ପେଣ୍ଟିଂ ଆର୍ଟିଷ୍ଟଙ୍କ ଜୀବନ ଦୁର୍ବିଷହ: ଫ୍ଲେକ୍ସ, ଷ୍ଟିକର ଲଗାଇ ଅନୁଦାନ ହଡ଼ପ ଉଦ୍ୟମ

ନୟାଗଡ଼ ଅଫିସ,୧୧ା୨: ସହରର ସୌନ୍ଦର୍ଯ୍ୟକରଣ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରାଚୀରରେ ବିଜ୍ଞାପନ ଲେଖାଯାଉଛି। ଏଥିଲାଗି ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ହେଲେ ଏହାର ସୁଫଳ ନୟାଗଡ଼ ଜିଲାର ପେଣ୍ଟିଂ ଆର୍ଟିଷ୍ଟଙ୍କ ପାଖରେ ଅପହଞ୍ଚ ହୋଇ ରହୁଛି। ପେଣ୍ଟିଂ ପାଇଁ ନୟାଗଡ଼ ଜିଲାକୁ ଆସିଥିବା ୯୨ ଲକ୍ଷ ଟଙ୍କା ଅନୁଦାନକୁ ଫ୍ଲେକ୍ସ ଓ ଷ୍ଟିକର ଲଗାଇ ହଡ଼ପ କରାଯିବାକୁ ଉଦ୍ୟମ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାସହ ଶ୍ରମମନ୍ତ୍ରୀ ଓ ଶ୍ରମ କମିଶନରଙ୍କୁ ମଧ୍ୟ ଏ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଏଥିରେ ସମ୍ପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମିତ୍ତ ପ୍ରଶାସନିକ ସ୍ତରରେ ପଦକ୍ଷେପ ନାହିଁ। ଫଳରେ ପେଣ୍ଟିଂ ଆର୍ଟିଷ୍ଟଙ୍କ ଜୀବନ ଦିନକୁ ଦିନ ଦୁର୍ବିଷହ ହୋଇପଡୁଛି।
ରଙ୍ଗ ଓ ତୂଳି ଧରି ଜିଲାର କଳାକାରମାନେ ପାରମ୍ପରିକ ପଦ୍ଧତିରେ ବିବାହ, ବ୍ରତୋପନୟନର ଚିତା ଆଙ୍କିବାଠାରୁ ଆରମ୍ଭ କରି ସାଇନ୍‌ବୋର୍ଡ, ବ୍ୟାନର, ସରକାରୀ ସଂସ୍ଥାର ବିଜ୍ଞାପନ କାନ୍ଥରେ ଲେଖି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ତେବେ ନୂଆ ଟେକ୍ନୋଲୋଜିର ପ୍ରସାର ଏମାନଙ୍କ ଜୀବନଜିବୀକା ଉପରେ ପ୍ରଭାବ ପକାଇଛି। ପେଣ୍ଟିଂ ସ୍ଥାନରେ ଫ୍ଲେକ୍ସ ଓ ଷ୍ଟିକର ଲଗାଇ ସ୍ବଳ୍ପ ସମୟରେ କାମ କରାଯାଉଛି। ଏହି କାରଣରୁ କିଛି କଳାକାର ସମୟ ସହ ତାଳ ଦେଇ ଚାଲି ନ ପାରି ଜୀବିକା ଛାଡି ଦାଦନ ପଳାଇ ଯାଇଛନ୍ତି। ଆଉ କିଛି କଳାକାର ଯୁଗ ସହ ତାଳ ଦେଇ ସେମାନଙ୍କ କାମକୁ ଆଧୁନିକକରଣ କରିଛନ୍ତି। ରୋଜଗାର କମିଯାଇଥିଲେ ମଧ୍ୟ ସେମାନେ ଭାଙ୍ଗିପଡି ନାହାନ୍ତି। ହେଲେ ଠିକ୍‌ ମଜୁରି ବ୍ୟବସ୍ଥା ଓ ଶ୍ରମ ଆଇନ ଏମାନଙ୍କ ପାଇଁ ଲାଗୁ କରାଯାଇ ନାହିଁ। ଏ ନେଇ କଳାକାର ସନ୍ତୋଷ ପ୍ରଧାନ କୁହନ୍ତି, ପରିମଳ ସ୍ବଚ୍ଛତା ବାର୍ତ୍ତା ପାଇଁ କାନ୍ଥ ଲିଖନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଢ଼କୋଟି ଟଙ୍କାର ଅନୁଦାନ ମିଳିଛି। କାନ୍ଥ ଲିଖନ ପାଇଁ ୯୨ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ହେଲେ ଠିକାଦାର ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ କାନ୍ଥ ଲିଖନ ବଦଳରେ ଫ୍ଲେକ୍ସ ଓ ଷ୍ଟିକର ଲଗାଇ ଅନୁଦାନ ହଡପ ପାଇଁ ଉଦ୍ୟମ ଚାଲିଛି, ଯାହାର ସ୍ଥାୟିତ୍ୱ ନାହିଁ। ପୁଣି ପରିବେଶ ଉପରେ ଏହା ଖରାପ ପ୍ରଭାବ ପକାଇବ। ଏହି ଅନିୟମିତତାର ତଦନ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପଚାରିବାରୁ ସେ କହିଥିଲେ, କଳାକାର ସଂଘର ସୁବିଧା, ଅସୁବିଧା ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା କରାଯିବ। ସ୍ମାରକପତ୍ର ମଧ୍ୟ ଦିଆଯିବ। ଏହାଛଡା ଟେଣ୍ଡର ଜାଲିଆତି ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।
ଜୀବନଜୀବିକା ପାଇଁ ବିକ୍ଷୋଭ
ଜୀବନଜୀବିକାକୁ ବଞ୍ଚାଇ ରଖିବା ଓ ସୁରକ୍ଷା ଉଦ୍ଦେଶ୍ୟରେ ଜିଲାର କଳାକାରମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ଅବସରରେ ସେମାନେ ସିନ୍ଦୂରିଆଠାରୁ ଶୋଭାଯାତ୍ରାରେ ବାହାରି ନୟାଗଡ ସହର ପରିକ୍ରମା କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ସେମାନଙ୍କ ଅଭାବ, ଅସୁବିଧା ଓ ସେମାନଙ୍କ କାମରେ ହୋଇଥିବା କୋଟି କୋଟି ଟଙ୍କାର ଅନିୟମିତତା ଉପରେ ଟିପ୍ପଣୀ ଦେଇଥିଲେ। ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ରଙ୍ଗତୂଳୀ କଳାକାରଙ୍କୁ ଶ୍ରମିକ ସୂଚିରେ ସାମିଲ କରି ପରିଚୟପତ୍ର ପ୍ରଦାନ, ସାମାଜିକ ସୁରକ୍ଷା, ବର୍ଷସାରା କାମ ସହ ସମ୍ମାନଜନକ ଓ ଉପଯୁକ୍ତ ମଜୁରି ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ପକ୍ଷରୁ ହେଉଥିବା ବିଜ୍ଞାପନକୁ ଲାଭଖୋର ଠିକାଦାର ବଦଳରେ ପ୍ରକୃତ ପେଣ୍ଟର କିମ୍ବା ସେମାନଙ୍କ ଟିମ୍‌କୁ ଦେବାକୁ ସ୍ମାରକପତ୍ରରେ ଦର୍ଶାଯାଇଛି। ସେହଭଳି ଅନିୟମିତତାରେ ସମ୍ପୃକ୍ତ ଥିବା ଠିକାଦାରଙ୍କର ଲାଇସେନ୍ସ ରଦ୍ଦ କରି ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା, ୱାଲ ପେଣ୍ଟିଂ ପାଇଁ ଆସୁଥିବା ଅନୁଦାନ କେବଳ ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା, ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ହେଉଥିବା ସ୍ବଚ୍ଛ ଭାରତର ବିଜ୍ଞାପନକୁ ଷ୍ଟିକର ବଦଳରେ ୱାଲ ପେଣ୍ଟିଂ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରାଯାଇଛି । ପ୍ରକାଶଥାଉକି କଳାକାରମାନେ ନିଜର ହକ୍‌ ପାଇଁ ଅଲ୍‌ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆଣ୍ଡ ଆଡ୍‌ଭାଟାଇଜ୍‌ମେଣ୍ଟ ୱାର୍କର୍ସ ଆସୋସିଏଶନ ଗଠନ କରିଛନ୍ତି। ହକ୍‌ ପାଇଁ ରାଜ୍ୟର ୩୦ ଜିଲାରେ ସେମାନେ ଲଢ଼େଇ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri