ପେଟ୍ରୋଲ ଦର ୮୦ ଟପିଲା

ଭୁବନେଶ୍ୱର,୨୨।୬: ସୋମବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୩ ପଇସା ଏବଂ ଡିଜେଲ ୫୮ ପଇସା ବୃଦ୍ଧି ଫଳରେ ଓଡିଶାରେ ପେଟ୍ରୋଲ ଦର ୮୦ ପାର କରିଛି। ସୋମବାର ଓଡିଶାର ତେଲ ଦର ପେଟ୍ରୋଲ ଲିଟର ପିଛା ୮୦.୧୧ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୭.୦୩ ଟଙ୍କାରେ ପହଞ୍ଚତ୍ଛି। କରୋନା ସଂକ୍ରମଣ କାରଣରୁ ଲୋକଙ୍କର ଆର୍ଥିକବସ୍ଥା ଭଲ ନାହିଁ। ଏହି ସମୟରେ କ୍ରମାଗତ ତେଲ ଦର ବୃଦ୍ଧି ସବୁ ବର୍ଗର ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ପରି ହୋଇଛି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ(ସୋମବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଫଳରେ ଗତ ୧୬ଦିନ ମଧ୍ୟରେ ପେଟ୍ରୋଲ ଉପରେ ୮.୩୦ ଟଙ୍କା ଏବଂ ଡ଼ିଜେଲ ୯.୪୬ ଟଙ୍କା ବୃଦ୍ଧି ପାଇଛି।
ଦେଶର ପ୍ରମୁଖ ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ୨୨ତାରିଖ ପେଟ୍ରୋଲ ଲିଟର ପିଛା ୩୩ ପଇସା ଏବଂ ଡ଼ିଜେଲ ୫୮ପଇସା ବୃଦ୍ଧି ପାଇଛି। ଫଳରେ ସୋମବାର ଦିଲ୍ଲୀରେ ପେଟ୍ରୋଲ ଦର ୭୯.୨୩ ଟଙ୍କାରୁ ବୃଦ୍ଧି ପାଇ ୭୯.୫୬ ଟଙ୍କା ଏବଂ ଡିଜେଲ ଦର ୭୮.୨୬ ଟଙ୍କାରୁ ବୃଦ୍ଧି ପାଇଁ ୭୮.୮୪ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୦.୧୧ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୦୩ ଟଙ୍କା ଛୁଇଁଥିବା ଭୁବନେଶ୍ୱରର ତୈଳ ଡିଲରମାନେ ସୂଚନା ଦେଇଛନ୍ତି। ଅର୍ନ୍ତଜାତୀୟ ତୈଳ ବଜାରରେ ବ୍ରେଣ୍ଟ ଅଶୋଧିତ ତେଲ ପାଇଁ ବ୍ୟାରେଲ ପିଛା ୪୨ଡଲାର ଦେବାକୁ ପଡୁଛି। ସେହିଭଳି ବର୍ତ୍ତମାନ ସମୟରେ ଇଣ୍ଟର ନ୍ୟାଶନାଲ ବେଞ୍ଚମାର୍କରେ ତେଲ ଦର ୯% ବୃଦ୍ଧି ପାଇଛିି। ଏହି ଦର ହ୍ରାସ ନ ହେବା ପର୍ଯ୍ୟନ୍ତ ତୈଳ ଦର ବୃଦ୍ଧି ଲାଗି ରହିବ ବୋଲି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri