ପେଦ୍ର ଦିଗାଲ ମୃତ୍ୟୁ ଘଟଣା ହତ୍ୟା: ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ ଅଫିସ, ୧୯ା୮-କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତ କୁଡୁପାକିଆ ଗ୍ରାମର ପେଦ୍ର ଦିଗାଲଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ପେଦ୍ରଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ୨୩ ଦିନ ପରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ା ହେଲେ ପୋଲିସର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ମାମଲା ରୁଜୁ ହୋଇଛି କି ନାହିଁ ସେ ବିଷୟ ସ୍ପଷ୍ଟ କରାଯାଉନାହିଁ। ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ା ତେବେ କିଭଳି ତଦନ୍ତ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ା
ଜୁଲାଇ ୨୫ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ପେଦ୍ର ଓ ତାଙ୍କ ଗ୍ରାମର ଜଣେ ଯୁବକ ଛତୁ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ ା ଅପରାହ୍ନରେ ଯୁବକ ଜଣକ ଘରକୁ ଫେରିଥିଲେ। ପେଦ୍ର ଆସିବାରେ ଡେରି ହେବାରୁ ତାଙ୍କ ସ୍ତ୍ରୀ ଓ ଝିଅ ଏ ନେଇ ତାଙ୍କୁ ଯାଇ ପଚାରିଥିଲେ। ଯୁବକ ଜଣକ କୁନ୍ଦୁରି ତୋଳିବାକୁ ଗସାନାଜୁ ଯାଇ ଘରକୁ ଫେରିଥିବା କହିଥିଲେ ା ପରେ ମା’, ଝିଅ ପେଦ୍ରଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇବାରୁ ଗ୍ରାମବାସୀଙ୍କୁ କହିଥିଲେ ା ଗ୍ରାମବାସୀ ସମ୍ପୃକ୍ତ ଯୁବକଙ୍କୁ ଡାକିବା ପାଇଁ ଖବର ଦେଇଥିଲେ ା ହେଲେ ସେ ନ ଆସି ମୁଁ କ’ଣ ତୋ ବାପାଙ୍କୁ ମାରି ଦେଇଛି ବୋଲି ପେଦ୍ରଙ୍କ ଝିଅଙ୍କୁ କହିଥିଲେ। ପରେ ଗ୍ରାମବାସୀ ଉଭୟ ପେଦ୍ର ଓ ସମ୍ପୃକ୍ତ ଯୁବକ ବଡନଦୀ ଉପରପଟକୁ ଯାଇଥିଲେ ଓ ଯିବା ପୂର୍ବରୁ ଗସାମାହାରେ ମଦ୍ୟପାନ କରିଥିଲେ ବୋଲି ଜାଣିବାକୁ ପାଇଥିଲେ। ଜୁଲାଇ ୨୬ରେ ନଦୀର ଏକ ପଥର ସନ୍ଧିରୁ ପେଦ୍ରଙ୍କ ମୃତଦେହ ମିଳିଥିଲା ା ପରିବାର ଲୋକେ ଏବଂ ଗ୍ରାମବାସୀ ଏହି ଘଟଣାକୁ ନେଇ ସମ୍ପୃକ୍ତ ଯୁବକଙ୍କୁ ସନ୍ଦେହ କରି ଆସୁଥିଲେ ା ଗ୍ରାମରେ ଏ ସଂକ୍ରାନ୍ତରେ ବୈଠକ ବି ବସିଥିଲା ା ହେଲେ ଯୁବକ ଜଣକ ମାନି ନ ଥିଲେ ା ଫଳରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଥାନାଧିକାରୀ ଚାନ୍ଦମଣୀ ସିଂ ଘଟଣାର ତଦନ୍ତ ଚାଲିଛି, ପରେ ସବିଶେଷ କୁହାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଇଲାଣି ଲଘୁଚାପ, ୧୧ରୁ ସମୁଦ୍ର ମନା

ଭୋଗରାଇ, ୯।୬(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ୟାସ୍‌’ର ଭୟଙ୍କର ଦୃଶ୍ୟ ମନରୁ ଲିଭି ନ ଥିବା ବେଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ବଳୟ ସୃଷ୍ଟି ହୋଇ...

ଚଢ଼ାଦରରେ ଧାନ ବିହନ ବିକ୍ରି ଅଭିଯୋଗ

ଛତ୍ରପୁର,୨୧ା୬(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଚଢା ଦରରେ ଧାନ ବିହନ ବିକ୍ରି ଚାଲିଥିବା ଅଭିଯୋଗ ଆସିଛି। ପୂର୍ବରୁ ଘରୋଇ ଡିଲର ଓ ପ୍ରାଥମିକ ସମବାୟ ସେବା ସମିତିଗୁଡିକୁ...

ମାଛ ମାର୍କେଟ ବନ୍ଦ କଲା ପ୍ରଶାସନ; ପାଳନ ହେଉନି ସାମାଜିକ ଦୂରତା

ଅନୁଗୋଳ ଅଫିସ, ୯।୪: ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମାଛ ମାର୍କେଟ (ଆମିଷ ବଜାର)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପାଟଣାଗଡ଼ରେ ବନ୍ଦର ପ୍ରଭାବ

ପାଟଣାଗଡ଼,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପାଟଣାଗଡ଼ ଉପଖଣ୍ଡରେ ମଧ୍ୟ...

ଯୋଡ଼ାରେ ୧୮ ହାତୀଙ୍କ ଉପଦ୍ରବ: ଭାଙ୍ଗିଲେ ୩ ଘର

ଯୋଡ଼ା, ୧୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅନ୍ତର୍ଗତ ଜଜାଙ୍ଗଠାରେ ୧୮ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ୩ ଟି ଘର ଭାଙ୍ଗି...

ଲକ୍‌ଡାଉନ୍‌ ଯୋଗୁ ଭୋକ ଉପାସରେ ଅସହାୟ: ଖାଦ୍ୟ ବିତରଣ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ,୨୬।୩- ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଅସହାୟ ଅବସ୍ଥାରେ...

ସାନ ଭାଇ ଠେଙ୍ଗା ମାଡ଼ରେ ମଝିଆ ଭାଇର ଜୀବନଗଲା

ନିରାକାରପୁର,୩୦।୬(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ମଝିଆ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ ବଚସାରୁ ସାନ ଭାଇର...

ଓଢଣୀ ଲଗାଇ ଝୁଲି ପଡ଼ିଲେ ନାବାଳିକା

ପାଟଣା,୨।୫(ସ୍ବ.ପ୍ର.):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲାରପଦା ଗାଁ ନିକଟ ଏକ ସିମିରିଆ ଗଛରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କର ଝୁଲନ୍ତା ମୃତଦେହ ସୋମବାର ସକାଳୁ ଉଦ୍ଧାର...

Advertisement
Archives

Model This Week