ପେଟ୍ରୋଲ ଦର ୮୦ ଟପିଲା

ଭୁବନେଶ୍ୱର,୨୨।୬: ସୋମବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୩ ପଇସା ଏବଂ ଡିଜେଲ ୫୮ ପଇସା ବୃଦ୍ଧି ଫଳରେ ଓଡିଶାରେ ପେଟ୍ରୋଲ ଦର ୮୦ ପାର କରିଛି। ସୋମବାର ଓଡିଶାର ତେଲ ଦର ପେଟ୍ରୋଲ ଲିଟର ପିଛା ୮୦.୧୧ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୭.୦୩ ଟଙ୍କାରେ ପହଞ୍ଚତ୍ଛି। କରୋନା ସଂକ୍ରମଣ କାରଣରୁ ଲୋକଙ୍କର ଆର୍ଥିକବସ୍ଥା ଭଲ ନାହିଁ। ଏହି ସମୟରେ କ୍ରମାଗତ ତେଲ ଦର ବୃଦ୍ଧି ସବୁ ବର୍ଗର ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ପରି ହୋଇଛି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ(ସୋମବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଫଳରେ ଗତ ୧୬ଦିନ ମଧ୍ୟରେ ପେଟ୍ରୋଲ ଉପରେ ୮.୩୦ ଟଙ୍କା ଏବଂ ଡ଼ିଜେଲ ୯.୪୬ ଟଙ୍କା ବୃଦ୍ଧି ପାଇଛି।
ଦେଶର ପ୍ରମୁଖ ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ୨୨ତାରିଖ ପେଟ୍ରୋଲ ଲିଟର ପିଛା ୩୩ ପଇସା ଏବଂ ଡ଼ିଜେଲ ୫୮ପଇସା ବୃଦ୍ଧି ପାଇଛି। ଫଳରେ ସୋମବାର ଦିଲ୍ଲୀରେ ପେଟ୍ରୋଲ ଦର ୭୯.୨୩ ଟଙ୍କାରୁ ବୃଦ୍ଧି ପାଇ ୭୯.୫୬ ଟଙ୍କା ଏବଂ ଡିଜେଲ ଦର ୭୮.୨୬ ଟଙ୍କାରୁ ବୃଦ୍ଧି ପାଇଁ ୭୮.୮୪ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୦.୧୧ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୦୩ ଟଙ୍କା ଛୁଇଁଥିବା ଭୁବନେଶ୍ୱରର ତୈଳ ଡିଲରମାନେ ସୂଚନା ଦେଇଛନ୍ତି। ଅର୍ନ୍ତଜାତୀୟ ତୈଳ ବଜାରରେ ବ୍ରେଣ୍ଟ ଅଶୋଧିତ ତେଲ ପାଇଁ ବ୍ୟାରେଲ ପିଛା ୪୨ଡଲାର ଦେବାକୁ ପଡୁଛି। ସେହିଭଳି ବର୍ତ୍ତମାନ ସମୟରେ ଇଣ୍ଟର ନ୍ୟାଶନାଲ ବେଞ୍ଚମାର୍କରେ ତେଲ ଦର ୯% ବୃଦ୍ଧି ପାଇଛିି। ଏହି ଦର ହ୍ରାସ ନ ହେବା ପର୍ଯ୍ୟନ୍ତ ତୈଳ ଦର ବୃଦ୍ଧି ଲାଗି ରହିବ ବୋଲି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri