋଲ ନିର୍ମାଣ ପାଇଁ ବେଡ କଂକ୍ରିଟରେ ଠିକ ଭାବେ ମେଟାଲ, ସିମେଣ୍ଟ ଓ ବାଲି ମିଶ୍ରଣ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗାଡ଼ୱାଲ କାମ ମଧ୍ୟ ନିମ୍ନମାନର ହୋଇଛି। ଫଳରେ ଗାଡୱାଲର ତଳ ଭାଗରେ ଥିବା ସିମେଣ୍ଟ ଧସି ପଡିଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ପୋଲ ଓ ଗାଡୱାଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାମ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନ ଥିବାରୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ଯେ କୌଣସି ସରକାରୀ ଉନ୍ନୟନ କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଯିବାର ନିୟମ ଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଏ ନେଇ ବିଭାଗୀୟ ଯନ୍ତ୍ରୀ ଭଗବାନ ଗୌଡଙ୍କୁ ପଚାରିବାରୁ ଖାଲି ଗାଡୱାଲ କାମ ଖରାପ ହୋଇଛି ବୋଲି ଶୁଣୁଛି। ଯଦି ଖରାପ ହୋଇଛି ତାକୁ ଭଙ୍ଗାଯାଇ ନୂତନ କରାଯିବ । ସୂଚନାଫଳକ ଠିକାଦାର ତିଆରି କରିଛନ୍ତି, କିନ୍ତୁ ଲଗେଇ ନାହାନ୍ତି। ଆଜି ଲଗାଯିବ ବୋଲି ସେ କହିଥିଲେ। ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କାଳିପଦ ମହାକୁଡଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ଅଭିଯୋଗର ତଦନ୍ତ ହେ।ଯଦି ଅଭିଯୋଗ ସତ ହୋଇଥାଏ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପୁରସ୍କାର ଦ୍ୱାରା ସାମାଜିକ ଦାୟିତ୍ୱବୋଧ ବଢ଼େ’

ନିମାପଡ଼ା,୬ା୯(ଡି.ଏନ୍‌.ଏ.):ଚଳିତବର୍ଷ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ପୁରୀ ଜିଲା ନିମାପଡ଼ା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁଷପାଟଣା...

ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଫାଇଭ୍‌ ଟି, ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱାରୋପ

ଜଗତ୍‌ସିଂହପୁର ଅଫିସ,୮।୯: ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ରବିବାର ବୈଠକ ସ୍ଥାନୀୟ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କ...

ଖମାରସାହି ସମବାୟ ସମିତିରେ ଧାନକିଣା ଦୁର୍ନୀତି: ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ

ନୟାଗଡ ଅଫିସ,୨୦।୨: ନୟାଗଡ ଜିଲାପାଳ ନୟାଗଡ଼ ବ୍ଲକ ଖମାରସାହି ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ଗୁରୁବାର ନିଲମ୍ବନ କରିଛନ୍ତି। ସେହିଭଳି ଡାଟା ଏଣ୍ଟ୍ରି ଅପରେଟର...

ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାର ଶତାଧିକ ପରିବାର ସ୍ଥାୟୀ ବାସିନ୍ଦା...

ସରୁନି ସାବେରି ବ୍ରିଜ୍‌ ନିର୍ମାଣ

ଏମ୍‌ଭି-୭୯,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରେ ସାବେରୀ ନଦୀ ଉପରେ ଚାଲିଥିବା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସରୁନାହିଁ। ନଦୀର ଉପର ମୁଣ୍ଡରେ ଚାଲିଥିବା ଏହି ବ୍ରିଜ୍‌ ନିର୍ମାଣକୁ...

ଖଣି ପାଇଁ ଗାଁ ଛାଡ଼ିଦେଲେ

ତାଳଚେର,୨୯ା୭ (ନି.ପ୍ର.)  କୋଇଲା ଖଣି ପାଇଁ ଜମି ଅଧିଗ୍ରହଣକୁ ନେଇ ଅନୁଗୋଳ ଜିଲା ତାଳଚେରଠାରେ ମହାନଦୀ କୋଲ୍‌ ଫିଲ୍‌ଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ...

ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୁଷୋତ୍ତମପୁର,୨୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଦିଲ୍ଲୀପ...

୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ,୨୮।୧୨: ଜାନୁୟାରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମୀ,...

Advertisement
Archives

Model This Week