ପୋଖରୀରେ ବୁଡ଼ି ହାତୀ ଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ, କୁଆଁରମୁଣ୍ଡା ରେଞ୍ଜର-ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସୁନ୍ଦରଗଡ଼/କୁଆଁରମୁଣ୍ଡା,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳ ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଛୁଆ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ବଲଣ୍ଡା ଫରେଷ୍ଟ ଗାର୍ଡ ସଂଘମିତ୍ରା ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିଭଳି କୁଆଁରମୁଣ୍ଡା ଭାରପ୍ରାପ୍ତ ରେଞ୍ଜର ମନୋଜ ଟିଗ୍‌ଗା ଓ କଲୁଙ୍ଗା ଫରେଷ୍ଟର ବିନିତା ବାରୁଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏନେଇ ରାଉରକେଲା ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ଶନିବାର ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗୁରୁବାର ରାତିରେ ରତୁକପେଡ଼ି ସଂରକ୍ଷିତ ଜଙ୍ଗଲର ସାନଡୋଲାକୁଦରେ ଥିବା ବନ ବିଭାଗ ନର୍ସରୀ ନିକଟସ୍ଥ ପୋଖରୀକୁ ଏକ ୭ଜଣିଆ ହାତିପଲ ପାଣି ପିଇବା ଲାଗି ଯାଇଥିଲେ। ହେଲେ କୌଣସି କାରଣରୁ ଉକ୍ତ ପଲରେ ଥିବା ହାତୀଛୁଆଟି ପୋଖରୀରୁ ବାହାରି ପାରି ନ ଥିଲା। ଏହା ଜାଣି ପାରି କୁଆଁରମୁଣ୍ଡା ବନ ରେଞ୍ଜ ହାତୀ ଘଉଡ଼ାଳିମାନେ ସେଠାରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ। ହେଲେ ହାତୀଛୁଆଟି ବୁଡ଼ି ଯାଇଥିବା ନେଇ ରାତିରେ ଜଣାପଡ଼ି ନ ଥିଳା। ଶୁକ୍ରବାର ଅପରାହ୍ନରେ ତାର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କୁଆଁରମୁଣ୍ଡା ବନ ରେଞ୍ଜ କର୍ମଚାରୀ ପହଞ୍ଚି ହାତୀକୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦୦ ଟଙ୍କା ପାଇଁ ଭୁଲିଗଲେ ସାମାଜିକ ଦୂରତା

ଯାଜପୁର ଅଫିସ,୧୫ା୪: ଯାଜପୁର ଜିଲାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାରଠାରୁ ଆଉ ଜଣେ କରୋନା ରୋଗୀ...

କଟକଣା ଭଙ୍ଗକାରୀଙ୍କ ପ୍ରତି କଠୋର

ଢେଙ୍କାନାଳ ଅଫିସ, ୭।୧୨-କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ...

ଜଳସଙ୍କଟ, ଶିଳ୍ପ ପ୍ରଦୂଷଣ ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳ ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ...

ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ...

୫୦୦ ଟଙ୍କା ପାଇଁ ମା’ଙ୍କୁ ହାଣିଲା ପୁଅ

ଆନନ୍ଦପୁର,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳର ମଣ୍ଟୁ ଜେନା ଶନିବାର କୌଣସି କାରଣ ପାଇଁ ନିଜ ମା’ଙ୍କୁ ୫୦୦ ଟଙ୍କା ମାଗିଥିଲେ। ମା’ ଏତେ...

ଜୁଲାଇ ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର(ବ୍ୟୁରୋ)/ରାଉରକେଲା ଅଫିସ୍‌,୧୯।୮: ରାଉରକେଲା ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ୨୦୨୨ ଜୁଲାଇ ସୁଦ୍ଧା ଶେଷ ହେବ।...

ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ

ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ...

ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ: ଜରିମାନା ଭୟରେ ଭିଡ଼ ଉଭାନ

ଭୁବନେଶ୍ୱର,୨୦।୯ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବେଶ୍‌ ତତ୍ପରତା ଦେଖାଇଛି କମିଶନରେଟ ପୋଲିସ। କଟକ, ଭୁବନେଶ୍ୱର ଦ୍ୱୈତନଗରୀରେ...

Advertisement
Archives

Model This Week