Posted inଫୁରସତ

ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ: କ’ଣ ଦେଖିବେ, କେବେ ଓ କେମିତି ଯିବେ

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଉକ୍ତ ଅଭୟାରଣ୍ୟରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ସମ୍ପୂର୍ଣ୍ଣ ୩୮.୮ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳର କିଛି ଅଂଶ ଅର୍ଥାତ୍‌ ମାତ୍ର ୧୬ ବର୍ଗ କି.ମି. ପରିଧି ଭିତରେ ହିଁ ଏହି ଗଣ୍ଡାମାନେ ଦେଖାଯାଇଥାନ୍ତି। ତେବେ ତଥ୍ୟ ଅନୁଯାୟୀ, ପୋବିଟୋରାକୁ ୧୯୭୧ ମସିହାରେ ପ୍ରଥମେ ଏକ ସଂରକ୍ଷଣ କ୍ଷେତ୍ର ଭାବେ ଘୋଷଣା କରାଯାଇଥିବାବେଳେ ୧୯୮୭ରେ ଏହାକୁ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଥିଲା।


କ’ଣ ଦେଖିବେ
ପୋବିଟୋରା ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ହେଁ, ଏଠାରେ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଦେଖିହୁଏ। ଯେମିତିକି ଚିତାବାଘ, ଜଙ୍ଗଲୀ ଘୁଷୁରି, ବୋବାଉଥିବା ହରିଣ, ଜଙ୍ଗଲୀ ମଇଁଷୀ, ହାତୀ ଇତ୍ୟାଦି। ତା’ଛଡ଼ା ପ୍ରାୟ ୩୭୫ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଆବାସସ୍ଥଳୀ କହିଲେ ମଧ୍ୟ ଭୁଲ୍‌ ହେବନାହିଁ। ଏପରି କି ଶୀତଦିନେ ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ୱ ଭ୍ରମଣକାରୀ ପକ୍ଷୀ ମଧ୍ୟ ଏଠାକୁ ଉଡି ଆସିଥାନ୍ତି, ଯାହା ହେଉଛି ଏଠାକାର ଏକ ନିଆରା ଆକର୍ଷଣ। ସେହିପରି ଏହି ଅଭୟାରଣ୍ୟ ଭିତରେ ବିଭିନ୍ନ ପ୍ରଜାତିର ସରୀସୃପଙ୍କୁ ଦେଖିବା ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରି ବି ତିଆରି କରାଯାଇଛି।


କେବେ ଓ କେମିତି ଯିବେ
ଗୁଆହାଟିର ପୂର୍ବ ଦିଗରୁ ପୋବିଟୋରା ଅଭୟାରଣ୍ୟଟି ପ୍ରାୟ ୩୦ କି.ମି. ଦୂରରେ ଅବସ୍ଥିତ। ତେଣୁ ଗୁଆହାଟିରୁ ସଡ଼କପଥରେ ପ୍ରାୟ ୧ ଘଣ୍ଟାର ରାସ୍ତା ଅତିକ୍ରମ କରି ଗଲେ ପଡେ ଏହି ଅଭୟାରଣ୍ୟଟି। ତା’ଛଡ଼ା ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ମଧ୍ୟ ରହିଛି। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅକ୍ଟୋବରରୁ ମେ’ ହେଉଛି ଏଠାକୁ ଯିବା ପାଇଁ ଉପଯୁକ୍ତ ସମୟ। କାରଣ ଏହାପରେ ବର୍ଷାଦିନ ଆସିଯାଏ। ବର୍ଷାରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାରେ ସମସ୍ୟା ଉପୁଜିଥାଏ।


ହାତୀ ପିଠିରେ ବସି ବୁଲିବେ
ପୋବିଟୋରାରେ ଥିବା ହାତୀମାନଙ୍କ ପିଠିରେ ବସି ଅଭୟାରଣ୍ୟ ଭିତରେ ବୁଲିବାର ମଜା ହିଁ କିଛି ନିଆରା। ଏଥିପାଇଁ କିଛି ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ବି ଏଠାକାର ପରିବେଶକୁ ବେଶ୍‌ ମନୋରମ କରିଥାଏ। ତେଣୁ ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏଭଳି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ପ୍ରାୟତଃ ପର୍ଯ୍ୟଟକଙ୍କର ଗହଳି ଏଠାରେ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ଭୟ ନ କରି କଲେ ବିବାହ: ବାଣ୍ଟିଲେ ସଚେତନତାର ବାର୍ତ୍ତା

ମୁମ୍ବାଇ,୧୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଥିବା ବେଳେ ବିଶ୍ୱ ଏକ ପ୍ରକାର ଅଚଳ ହୋଇଗଲାଣି କହିଲେ ଚଳେ। କରୋନାର...

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି...

ବର ୭୦କୁ କନ୍ୟା ୬୦, ଡାକ୍ତରଖାନାରେ ସାକ୍ଷାତ ଘରେ ହେଲା ବିବାହ

ପ୍ରେମ କେତେବେଳେ କେଉଁଠି କାହା ସହ ହେବ କହି ହୁଏ ନାହିଁ। ପ୍ରେମରେ ବୟସ ମଧ୍ୟ ଖୋଜାପଡ଼େନି। ପରିଣତ ବୟସରେ ବି ପ୍ରେମ ହେଉଥିବା ଅନେକ...

ପ୍ରଜାପତି: କିଛି ଜାଣିବା କଥା

ପୃଥିବୀ ପୃଷ୍ଠରେ ପ୍ରାୟ ୨୮,୦୦୦ ପ୍ରକାରର ପ୍ରଜାପତି ଦେଖାଯାଇଥାନ୍ତି। ପ୍ରତି ପ୍ରଜାପତିଙ୍କର ଆକାର ଭିନ୍ନ ଭିନ୍ନ ହୋଇଥାଏ। ପୁରୁଷ ପ୍ରଜାପତିଙ୍କ ତୁଳନାରେ ସ୍ତ୍ରୀ ପ୍ରଜାପତିମାନେ ଦେଖିବାକୁ...

ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ...

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌...

ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍‌ ଘରେ ପାଠ ପଢ଼ିଲେ ପିଲା

ବ୍ୟାଙ୍କକ୍‌, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ...

ଆଜି ହଗ୍‌ ଡେ’: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ହୃଦୟ ଖୋଲା କଥା

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

Advertisement
Archives

Model This Week